ଖେଳୁଖେଳୁ ଶିଶୁକନ୍ୟାଙ୍କ ପାଟିରେ ଫୁଟିଗଲା ବାଣ, ଆଉ ତାପରେ…

ଘଷିପୁରା,୧୨।୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ସୀମାନ୍ତ ମହୁଲଡ଼ିହା ଥାନା ଦୁଆରଶୁଣି ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିଶୁ କନ୍ୟାଙ୍କ ପାଟିରେ ବାଣ ପୁଟି ସେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଦୁଆରଶୁଣି ଗ୍ରାମର ପାକନ କୁଦଡାଙ୍କ ୬ବର୍ଷର ଶିଶୁକନ୍ୟା ସାଙ୍ଗମାନଙ୍କ ସହିତ ଖେଳିବା ସମୟରେ ତଳେ ପଡିଥିବା ଏକ ଅଫୁଟା ବାଣକୁ ପାଟିରେ ପୁରାଇ ଚୋବାଇ ଦେଇଥିଲେ। ଫଳରେ ବାଣଟି ପାଟିରେ ଫୁଟି ଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁକନ୍ୟାଙ୍କୁ […] The post ଖେଳୁଖେଳୁ ଶିଶୁକନ୍ୟାଙ୍କ ପାଟିରେ ଫୁଟିଗଲା ବାଣ, ଆଉ ତାପରେ… appeared first on Dharitri Odia News.

ଖେଳୁଖେଳୁ ଶିଶୁକନ୍ୟାଙ୍କ ପାଟିରେ ଫୁଟିଗଲା ବାଣ, ଆଉ ତାପରେ…

ଘଷିପୁରା,୧୨।୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ସୀମାନ୍ତ ମହୁଲଡ଼ିହା ଥାନା ଦୁଆରଶୁଣି ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିଶୁ କନ୍ୟାଙ୍କ ପାଟିରେ ବାଣ ପୁଟି ସେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଦୁଆରଶୁଣି ଗ୍ରାମର ପାକନ କୁଦଡାଙ୍କ ୬ବର୍ଷର ଶିଶୁକନ୍ୟା ସାଙ୍ଗମାନଙ୍କ ସହିତ ଖେଳିବା ସମୟରେ ତଳେ ପଡିଥିବା ଏକ ଅଫୁଟା ବାଣକୁ ପାଟିରେ ପୁରାଇ ଚୋବାଇ ଦେଇଥିଲେ। ଫଳରେ ବାଣଟି ପାଟିରେ ଫୁଟି ଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁକନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁ କନ୍ୟାଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି।

The post ଖେଳୁଖେଳୁ ଶିଶୁକନ୍ୟାଙ୍କ ପାଟିରେ ଫୁଟିଗଲା ବାଣ, ଆଉ ତାପରେ… appeared first on Dharitri Odia News.