'୧୫ଲକ୍ଷ ନୁହେଁ ଆମେ ୧୫ କୋଟି ଉପରେ ଚର୍ଚ୍ଚା କରୁଛି'; ଦୀଲ୍ଲିପ୍ ଘୋଷଙ୍କ ବିବାଦୀୟ ବୟାନ, ଘେରିଲା ଟିଏମସି
ନୂଆଦିଲ୍ଲୀ: '୧୫ ଲକ୍ଷ ଟଙ୍କାକୁ ଅପେକ୍ଷା କରି କିଛି ଲୋକ ଆରପାରିଙ୍କୁ ଚାଲିଗଲେଣି । ଆମେ ତ ୧୫ କୋଟିର କଥା କହୁଛି' । ୧୫ ଲକ୍ଷ ଟଙ୍କା ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିବା ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା ଦୀଲ୍ଲିପ୍ ଘୋଷ । ଯାହାକୁ ନେଇ ଟିଏମସି ତାଙ୍କୁ ଘେରିଛି । ୨୦୧୪ ଲୋକସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବିଦେଶରେ ଥିବା ଦେଶର ସବୁ କଳାଧନ ଆଣିଯିବ ଏବଂ ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ କରାଯିବ । ଏହି କଳାଧନ ଦେଶର ଜନତାଙ୍କ ମଧ୍ୟରେ ବାଣ୍ଟି ଦିଆଯିବ । ଫଳରେ ପ୍ରତ୍ୟେକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୫ ଲକ୍ଷ ଲେଖାଏଁ ଡିପୋଜିଟ୍ କରାଯିବ । ୧୫ ଲକ୍ଷ ଟଙ୍କା ନେଇ ଦିଲ୍ଲୀପ୍ ଘୋଷଙ୍କୁ ସାମ୍ବାଦିକ ମାନେ ପଚାରିବାରୁ ସେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଥିଲେ, ୧୫ ଲକ୍ଷ ଟଙ୍କା ନୁହେଁ ବିଜେପି ୧୫ କୋଟି ଟଙ୍କା ଦେବାକୁ କଥାବାର୍ତ୍ତା କରୁଛି । ଦୀଲ୍ଲିପଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛି ତୃଣମୂଳ କଂଗ୍ରେସ । ଟିଏମସି ନେତା କହିଛନ୍ତି, ଦିଲ୍ଲୀପ ଘୋଷ୍ ଏଭଳି ଟିପ୍ପଣୀ ଦେଇ ସାଧାରଣ ଲୋକଙ୍କୁ ଦୁର୍ବଳ କରୁଛନ୍ତି । ଟିଏମସି ମୁଖପାତ୍ର ପ୍ରସନ୍ନଜିତ୍ ଦାସ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିକଟକୁ କୌଣସି ଲୋକ ନିଜ ଇଚ୍ଛାରେ ପଇସା ମାଗିବାକୁ ଯାଇନଥିଲେ । ସେ ନିଜେ ବିଦେଶରୁ କଳାଧନ ଫେରାଇ ଆଣିବେ ଦାବି କରିଥିଲେ । ପୁଣି ସମସ
ନୂଆଦିଲ୍ଲୀ: '୧୫ ଲକ୍ଷ ଟଙ୍କାକୁ ଅପେକ୍ଷା କରି କିଛି ଲୋକ ଆରପାରିଙ୍କୁ ଚାଲିଗଲେଣି । ଆମେ ତ ୧୫ କୋଟିର କଥା କହୁଛି' । ୧୫ ଲକ୍ଷ ଟଙ୍କା ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିବା ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା ଦୀଲ୍ଲିପ୍ ଘୋଷ । ଯାହାକୁ ନେଇ ଟିଏମସି ତାଙ୍କୁ ଘେରିଛି । ୨୦୧୪ ଲୋକସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବିଦେଶରେ ଥିବା ଦେଶର ସବୁ କଳାଧନ ଆଣିଯିବ ଏବଂ ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ କରାଯିବ । ଏହି କଳାଧନ ଦେଶର ଜନତାଙ୍କ ମଧ୍ୟରେ ବାଣ୍ଟି ଦିଆଯିବ । ଫଳରେ ପ୍ରତ୍ୟେକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୫ ଲକ୍ଷ ଲେଖାଏଁ ଡିପୋଜିଟ୍ କରାଯିବ ।
୧୫ ଲକ୍ଷ ଟଙ୍କା ନେଇ ଦିଲ୍ଲୀପ୍ ଘୋଷଙ୍କୁ ସାମ୍ବାଦିକ ମାନେ ପଚାରିବାରୁ ସେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଥିଲେ, ୧୫ ଲକ୍ଷ ଟଙ୍କା ନୁହେଁ ବିଜେପି ୧୫ କୋଟି ଟଙ୍କା ଦେବାକୁ କଥାବାର୍ତ୍ତା କରୁଛି । ଦୀଲ୍ଲିପଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛି ତୃଣମୂଳ କଂଗ୍ରେସ । ଟିଏମସି ନେତା କହିଛନ୍ତି, ଦିଲ୍ଲୀପ ଘୋଷ୍ ଏଭଳି ଟିପ୍ପଣୀ ଦେଇ ସାଧାରଣ ଲୋକଙ୍କୁ ଦୁର୍ବଳ କରୁଛନ୍ତି । ଟିଏମସି ମୁଖପାତ୍ର ପ୍ରସନ୍ନଜିତ୍ ଦାସ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିକଟକୁ କୌଣସି ଲୋକ ନିଜ ଇଚ୍ଛାରେ ପଇସା ମାଗିବାକୁ ଯାଇନଥିଲେ । ସେ ନିଜେ ବିଦେଶରୁ କଳାଧନ ଫେରାଇ ଆଣିବେ ଦାବି କରିଥିଲେ । ପୁଣି ସମସ୍ତଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଡିପୋଜିଟ୍ କରିବେ ବୋଲି କହିଥିଲେ । ମାତ୍ର ଦିଲ୍ଲୀପ ଘୋଷ୍ ଏଭଳି ଟିପ୍ପଣୀ ଦେଇ ଲୋକଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ।
ପୂର୍ବରୁ ଦିଲ୍ଲୀପ ଘୋଷ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଅପଶବ୍ଦ କହିଥିଲେ । ଏହାକୁ ନେଇ ଟିଏମସି ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା । ଏହା ପରେ ସେ ଏଭଳି ବୟାନବାଜିରୁ ନିବୃତ୍ତ ରହୁନାହାନ୍ତି ବୋଲି ପ୍ରସନ୍ନଜିତ୍ ଦାସ କହିଛନ୍ତି ।