ଭୂକମ୍ପ ପରେ ଧ୍ୱଂସର ଚିତ୍ର: ରେସ୍କ୍ୟୁ, ରିଲିଫ୍ ବଡ଼ ଚ୍ୟାଲେଞ୍ଜ
ନାପିଦାଉ/ବ୍ୟାଙ୍କକ୍/ ନୂଆଦିଲ୍ଲୀ,୨୯ା୩:ମ୍ୟାନ୍ମାରରେ ଶୁକ୍ରବାର ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଛି, ଯାହାର ପ୍ରଭାବ ଦେଶ ଭିତରେ ସୀମିତ ନ ରହି ଦକ୍ଷିଣପୂର୍ବ ଏସିଆକୁ ଥରାଇ ଦେଇଛି। କେବଳ ମ୍ୟାନ୍ମାରରେ ୧୪୪ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ଅନ୍ୟ ୭୩୨ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୧,୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଆହତମାନଙ୍କୁ ଭେଟିବା ପରେ ସାମରିକ ସରକାର ମୁଖ୍ୟ ମିନ୍ ଅଉଙ୍ଗ୍ ହଲାଇଙ୍ଗ୍ ମୃତ୍ୟସଂଖ୍ୟା ବଢ଼ିବା ନେଇ ଏକ ଟେଲିଭିଜନ୍ ବାର୍ତ୍ତାରେ ଆଶଙ୍କା […] The post ଭୂକମ୍ପ ପରେ ଧ୍ୱଂସର ଚିତ୍ର: ରେସ୍କ୍ୟୁ, ରିଲିଫ୍ ବଡ଼ ଚ୍ୟାଲେଞ୍ଜ appeared first on Dharitri Odia News.
ନାପିଦାଉ/ବ୍ୟାଙ୍କକ୍/ ନୂଆଦିଲ୍ଲୀ,୨୯ା୩:ମ୍ୟାନ୍ମାରରେ ଶୁକ୍ରବାର ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଛି, ଯାହାର ପ୍ରଭାବ ଦେଶ ଭିତରେ ସୀମିତ ନ ରହି ଦକ୍ଷିଣପୂର୍ବ ଏସିଆକୁ ଥରାଇ ଦେଇଛି। କେବଳ ମ୍ୟାନ୍ମାରରେ ୧୪୪ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ଅନ୍ୟ ୭୩୨ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୧,୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଆହତମାନଙ୍କୁ ଭେଟିବା ପରେ ସାମରିକ ସରକାର ମୁଖ୍ୟ ମିନ୍ ଅଉଙ୍ଗ୍ ହଲାଇଙ୍ଗ୍ ମୃତ୍ୟସଂଖ୍ୟା ବଢ଼ିବା ନେଇ ଏକ ଟେଲିଭିଜନ୍ ବାର୍ତ୍ତାରେ ଆଶଙ୍କା ପ୍ରକାଶ କରିଛନ୍ତି।
ନଭେମ୍ବରରେ ମ୍ୟାନ୍ମାରର ଅଙ୍ଗ୍ ସାନ୍ ସ୍ୟୁଚୀଙ୍କ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ସେନା କ୍ଷମତା ଦଖଲ କରିଥିଲା। ସେବେଠୁ ଦେଶରେ ଗୃହଯୁଦ୍ଧ ସ୍ଥିତି ଲାଗିରହିଛି। ମ୍ୟାନ୍ମାରର ଆର୍ଥିକ ସ୍ଥିତି ଠିକ୍ ନ ଥିବାବେଳେ ଭୂକମ୍ପ ଏହାକୁ ଆହୁରି ସଙ୍ଗିନ କରିଦେଇଛି। ଭୂମିକମ୍ପରେ ଦେଶର ଅନେକ ବଡ଼ ବଡ଼ କୋଠା, ବ୍ରିଜ୍, ରାସ୍ତା ଭାଙ୍ଗିଯାଇଛି। ଫଳରେ ପୂର୍ବରୁ ଲାଗିରହିଥିବା ମାନବୀୟ ସଙ୍କଟ ଆହୁରି ବଢ଼ିଯାଇଛି। ମ୍ୟାନ୍ମାର ସରକାର କହିଛନ୍ତି, ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ରକ୍ତର ଅଭାବ ଦେଖାଦେଇଛି। ତେଣୁ ସୁସ୍ଥ ଲୋକେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଭୂକମ୍ପ ଯୋଗୁ ଅନେକ କୋଠା ଧସିଯାଇଛି। ରାସ୍ତାଗୁଡ଼ିକ ଫାଟି ଅଁା କରିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ମେଟ୍ରୋ ଓ ରେଳ ସେବାକୁ ବାତିଲ କରାଯାଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟର୍ନ ସିନାଓ୍ବାତ୍ରା ଜରୁରୀ ବୈଠକ ଡାକିବା ପରେ ବ୍ୟାଙ୍କକ୍ରେ ଏମର୍ଜେନ୍ସି ଘୋଷଣା କରିଛନ୍ତି।
The post ଭୂକମ୍ପ ପରେ ଧ୍ୱଂସର ଚିତ୍ର: ରେସ୍କ୍ୟୁ, ରିଲିଫ୍ ବଡ଼ ଚ୍ୟାଲେଞ୍ଜ appeared first on Dharitri Odia News.