ସଙ୍କଟରେ ପିଏସ୍‌ଏଲ୍‌: ଫେରି ଆସିବେ ଭାରତୀୟ ବ୍ରଡକାଷ୍ଟର

କରାଚୀ,୨୪ା୪: ଆଗାମୀ ଦିନରେ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରସାରଣ ସଙ୍କଟରେ ପଡ଼ିପାରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଯୋଗୁ ପିଏସ୍‌ଏଲ୍‌ର ପ୍ରସାରଣରେ କାର୍ଯ୍ୟ କରୁଥିବା ଅଭିଜ୍ଞ ଭାରତୀୟ କ୍ରୁ ସଦସ୍ୟଙ୍କୁ ସ୍ବଦେଶ ପଠାଇବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ପିଏସ୍‌ଏଲ୍‌ର ପ୍ରଡକଶନ ଓ ବ୍ରଡକାଷ୍ଟ କ୍ରୁ ମଧ୍ୟରେ ଦୁଇ ଡଜନରୁ ଅଧିକ ଭାରତୀୟ ରହିଛନ୍ତି। ସେମାନଙ୍କ ସ୍ଥାନରେ ଯଥା ଶୀଘ୍ର ଅନ୍ୟଙ୍କୁ ନିଯୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। ବ୍ରଡକାଷ୍ଟ […] The post ସଙ୍କଟରେ ପିଏସ୍‌ଏଲ୍‌: ଫେରି ଆସିବେ ଭାରତୀୟ ବ୍ରଡକାଷ୍ଟର appeared first on Dharitri Odia News.

ସଙ୍କଟରେ ପିଏସ୍‌ଏଲ୍‌: ଫେରି ଆସିବେ ଭାରତୀୟ ବ୍ରଡକାଷ୍ଟର

କରାଚୀ,୨୪ା୪: ଆଗାମୀ ଦିନରେ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରସାରଣ ସଙ୍କଟରେ ପଡ଼ିପାରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଯୋଗୁ ପିଏସ୍‌ଏଲ୍‌ର ପ୍ରସାରଣରେ କାର୍ଯ୍ୟ କରୁଥିବା ଅଭିଜ୍ଞ ଭାରତୀୟ କ୍ରୁ ସଦସ୍ୟଙ୍କୁ ସ୍ବଦେଶ ପଠାଇବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି।

ପିଏସ୍‌ଏଲ୍‌ର ପ୍ରଡକଶନ ଓ ବ୍ରଡକାଷ୍ଟ କ୍ରୁ ମଧ୍ୟରେ ଦୁଇ ଡଜନରୁ ଅଧିକ ଭାରତୀୟ ରହିଛନ୍ତି। ସେମାନଙ୍କ ସ୍ଥାନରେ ଯଥା ଶୀଘ୍ର ଅନ୍ୟଙ୍କୁ ନିଯୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। ବ୍ରଡକାଷ୍ଟ ଓ ପ୍ରଡକଶନ କ୍ରୁ ମଧ୍ୟରେ ଭାରତୀୟ ଇଞ୍ଜିନିୟର, ପ୍ରଡକଶନ ମ୍ୟାନେଜର, କ୍ୟାମେରାମ୍ୟାନ, ଖେଳାଳିଙ୍କୁ ଟ୍ରାକ କରୁଥିବା ବିଶେଷଜ୍ଞ ରହିଛନ୍ତି। ଇସ୍ଲାମାବାଦରେ ଗୁରୁବାର ବସିଥିବା ଜାତୀୟ ସୁରକ୍ଷା କାଉନ୍ସିଲ ବୈଠକରେ ସମସ୍ତ ଭାରତୀୟ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନ ଛାଡ଼ିବା ଉଚିତ ବୋଲି ଘୋଷଣା କରାଯାଇଛି।

ଭାରତୀୟ ଷ୍ଟ୍ରିମିଂ ପ୍ଲାଟଫର୍ମ ଫ୍ୟାନକୋଡ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ପ୍ରସାରଣକୁସସପେଣ୍ଡ କରୁଥିବା ଗୁରୁବାର ଘୋଷଣା କରିଛି। ପହଲଗାମରେ ଘଟିଥିବା ବିଚଳିତ କଲା ଭଳି ଘଟଣା ଓ ରାଷ୍ଟ୍ରୀୟ ଭାବନାକୁ ଦୃଷ୍ଟିରେ ରଖି ଫ୍ୟାନକୋଡ ଗୁରୁବାରଠାରୁ ପିଏସ୍‌ଏଲ୍‌ର କୌଣସି ମ୍ୟାଚ୍‌ର ସାଧାପ୍ରସାରଣ କରିବ ନାହିଁ ବୋଲି କୁହାଯାଇଛି।

The post ସଙ୍କଟରେ ପିଏସ୍‌ଏଲ୍‌: ଫେରି ଆସିବେ ଭାରତୀୟ ବ୍ରଡକାଷ୍ଟର appeared first on Dharitri Odia News.