ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ: ମା’ଙ୍କ ସୁନା ଅଳଙ୍କାରକୁ ମଧ୍ୟ ଛାଡିଲେନି ଦୁର୍ବୃତ୍ତ
ଛତ୍ରପୁର, ୧୪।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିରିସିଂ ଓ ଜଗନ୍ନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଟଙ୍କା ନେବା ସହିତ ବିରିସିଂ ମା’ଙ୍କ ସୁନା ଅଳଙ୍କାରଗୁଡିକ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡିଛି। ସୂଚନାନୁସାରେ, ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ନିକଟରେ ଥିବା ବିରିସିଂ ପୀଠରେ ମା’ ବିରିସିଂ ଓ ଶ୍ରୀ ଜଗନ୍ନାଥଙ୍କ ତିନୋଟି ଦାନ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଚୋରି କରିବା ସହିତ ତାଲା ଭାଙ୍ଗି ମା’ଙ୍କ ସୁନା ଅଳଙ୍କାରଗୁଡିକ […] The post ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ: ମା’ଙ୍କ ସୁନା ଅଳଙ୍କାରକୁ ମଧ୍ୟ ଛାଡିଲେନି ଦୁର୍ବୃତ୍ତ appeared first on Dharitri Odia News.
ଛତ୍ରପୁର, ୧୪।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିରିସିଂ ଓ ଜଗନ୍ନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଟଙ୍କା ନେବା ସହିତ ବିରିସିଂ ମା’ଙ୍କ ସୁନା ଅଳଙ୍କାରଗୁଡିକ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡିଛି।
ସୂଚନାନୁସାରେ, ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ନିକଟରେ ଥିବା ବିରିସିଂ ପୀଠରେ ମା’ ବିରିସିଂ ଓ ଶ୍ରୀ ଜଗନ୍ନାଥଙ୍କ ତିନୋଟି ଦାନ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଚୋରି କରିବା ସହିତ ତାଲା ଭାଙ୍ଗି ମା’ଙ୍କ ସୁନା ଅଳଙ୍କାରଗୁଡିକ ଲୁଟ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ଉଭୟ ମନ୍ଦିରର ପୂଜକ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ବାହାର ପଟୁ କବାଟ ତାଲା ପକାଇ ସେଠାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିବା ଜଣାପଡିଛି।
ପୂଜକ ମନ୍ଦିରର ପୂଜକମାନେ ଏହା ଜାଣିବା ପରେ ଘଟଣା ସମ୍ପର୍କରେ ମନ୍ଦିର କମିଟିକୁ ସୂଚନା ଦେଇଥିଲେ, ଏନେଇ ମନ୍ଦିର କମିଟି ପକ୍ଷରୁ ଛତ୍ରପୁର ଥାନରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାକୁ ଗୁରୁତ୍ୱ ନେଇ ଛତ୍ରପୁର ଥାନାର ସବଇନସ୍ପେକ୍ଟର ବିଶ୍ୱଜିତ ନାୟକ ଓ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ହୁଣ୍ଡିରେ ଥିବା କେତେ ଟଙ୍କା ସଠିକ ଜଣାପଡି ନ ଥିଲେ ମଧ୍ୟ ମା’ଙ୍କ ଅଳଙ୍କାର ଓ ହୁଣ୍ଡିଗୁଡିକରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ସ୍ଥାନୀୟ ବାସିନ୍ଦା ଆକଳନ କରୁଛନ୍ତି। ପାର୍ବଣ ଋତୁ ଚାଲିଥିବାବେଳେ ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।
The post ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ: ମା’ଙ୍କ ସୁନା ଅଳଙ୍କାରକୁ ମଧ୍ୟ ଛାଡିଲେନି ଦୁର୍ବୃତ୍ତ appeared first on Dharitri Odia News.