ପୂରଣ ହେଲା ସ୍ୱପ୍ନ, ବିଜୟ ପରେ କୋହଲିଙ୍କ ଆଖିରେ ଆନନ୍ଦର ଲୁହ…..

ଅହମ୍ମଦାବାଦ : ପୂରଣ ହେଲା ବିରାଟ କୋହଲିଙ୍କ ସ୍ୱପ୍ନ। ପ୍ରଥମ ଥର ପାଇଁ IPL ଚାମ୍ପିଅନ୍ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୫ ଫାଇନାଲରେ ପଞ୍ଜାବ କିଙ୍ଗସକୁ ୬ରନ୍‌ରେ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ଆଇପିଏଲ ଟାଇଟଲ ହାସଲ କରିଛି। ବିରାଟ କୋହଲିଙ୍କ ସ୍ୱପ୍ନ ସତ ହେଲା, ୧୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ IPL ଟାଇଟଲ ଜିତିଛି। IPLର ୧୮ତମ ସିଜିନ୍ ଅର୍ଥାତ୍ […]

ପୂରଣ ହେଲା ସ୍ୱପ୍ନ, ବିଜୟ ପରେ କୋହଲିଙ୍କ ଆଖିରେ ଆନନ୍ଦର ଲୁହ…..
Kohli's dream comes true... RCB became IPL champion for the first time

ଅହମ୍ମଦାବାଦ : ପୂରଣ ହେଲା ବିରାଟ କୋହଲିଙ୍କ ସ୍ୱପ୍ନ। ପ୍ରଥମ ଥର ପାଇଁ IPL ଚାମ୍ପିଅନ୍ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୫ ଫାଇନାଲରେ ପଞ୍ଜାବ କିଙ୍ଗସକୁ ୬ରନ୍‌ରେ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ଆଇପିଏଲ ଟାଇଟଲ ହାସଲ କରିଛି।

ବିରାଟ କୋହଲିଙ୍କ ସ୍ୱପ୍ନ ସତ ହେଲା, ୧୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ IPL ଟାଇଟଲ ଜିତିଛି। IPLର ୧୮ତମ ସିଜିନ୍ ଅର୍ଥାତ୍ ୨୦୨୫ର ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟ୍ରଫି ଉଠାଇଛି। ବିଜୟ ପରେ, ବିରାଟ କୋହଲିଙ୍କ ଆଖିରେ ଆନନ୍ଦର ଲୁହ ଦେଖିବାକୁ ମିଳିଥିଲା। କାରଣ ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲ ପ୍ରଥମରୁ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିଲେ ମଧ୍ୟ କେବେ ଚାମ୍ପିଅନ୍ ହୋଇପାରିନଥିଲେ। ୩ ଥର ଫାଇନାଲ ହାରିିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଚାମ୍ପିଅନ୍ ହେବା ବିରାଟଙ୍କ ପାଇଁ ଏକ ବଡ଼ ମୁହୁର୍ତ୍ତ।