ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଓ୍ବାଶିଂଟନ,୨୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଇଡେନଙ୍କ ଡାକ୍ତର କେଭିନ ଓ’କନୋର କହିଛନ୍ତି, ସେ ଡ୍ୟୁଟି ପାଇଁ ଫିଟ୍‌ ଅଛନ୍ତି। ହ୍ବାଇଟ୍‌ ହାଉସ ବାଇଡେନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଶେୟାର କରିଛି। ସେ ତାଙ୍କ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ଏବଂ ସମସ୍ତ ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛନ୍ତି। ୮୧ ବର୍ଷୀୟ ବାଇଡେନଙ୍କର କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ନାହିଁ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ହ୍ବାଇଟ୍‌ […] The post ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା appeared first on Dharitri Odia News.

ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଓ୍ବାଶିଂଟନ,୨୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଇଡେନଙ୍କ ଡାକ୍ତର କେଭିନ ଓ’କନୋର କହିଛନ୍ତି, ସେ ଡ୍ୟୁଟି ପାଇଁ ଫିଟ୍‌ ଅଛନ୍ତି। ହ୍ବାଇଟ୍‌ ହାଉସ ବାଇଡେନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଶେୟାର କରିଛି। ସେ ତାଙ୍କ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ଏବଂ ସମସ୍ତ ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛନ୍ତି।

୮୧ ବର୍ଷୀୟ ବାଇଡେନଙ୍କର କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ନାହିଁ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ହ୍ବାଇଟ୍‌ ହାଉସ୍‌ର ପ୍ରେସ ସଚିବ କରିନ ଜିନ୍‌ ପିଆରେ କହିଛନ୍ତି, ବାଇଡେନଙ୍କ ଡାକ୍ତରମାନେ ଜ୍ଞାନଗତ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଅନେକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହେଲିଙ୍କ ସମେତ ଏହି ପରୀକ୍ଷା ପାଇଁ ଦାବି କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରାଷ୍ଟ୍ରପତିଙ୍କୁ ଜ୍ଞାନଗତ ପରୀକ୍ଷଣର ଆବଶ୍ୟକତା ନାହିଁ, ତାହା ମୋର ମୂଲ୍ୟାଙ୍କନ ନୁହେଁ। ଏହା ହେଉଛି ରାଷ୍ଟ୍ରପତିଙ୍କ ଡାକ୍ତରଙ୍କ ମୂଲ୍ୟାଙ୍କନ।

The post ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା appeared first on Dharitri Odia News.