ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ରବିବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଢୋଲ, ଝାଞ୍ଜ ସାଙ୍ଗକୁ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନିରେ ସହର ପ୍ରକମ୍ପିତ ହୋଇଉଠିଥିଲା। ଏଠାରେ ୩ଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା, ଗୌଡ଼ ପୁଞ୍ଜା ଓ ବିପତ୍ତି ହାରିଣି ତେଲି ପୁଞ୍ଜା ଭାବେ ରହିଛନ୍ତି। ଅନ୍ୟପପକ୍ଷରେ ମା’ ଦଣ୍ଡକାଳିଙ୍କ […] The post ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା appeared first on Dharitri Odia News.

ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ରବିବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଢୋଲ, ଝାଞ୍ଜ ସାଙ୍ଗକୁ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନିରେ ସହର ପ୍ରକମ୍ପିତ ହୋଇଉଠିଥିଲା। ଏଠାରେ ୩ଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା, ଗୌଡ଼ ପୁଞ୍ଜା ଓ ବିପତ୍ତି ହାରିଣି ତେଲି ପୁଞ୍ଜା ଭାବେ ରହିଛନ୍ତି। ଅନ୍ୟପପକ୍ଷରେ ମା’ ଦଣ୍ଡକାଳିଙ୍କ ଉଦ୍‌ଯାପନୀ ଅବସରରେ ହଜାର ହଜାର ଭକ୍ତ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷାକରିଛନ୍ତି। ଏହା ସାଙ୍ଗକୁ ମାନସିକ ପୁରଣ ଲାଗି ଶତାଧିକ ମହିଳା ପ୍ରଚଣ୍ଡ ଖରାରେପୋଖରୀ ତୁଠରେ ଅଧିଆ ପଡ଼ିଥିଲେ। ଅଧିଆ ପଡ଼ିଲେ ନିଜ ମନସ୍କାମନା ପୂରଣ ହେବା ସହ ଫଳ ପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ତେଣୁ ଏହି ବିଶ୍ୱାସ ନେଇ ମହିଳାମାନେ ଅଧିଆ ପଡ଼ିଥାନ୍ତି। ମାତ୍ର ଗୋପାଳ ବନ୍ଧ ପରିସର ଅପରିସ୍କାର ସାଙ୍ଗକୁ ପୋଖରୀରେ ପାଣି ନ ଥିବାରୁ ଅଧିଆ ପଡ଼ିଥିବା ମହିଳା ପୁରୁଷ ମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ୨୧ଦିନ ଧରି ମାନସିକଧାରୀ ଭକ୍ତ ଘର ଛାଡ଼ି ସନ୍ନ୍ୟାସୀ ଭାବେ ଆସି ଦଣ୍ଡ ଯାତ୍ରାରେ ଭୁକ୍ତା ଭାବେ ସାମିଲ ହୋଇଥାନ୍ତି। ଏପରି କି ଶିବ କାଳୀଙ୍କୁ ସାଙ୍ଗରେ ଧରି ଖାଲି ପାଦରେ ଚାଲି ବିଭିନ୍ନ ଗ୍ରାମ ପରିକ୍ରମା କରିଥାନ୍ତି। ରାତି ଅନିଦ୍ରା ରହି ଦିନକୁ ଥରେ ଖାଦ୍ୟ ଖାଇ ବ୍ରତ କରିଥାନ୍ତି। ଏପରିକି ମାନସିକଧାରୀ ଦାଣ୍ଡରେ କଠୋର ନୃତ୍ୟ କରିଥାନ୍ତି। ମଧ୍ୟାହ୍ନର ଟାଣ ଖରାରେ ଧୂଳି ଦଣ୍ଡ କରାଯାଉଥିବା ବେଳେ ପୋଖରୀରେ ପାଣିଦଣ୍ଡ ଓ ରାତିରେ ଅଗ୍ନି ଦଣ୍ଡ ପରିବେଷଣ କରି ମାନସିକ ପୂରଣ କରିଥାନ୍ତି। ମେରୁ ଯାତ୍ରାରେ ମୁଖ୍ୟ ପାଟ ଭୁକ୍ତାଙ୍କୁ ଅଗ୍ନି କୁଣ୍ଡରେ ଲଟକାଇ ରଖାଯିବା ପରେ ଦଣ୍ଡ ଯାତ୍ରା ସମାପନ ହୋଇଥିଲା।

The post ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା appeared first on Dharitri Odia News.