ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ
ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ବିଧାନସଭା ଶୂନ୍ୟକାଳରେ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସରକାର ବଦଳିବା ପରେ ୩୧୪ ବ୍ଲକରେ ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା […] The post ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ appeared first on Dharitri Odia News.
ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ବିଧାନସଭା ଶୂନ୍ୟକାଳରେ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସରକାର ବଦଳିବା ପରେ ୩୧୪ ବ୍ଲକରେ ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଥିଲା। ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ଯ୍ୟ ହେଉନି। କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ କାମ ହେଉନି। ଯେଉଁଠି କାମ ସରିଛି ବିଲ୍ ବି ହେଉନି । ଏବେ ନୂଆ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କରିଛନ୍ତି। କେବଳ ନାଁ ପରିବର୍ତ୍ତନ କରିଦେଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇଯିବନି ବୋଲି ସେ କହିଛନ୍ତି । ଏ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଶୂନ୍ୟକାଳରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇ ବିଜେଡି ଉପରେ ବର୍ଷିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ନିର୍ବାଚନରେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ କରାଯାଇଥିଲା। କର୍ମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବା ପାଇଁ ହୋଇଥିଲା। ଏହି ଯୋଜନା ଦ୍ୱାରା ଗାଁ ଭୋଟ୍ କିଣିବାକୁ ଯୋଜନା ହୋଇଥିଲା ।
ସେ କହିଛନ୍ତି, ନୀତି ଭ୍ରଷ୍ଟ ଓ ଦୁର୍ନୀତି ପାଇଁ ଏହି ଯୋଜନା ବିଜେଡି କରିଥିଲା। ଜେଇଙ୍କ ମାଧ୍ୟମରେ ଏହି ଯୋଜନାରେ କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି ।
The post ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ appeared first on Dharitri Odia News.