ସେପ୍ଟେମ୍ବର ୨୯ରୁ ୨ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍’
ଓ୍ବାଶିଂଟନ, ୧୫।୯: ସୌରଜଗତରେ ଏପରି ଅନେକ ଗ୍ରହ ରହିଛନ୍ତି, ଯେଉଁମାନଙ୍କଠାରେ ଏକାଧିକ ଚନ୍ଦ୍ର ରହିଥାନ୍ତି। ତେବେ ପୃଥିବୀରେ କେବଳ ଗୋଟିଏ ଚନ୍ଦ୍ର ଦୃଶ୍ୟମାନ ହୋଇଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, ଖୁବ୍ଶୀଘ୍ର ପୃଥିବୀ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍ ପାଇବାକୁ ଯାଉଛି। ‘୨୦୨୪ ପିଟି୫’ ନାମକ ଏକ ଆଷ୍ଟେରଏଡ୍ ଆକାରରେ ଏହି ମିନି ମୁନ୍ ରହିବ। ଏହି ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ପ୍ରଦର୍ଶିତ କରିବ ବୋଲି ଆମେରିକାନ୍ ଆଷ୍ଟ୍ରୋନୋମିକାଲ୍ ସୋସାଇଟି ପକ୍ଷରୁ […] The post ସେପ୍ଟେମ୍ବର ୨୯ରୁ ୨ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍’ appeared first on Dharitri Odia News.
ଓ୍ବାଶିଂଟନ, ୧୫।୯: ସୌରଜଗତରେ ଏପରି ଅନେକ ଗ୍ରହ ରହିଛନ୍ତି, ଯେଉଁମାନଙ୍କଠାରେ ଏକାଧିକ ଚନ୍ଦ୍ର ରହିଥାନ୍ତି। ତେବେ ପୃଥିବୀରେ କେବଳ ଗୋଟିଏ ଚନ୍ଦ୍ର ଦୃଶ୍ୟମାନ ହୋଇଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, ଖୁବ୍ଶୀଘ୍ର ପୃଥିବୀ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍ ପାଇବାକୁ ଯାଉଛି। ‘୨୦୨୪ ପିଟି୫’ ନାମକ ଏକ ଆଷ୍ଟେରଏଡ୍ ଆକାରରେ ଏହି ମିନି ମୁନ୍ ରହିବ। ଏହି ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ପ୍ରଦର୍ଶିତ କରିବ ବୋଲି
ଆମେରିକାନ୍ ଆଷ୍ଟ୍ରୋନୋମିକାଲ୍ ସୋସାଇଟି ପକ୍ଷରୁ ପ୍ରକାଶିତ ଏକ ପେପରରେ କୁହାଯାଇଛି। ଉକ୍ତ ପେପରରେ ବୈଜ୍ଞାନିକମାନେ ଏହି ମିନି ମୁନ୍ର ବିବରଣୀ ପ୍ରଦାନ କରି କହିଛନ୍ତି, ଆକାଶରେ ଦେଖାଯାଉଥିବା ଚନ୍ଦ୍ର ପରି ଏହି ମିିନି ମୁନ୍ ହେବ ନାହିଁ। ଆଷ୍ଟେରଏଡ୍ ଆକାର ବିଶିଷ୍ଟ ଏହି ଦୁର୍ଲଭ ମିନି ମୁନ୍ର ନାମ ‘୨୦୨୪ ପିଟି୫’ ହୋଇଥିବାବେଳେ ଏହା ଗତ ଅଗଷ୍ଟ ୭ରେ ଆବିଷ୍କୃତ ହୋଇଛି। ଏହାର ବ୍ୟାସ ପ୍ରାୟ ୧୦ ମିଟର (୩୩ ଫୁଟ୍) ରହିଛି। ‘୨୦୨୪ ପିଟି୫’ ସେପ୍ଟେମ୍ବର ୨୯ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ପ୍ରାୟ ୨ ମାସ ଧରି ସିଧାସଳଖ ଭାବେ ପୃଥିବୀ ପୃଷ୍ଠରେ ରହିଥିବା ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ଆସିବ। ଏହି ଅବଧି ମଧ୍ୟରେ ମିନି ମୁନ୍ ପୃଥିବୀ ଚାରିପଟେ ଘୂରି ବୁଲିବ। ତେବେ ଏହା ପୃଥିବୀର ସମ୍ପୂର୍ଣ୍ଣ ଅଂଶ ପରିକ୍ରମା କରିପାରିବ ନାହିଁ। ନଭେମ୍ବର ୨୫ ପରେ ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ମୁକ୍ତ ହୋଇ ସୂର୍ଯ୍ୟ ଚାରିପଟେ ଘୂରିବା ଆରମ୍ଭ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ପ୍ରଥମେ ‘୨୦୨୪ ପିଟି୫’ ଅପେକ୍ଷାକୃତ କମ୍ ବେଗରେ ଗତି କରିବା ସହ ପୃଥିବୀର ନିକଟତର ହେବ। ସେତେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସାମୟିକ ଭାବେ ଏହାର ପଥ ପରିବର୍ତ୍ତନ କରିବାକୁ ସକ୍ଷମ ହେବ। ଯାହାଫଳରେ ଏହି ଆଷ୍ଟେରଏଡ୍ ଏକ କ୍ଷୁଦ୍ର ଚନ୍ଦ୍ରରେ ପରିଣତ ହେବ। ତେବେ ପୃଥିବୀରେ ପୂର୍ବରୁ ମଧ୍ୟ ମିନି ମୁନ୍ ରହିଆସିଛି। ଏହି ମିନି ମୁନ୍ ଖାଲି ଆଖିରେ କିମ୍ବା ଛୋଟ ଦୂରବୀକ୍ଷଣ ଯନ୍ତ୍ରରେ ଦୃଶ୍ୟମାନ ହେବନାହିଁ। ଏହା କେବଳ ୨୨ ମ୍ୟାଗ୍ନିଚ୍ୟୁଡ୍ କ୍ଷମତାବିଶିଷ୍ଟ ଆଡଭାନ୍ସଡ୍ ଅବ୍ଜର୍ଭେଟୋରିଜ୍ରେ ଦୃଶ୍ୟମାନ ହୋଇପାରିବ। ବୈଜ୍ଞାନିକମାନେ ଏହି ମିନି ମୁନ୍ ଦ୍ୱାରା ନିଅର ଆର୍ଥ ଅବ୍ଜେକ୍ଟସ୍ (ଏନ୍ଇଓ) ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ନେଇ ବ୍ୟାପକ ଅଧ୍ୟୟନର ସୁଯୋଗ ପାଇବେ ବୋଲି ଆକଳନ କରିଛନ୍ତି।
The post ସେପ୍ଟେମ୍ବର ୨୯ରୁ ୨ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍’ appeared first on Dharitri Odia News.