କେ ଏଲ୍ ରାହୁଲଙ୍କୁ ଓପନିଂ ପାଇଁ ପଠାଇବି ନାହିଁ…ପ୍ରଶ୍ନ ଉଠାଇଲେ ପୂଜାରା
ନୂଆଦିଲ୍ଲୀ,୨୧।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯିବ। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଅର୍ଡର କିଭଳି ରହିବ, ତାହା ବଡ଼ ପ୍ରଶ୍ନ ପାଲଟିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୈସଓ୍ବାଲଙ୍କ ସହ କେ ଏଲ୍ ରାହୁଲ ଓପନିଂ କରିପାରନ୍ତି ବୋଲି କୁହାଯାଉଛି। ହେଲେ ଦଳର ଏହି ରଣନୀତି ସପକ୍ଷରେ ନାହାନ୍ତି ଚେତେଶ୍ୱର ପୂଜାରା। ସେ ଗଣମାଧ୍ୟମ ସହ ଆଲୋଚନାରେ କେ ଏଲ୍ଙ୍କୁ କେବେ ବି ଓପନିଂରେ […] The post କେ ଏଲ୍ ରାହୁଲଙ୍କୁ ଓପନିଂ ପାଇଁ ପଠାଇବି ନାହିଁ…ପ୍ରଶ୍ନ ଉଠାଇଲେ ପୂଜାରା appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯିବ। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଅର୍ଡର କିଭଳି ରହିବ, ତାହା ବଡ଼ ପ୍ରଶ୍ନ ପାଲଟିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୈସଓ୍ବାଲଙ୍କ ସହ କେ ଏଲ୍ ରାହୁଲ ଓପନିଂ କରିପାରନ୍ତି ବୋଲି କୁହାଯାଉଛି। ହେଲେ ଦଳର ଏହି ରଣନୀତି ସପକ୍ଷରେ ନାହାନ୍ତି ଚେତେଶ୍ୱର ପୂଜାରା। ସେ ଗଣମାଧ୍ୟମ ସହ ଆଲୋଚନାରେ କେ ଏଲ୍ଙ୍କୁ କେବେ ବି ଓପନିଂରେ ପଠାଇବେ ନାହିଁ ବୋଲି କହିବା ସହ କାରଣ ଦେଇଛନ୍ତି।
ପୂଜାରା କ୍ରିକ୍ନେକ୍ସ୍ଡ ସହ ଆଲୋଚନାରେ କହିଛନ୍ତି, ମୁଁ ବ୍ୟାଟିଂ ଅର୍ଡର ବିଷୟରେ ଜାଣିନାହିଁ। ହେଲେ କେ ଏଲ୍ଙ୍କୁ ୩ନଂ ସ୍ଥାନରେ ବ୍ୟାଟିଂ କରାଇବି। କାରଣ ଚାପରେ ଥାଇ ଖେଳିବାର ଅନୁଭବ ତାଙ୍କ ପାଖରେ ରହିଛି। ଯାହା ଶୁଣିଛି ପାଡିକଲ୍ ନମ୍ବର ୩ରେ ବ୍ୟାଟିଂ କରିପାରିବେ। କାରଣ ସେ ବାମହାତୀ ବ୍ୟାଟ୍ସମ୍ୟାନ୍। ଟିମ୍ ଇଣ୍ଡିଆ ବାମ ଏବଂ ଡ଼ାହାଣ ହାତର ମିଶ୍ରଣ ଚାହୁଁଛି। ହେଲେ ମୋତେ ଲାଗୁଛି ରାହୁଲଙ୍କ ପାଇଁ ଫାଷ୍ଟ ଡାଉନ୍ରେ ବ୍ୟାଟିଂ କରିବା ସହଜ ହେବ।
ତେବେ କେ ଏଲ୍ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଓପନିଂ କରି ପୂର୍ବରୁ ବିଫଳ ହୋଇଛନ୍ତି। ଏଣୁ ତାଙ୍କୁ ନେଇ ଚିନ୍ତା ବଢ଼ିଛି। ସେ ଫର୍ମରେ ନ ଥିବାରୁ ଯଦି ବିଫଳ ହୁଅନ୍ତି ତେବେ ଟେଷ୍ଟ ଟିମ୍ରୁ ବାଦ୍ ପଡ଼ିପାରନ୍ତି।
The post କେ ଏଲ୍ ରାହୁଲଙ୍କୁ ଓପନିଂ ପାଇଁ ପଠାଇବି ନାହିଁ…ପ୍ରଶ୍ନ ଉଠାଇଲେ ପୂଜାରା appeared first on Dharitri Odia News.