ଆଗାମୀ ୭ ଦିନ ପ୍ରବଳ ବର୍ଷା, ଗରମରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ, ୧୧।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉତ୍ତର ଭାରତ ଆଡ଼କୁ ମୁହାଁଉଛି । ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଆଇଏମ୍‌ଡିର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡା. ସୋମା ସେନ୍‌ ରାୟ ଏନେଇ କହିଛନ୍ତି ଯେ, ମୌସୁମୀ ସମୟ ପୂର୍ବରୁ […] The post ଆଗାମୀ ୭ ଦିନ ପ୍ରବଳ ବର୍ଷା, ଗରମରୁ ମିଳିବ ମୁକ୍ତି appeared first on Dharitri Odia News.

ଆଗାମୀ ୭ ଦିନ ପ୍ରବଳ ବର୍ଷା, ଗରମରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ, ୧୧।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉତ୍ତର ଭାରତ ଆଡ଼କୁ ମୁହାଁଉଛି । ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଆଇଏମ୍‌ଡିର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡା. ସୋମା ସେନ୍‌ ରାୟ ଏନେଇ କହିଛନ୍ତି ଯେ, ମୌସୁମୀ ସମୟ ପୂର୍ବରୁ ଆସିଛି। ଏହା କାରଣରୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କିଛି ଅଞ୍ଚଳରେ ୨-୩ ଦିନ ଧରି ପ୍ରବଳ ବର୍ଷା ହୋଇଛି । ଦକ୍ଷିଣ-ମଧ୍ୟ ମହାରାଷ୍ଟ୍ର, ମରାଠାୱାଡ଼ା, କୋଙ୍କଣ ଏବଂ କର୍ଣ୍ଣାଟକ ତଟବର୍ତ୍ତୀ ଅ଼ଞ୍ଚଳରେ ଆଗକୁ ବର୍ଷା ରହିଛି ।

The post ଆଗାମୀ ୭ ଦିନ ପ୍ରବଳ ବର୍ଷା, ଗରମରୁ ମିଳିବ ମୁକ୍ତି appeared first on Dharitri Odia News.