୪ ବର୍ଷରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ: ଏହି ସ୍ଥାନରେ ହୋଇପାରେ ଷ୍ଟେସନ
ଭୁବନେଶ୍ୱର,୧୦।୧୨: ଓଡ଼ିଶାରେ ମେଟ୍ରୋ ରେଳ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଡିପିଆର କାର୍ଯ୍ୟ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲା ଯାଇ ମାଟି ପରୀକ୍ଷା କରାଯାଇଛି। ଏହାରି ମଧ୍ୟରେ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମେଟ୍ରୋ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ଚାରି ବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦ଟି ପ୍ରମୁଖ […] The post ୪ ବର୍ଷରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ: ଏହି ସ୍ଥାନରେ ହୋଇପାରେ ଷ୍ଟେସନ appeared first on Dharitri Odia News.
ଭୁବନେଶ୍ୱର,୧୦।୧୨: ଓଡ଼ିଶାରେ ମେଟ୍ରୋ ରେଳ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଡିପିଆର କାର୍ଯ୍ୟ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲା ଯାଇ ମାଟି ପରୀକ୍ଷା କରାଯାଇଛି। ଏହାରି ମଧ୍ୟରେ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମେଟ୍ରୋ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ଚାରି ବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।
୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରାଯିବ। ବର୍ତମାନ ସୁଦ୍ଧା ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଥିବା ବେଳେ ୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି।
The post ୪ ବର୍ଷରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ: ଏହି ସ୍ଥାନରେ ହୋଇପାରେ ଷ୍ଟେସନ appeared first on Dharitri Odia News.