ହସ୍ପିଟାଲରେ ଭର୍ତ୍ତି ଖବରକୁ ଗୁଜବ କହିଲେ ମୋନାଲି

ମୁମ୍ବାଇ: ଭାରତୀୟ ପ୍ଲେବ୍ୟାକ୍‌ ସିଙ୍ଗର ମୋନାଲି ଠାକୁର ବୁଧବାର ରାତିରେ ବିହାରର ଦିନ୍‌ହାଟା ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେଠାରେ ସେ ସଙ୍ଗୀତ ପ୍ରଦର୍ଶନ କରୁଥିବାବେଳେ ହଠାତ୍‌ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ତେଣୁ ତାଙ୍କୁ ପ୍ରଥମେ ଦିନହାଟା ଉପ ଜିଲା ଚିକିତ୍ସାଳୟ ଓ ପରେ ପଶ୍ଚିମବଙ୍ଗର କୁଚ୍‌ବିହାରସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଗୁରୁବାର ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ଫଳରେ ମୋନାଲିଙ୍କୁ ନେଇ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଚିନ୍ତା ପ୍ରକଟ […] The post ହସ୍ପିଟାଲରେ ଭର୍ତ୍ତି ଖବରକୁ ଗୁଜବ କହିଲେ ମୋନାଲି appeared first on Dharitri Odia News.

ହସ୍ପିଟାଲରେ ଭର୍ତ୍ତି ଖବରକୁ ଗୁଜବ କହିଲେ ମୋନାଲି

ମୁମ୍ବାଇ: ଭାରତୀୟ ପ୍ଲେବ୍ୟାକ୍‌ ସିଙ୍ଗର ମୋନାଲି ଠାକୁର ବୁଧବାର ରାତିରେ ବିହାରର ଦିନ୍‌ହାଟା ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେଠାରେ ସେ ସଙ୍ଗୀତ ପ୍ରଦର୍ଶନ କରୁଥିବାବେଳେ ହଠାତ୍‌ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ତେଣୁ ତାଙ୍କୁ ପ୍ରଥମେ ଦିନହାଟା ଉପ ଜିଲା ଚିକିତ୍ସାଳୟ ଓ ପରେ ପଶ୍ଚିମବଙ୍ଗର କୁଚ୍‌ବିହାରସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଗୁରୁବାର ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ଫଳରେ ମୋନାଲିଙ୍କୁ ନେଇ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଚିନ୍ତା ପ୍ରକଟ କରିଥିଲେ। ଗୁରୁବାର ଅପରାହ୍ନରେ ମୋନାଲି ଏକ ଇନ୍‌ଷ୍ଟାଗ୍ରାମ ଷ୍ଟୋରି ମାଧ୍ୟମରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି। ସେ ତାଙ୍କ ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରି କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ମଧ୍ୟ ଗୁଜବକୁ ପ୍ରଚାର ନ କରାଯାଉ। ତାଙ୍କର କୌଣସି ଶ୍ୱାସ ଜନିତ ସମସ୍ୟା ନାହିଁ ଓ ସେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇନାହାନ୍ତି ବୋଲି ମୋନାଲି ସ୍ପଷ୍ଟ କରିଛନ୍ତି। ତେବେ ଗତ କିଛିଦିନ ହେବ ତାଙ୍କୁ ସାମାନ୍ୟ ଭାଇରାଲ ସଂକ୍ରମଣ ହୋଇଛି। ତେଣୁ ଏବେ ସେ ମୁମ୍ବାଇ ଫେରି ଆସିଛନ୍ତି ଓ ଡାକ୍ତରଙ୍କ ପରାମର୍ଶରେ କିଛିଦିନ ପାଇଁ ବିଶ୍ରାମ ନେଉଥିବା ସହ ସୁସ୍ଥ ହେଉଛନ୍ତି ବୋଲି ମୋନାଲି କହିଛନ୍ତି।

The post ହସ୍ପିଟାଲରେ ଭର୍ତ୍ତି ଖବରକୁ ଗୁଜବ କହିଲେ ମୋନାଲି appeared first on Dharitri Odia News.