ଏସପିଙ୍କ ହସ୍ତକ୍ଷେପ ପରେ ଥମିଲା ଉତ୍ତେଜନା
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡିହିରେ ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା । ରାତି ସାରା ଶବ ଧରି... The post ଏସପିଙ୍କ ହସ୍ତକ୍ଷେପ ପରେ ଥମିଲା ଉତ୍ତେଜନା appeared first on .
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡିହିରେ ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା । ରାତି ସାରା ଶବ ଧରି ବସିଲେ ପରିବାର ଲୋକ । ବିଳମ୍ବିତ ରାତ୍ରୀରେ ଭଦ୍ରକ ଏସ୍ପି ମାଡକର ସନ୍ଦୀପ ସମ୍ପତ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଏସ୍ପିଙ୍କ ପ୍ରତିଶୃତି ପରେ ଥାନା ଭିତରୁ ଶବ ନେଇଛନ୍ତି ପରିବାର ଲୋକ। ପୂର୍ବ ଶତୃତାକୁ କେନ୍ଦ୍ର କରି କରଞ୍ଜଆଡିଆ ଗାଁର ନବଘନ ମଲ୍ଲିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବଘନଙ୍କର ମୃତ୍ୟୁ ହୋଇଥିଲା । ଶବ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଥିଲା । ନ୍ୟାୟ ଦାବିରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଥାନା ଆଗରେ ଶବ ରଖି ଧାରଣା ଦେଇଥିଲେ ଶହ ଶହ ଗ୍ରାମବାସୀ । କରଞ୍ଜଆଡିଆ ଗ୍ରାମର ନବଘନ ମଳିକଙ୍କ ସହ ସେହି ଗ୍ରାମର ଭଗବାନ ମଳିକଙ୍କ ପରିବାର ମଧ୍ଯରେ ଶତୃତା ଲାଗି ରହିଥିଲା । ଗତ ୨ ତାରିଖ ଦିନ ନବଘନ ଘଣ୍ଟେଶ୍ଵରରୁ ବାଲିଆପାଳ ଘାଟର ମନ୍ତେଇ ନଦୀ ପାର ହୋଇ ଘରକୁ ଫେରୁଥିବାବେଳେ ଭଗବାନ ମଳିକଙ୍କ ପରିବାର ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ଲୋକେ ପହଞ୍ଚିବାରୁ ଛାଡି ପଳାଇ ଯାଇଥିଲେ । ସଜ୍ଞାହୀନ ଅବସ୍ଥାରେ ତାଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ନିଆଯାଇଥିଲା । ଏକ ଘରୋଇ ଡାକ୍ତରଖାନାର ଚିକିତ୍ସାଧିନ ବେଳେ ନବଘନଙ୍କ ମୃତ୍ଯୁ ହୋଇଥିଲା। ଗତକାଲି ସନ୍ଧ୍ୟାରେ ମରଶରୀର ନାୟକାଣୀଡିହିରେ ପହଞ୍ଚିବା ପରେ ଉତ୍ତେଜିତ ଗ୍ରାମବାସୀ ଥାନା ଫାଟକ ଭିତରକୁ ଧସେଇ ପସିଥିଲେ । ଶବକୁ ଥାନା ଭିତରେ ରଖି ଗ୍ରାମବାସୀ ଧାରଣା ଦେଇଥିଲେ।
The post ଏସପିଙ୍କ ହସ୍ତକ୍ଷେପ ପରେ ଥମିଲା ଉତ୍ତେଜନା appeared first on .