ପୁରୀରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା, ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ପୁରୀ ୩୦।୦୫: ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା। ଏହି ଅଘଟଣରେ ଆହତ ହୋଇଛନ୍ତି ୨୦ରୁ ଅଧିକ ଲୋକ। ଦୁଇ ଶିଶୁ ସମେତ ଏକାଧିକ ଗୁରୁତର। ଭୁବନେଶ୍ଵର ଏବଂ କଟକର ବିଭିନ୍ନ ମେଡିକାଲରେ ହେଉଛନ୍ତି ଚିକିତ୍ସିତ। ଆହତଙ୍କୁ ଉପଯୁକ୍ତ ଚକିତ୍ସା ପାଇଁ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ନରେନ୍ଦ୍ର ପୋଖରୀରେ ଚନ୍ଦନ ଯାତ୍ରାର ଆୟୋଜନ କରା ଯାଉଥିବା ବେଳେ ଆତସବାଜି କରା ଯାଉଥିଲା । କିନ୍ତୁ ହଠାତ୍ ଫୁଟୁଥିବା ବାଣରୁ ନିଆଁ ଝୁଲ ଛିଟିକି ନିକଟରେ ଗଦା ହୋଇଥିବା ଅଫୁଟା ବାଣରେ ପଡ଼ି ଯାଇଥିଲା ଫଳରେ ସେଠାରେ ଥିବା ଅଫୁଟା ବାଣ ପ୍ରଚଣ୍ଡ ଶବ୍ଦରେ ଫୁଟିବା ସହ ଲୋକଙ୍କ ଉପରେ ଫୁଟି ଯାଇଥିଲା। ବାଣ ବିସ୍ଫୋରଣରେ ଏକାଧିକ ଗୁରୁତର ଆହତ ଥିବାରୁ ପ୍ରଥମେ ପୁରୀ ମେଡିକାଲ ପରେ କଟକ ଓ। ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆହତଙ୍କ ପାଇଁ ସମସ୍ତ ମେଡିକାଲ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପକ୍ଷରୁ ବହନ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍

ପୁରୀରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା, ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ପୁରୀ ୩୦।୦୫: ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା। ଏହି ଅଘଟଣରେ ଆହତ ହୋଇଛନ୍ତି ୨୦ରୁ ଅଧିକ ଲୋକ। ଦୁଇ ଶିଶୁ ସମେତ ଏକାଧିକ ଗୁରୁତର। ଭୁବନେଶ୍ଵର ଏବଂ କଟକର ବିଭିନ୍ନ ମେଡିକାଲରେ ହେଉଛନ୍ତି ଚିକିତ୍ସିତ। ଆହତଙ୍କୁ ଉପଯୁକ୍ତ ଚକିତ୍ସା ପାଇଁ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ନରେନ୍ଦ୍ର ପୋଖରୀରେ ଚନ୍ଦନ ଯାତ୍ରାର ଆୟୋଜନ କରା ଯାଉଥିବା ବେଳେ ଆତସବାଜି କରା ଯାଉଥିଲା । କିନ୍ତୁ ହଠାତ୍ ଫୁଟୁଥିବା ବାଣରୁ ନିଆଁ ଝୁଲ ଛିଟିକି ନିକଟରେ ଗଦା ହୋଇଥିବା ଅଫୁଟା ବାଣରେ ପଡ଼ି ଯାଇଥିଲା ଫଳରେ ସେଠାରେ ଥିବା ଅଫୁଟା ବାଣ ପ୍ରଚଣ୍ଡ ଶବ୍ଦରେ ଫୁଟିବା ସହ ଲୋକଙ୍କ ଉପରେ ଫୁଟି ଯାଇଥିଲା। ବାଣ ବିସ୍ଫୋରଣରେ ଏକାଧିକ ଗୁରୁତର ଆହତ ଥିବାରୁ ପ୍ରଥମେ ପୁରୀ ମେଡିକାଲ ପରେ କଟକ ଓ। ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆହତଙ୍କ ପାଇଁ ସମସ୍ତ ମେଡିକାଲ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପକ୍ଷରୁ ବହନ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।