ତାନ୍ତ୍ରିକ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ
ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲାରେ ବିଗତ ଦିନରେ ଗୁଣି ଗାରେଡିକୁ କେନ୍ଦ୍ରକରି ଅନେକ ମୁଣ୍ଡ ଗଡ଼ିଥିବା ନଜିର ରହିଛି। ହେଲେ ଏଭଳି ପରମ୍ପରା ପୁଣି ଜିଲାରେ ମୁଣ୍ଡ ଟେକିଛି। ଗଞ୍ଜାମ ଜିଲା ଜରଡ଼ା ଥାନା ଅଧୀନ ହଳଦୀବା ଗ୍ରାମରେ ଗତ ୧୦ତାରିଖରେ ଗୁରୁବାରିଆ ଡାକୁଆ ନାମକ ଜଣେ ଯୁବକଙ୍କୁ ଗୁଣିଗାରେଡି (ତାନ୍ତ୍ରିକ )ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ମୃତଦେହକୁ ପୋପାଡ଼ି ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ […] The post ତାନ୍ତ୍ରିକ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ appeared first on Dharitri Odia News.
ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲାରେ ବିଗତ ଦିନରେ ଗୁଣି ଗାରେଡିକୁ କେନ୍ଦ୍ରକରି ଅନେକ ମୁଣ୍ଡ ଗଡ଼ିଥିବା ନଜିର ରହିଛି। ହେଲେ ଏଭଳି ପରମ୍ପରା ପୁଣି ଜିଲାରେ ମୁଣ୍ଡ ଟେକିଛି। ଗଞ୍ଜାମ ଜିଲା ଜରଡ଼ା ଥାନା ଅଧୀନ ହଳଦୀବା ଗ୍ରାମରେ ଗତ ୧୦ତାରିଖରେ ଗୁରୁବାରିଆ ଡାକୁଆ ନାମକ ଜଣେ ଯୁବକଙ୍କୁ ଗୁଣିଗାରେଡି (ତାନ୍ତ୍ରିକ )ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ମୃତଦେହକୁ ପୋପାଡ଼ି ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୬୧/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋମବାର ଏହି ହତ୍ୟା ମାମଲାରେ ପୋଲିସ ଉକ୍ତ ଗ୍ରାମର ୧୧ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ରଞ୍ଜନ ପ୍ରଧାନ(୨୦), ସନ୍ୟାସୀ ଡାକୁଆ(୨୫), ସନ୍ତୋଷ ଡାକୁଆ(୨୫), ଭାଗ୍ୟ ଡାକୁଆ(୨୫), ରାଜୁ ପ୍ରଧାନ(୨୫), ବିଭୀଷଣ ପ୍ରଧାନ(୩୦), ସୁଗ୍ରୀବ ଡାକୁଆ(୪୦), ଶଙ୍କର ଡାକୁଆ(୩୦), କୈଳାଶ ଡାକୁଆ(୨୪), ହରି ଡାକୁଆ(୪୪), ତ୍ରିନାଥ ଡାକୁଆ(୩୯)। ପୋଲିସ ଅଭିଯୁକ୍ତଙ୍କଠାରୁ ଆକ୍ରମଣରେ ବ୍ୟବହୃତ ୪ଟି ଠେଙ୍ଗାକୁ ଜବତ କରିଛି। ସୋମବାର ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
The post ତାନ୍ତ୍ରିକ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ appeared first on Dharitri Odia News.