ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌

ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଜିଓ ପୁଣି ଥରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌ ଭାବେ ମାନ୍ୟତା ଲାଭ କରିଛି। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଗ୍ଲୋବାଲ ୫୦୦-୨୦୨୪ ରେ ଏଲ୍‌ଆଇସି ଏବଂ ଏସ୍‌ବିଆଇ ଭଳି ବହୁ ଦଶନ୍ଧି ପୁରୁଣା ଭାରତୀୟ ବ୍ରାଣ୍ଡ୍‌କୁ ପଛରେ ପକାଇ ଅପେକ୍ଷାକୃତ ନବାଗତ ବ୍ରାଣ୍ଡ୍‌ ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌ ଭାବେ ସ୍ବୀକୃତି ପାଇଛି। ସେହିଭଳି ୨୦୨୩ […] The post ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌ appeared first on Dharitri Odia News.

ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌

ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଜିଓ ପୁଣି ଥରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌ ଭାବେ ମାନ୍ୟତା ଲାଭ କରିଛି। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଗ୍ଲୋବାଲ ୫୦୦-୨୦୨୪ ରେ ଏଲ୍‌ଆଇସି ଏବଂ ଏସ୍‌ବିଆଇ ଭଳି ବହୁ ଦଶନ୍ଧି ପୁରୁଣା ଭାରତୀୟ ବ୍ରାଣ୍ଡ୍‌କୁ ପଛରେ ପକାଇ ଅପେକ୍ଷାକୃତ ନବାଗତ ବ୍ରାଣ୍ଡ୍‌ ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌ ଭାବେ ସ୍ବୀକୃତି ପାଇଛି। ସେହିଭଳି ୨୦୨୩ ବ୍ରାଣ୍ଡ୍‌ ଫାଇନାନ୍ସ ମାନ୍ୟତାରେ ମଧ୍ୟ ଜିଓ ଭାରତର ଶକ୍ତିଶାଳୀ ବ୍ରାଣ୍ଡ୍‌ ତାଲିକାର ଶୀର୍ଷରେ ରହିଥିଲା।

ସେହିପରି ଚଳିତ ବର୍ଷ (୨୦୨୪ ବର୍ଷ) ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌ ମଧ୍ୟରେ ଜିଓ ୧୭ ତମ ସ୍ଥାନରେ ରହିଥିଲାବେଳେ ଏହାର ବ୍ରାଣ୍ଡ୍‌ ଦୃଢ଼ତା ସୂଚୀ ୮୮.୯ ପଏଣ୍ଟ ରହିଛି। ଉକ୍ତ ତାଲିକାରେ ୱି-ଚାଟ୍‌, ଗୁଗଲ୍‌, ୟୁଟ୍ୟୁବ୍‌, ଡେଲଏଟ୍‌, କୋକାକୋଲା ଏବଂ ନେଟ୍‌ଫ୍ଲିକ୍ସ ଭଳି ବ୍ରାଣ୍ଡ୍‌ ସାମିଲ ରହିଛି ଏବଂ ଇ-ୱାଇ, ଏଲ୍‌ଆଇସି, ଏସ୍‌ବିଆଇ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଭଳି ବ୍ରାଣ୍ଡ୍‌ଠାରୁ ଜିଓ ବହୁ ଆଗରେ ରହିଛି।

The post ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍‌ appeared first on Dharitri Odia News.