ସବୁଦିନ ଲାଗି ସସ୍ପେଣ୍ଡ ହୋଇଗଲା ସ୍ବରା ଭାସ୍କରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ
ମୁମ୍ବାଇ: ସବୁଦିନ ଲାଗି ସସ୍ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ। ସେ ନିଜେ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ଯୋଗୁ ଏଭଳି ହୋଇଥିବା ସେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ଟୁଇଟର ତରଫରୁ ଆସିଥିବା ମେଲ୍ର ସ୍କ୍ରିନଶଟ୍ ଶେୟାର କରିଛନ୍ତି ସ୍ବରା। ଯେଉଁଥିରେ ତାଙ୍କ ଦୁଇଟି ପୋଷ୍ଟ କପିରାଇଟ୍ ନିୟମର ଉଲ୍ଲଂଘନ କରୁଛି। ଏଥିଲାଗି ଉକ୍ତ ଦୁଇଟି ପୋଷ୍ଟକୁ ହଟାଇବା ପରେ ମଧ୍ୟ ଆକାଉଣ୍ଟ ସସ୍ପେଣ୍ଡ ରହିବ ବୋଲି […] The post ସବୁଦିନ ଲାଗି ସସ୍ପେଣ୍ଡ ହୋଇଗଲା ସ୍ବରା ଭାସ୍କରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ appeared first on Dharitri Odia News.
ମୁମ୍ବାଇ: ସବୁଦିନ ଲାଗି ସସ୍ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ। ସେ ନିଜେ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ଯୋଗୁ ଏଭଳି ହୋଇଥିବା ସେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି।
ଟୁଇଟର ତରଫରୁ ଆସିଥିବା ମେଲ୍ର ସ୍କ୍ରିନଶଟ୍ ଶେୟାର କରିଛନ୍ତି ସ୍ବରା। ଯେଉଁଥିରେ ତାଙ୍କ ଦୁଇଟି ପୋଷ୍ଟ କପିରାଇଟ୍ ନିୟମର ଉଲ୍ଲଂଘନ କରୁଛି। ଏଥିଲାଗି ଉକ୍ତ ଦୁଇଟି ପୋଷ୍ଟକୁ ହଟାଇବା ପରେ ମଧ୍ୟ ଆକାଉଣ୍ଟ ସସ୍ପେଣ୍ଡ ରହିବ ବୋଲି କୁହାଯାଇଛି।
ତେବେ ସ୍ବରା ଉକ୍ତ ଦୁଇଟି ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରୁ ଗୋଟିଏ ପୋଷ୍ଟରେ ଲେଖାଯାଇଛି ‘ଗାନ୍ଧୀ ହମ୍ ଶର୍ମିନ୍ଦା ହେ ତେରେ କାତିଲ ଜିନ୍ଦା ହୈ’। ଏହା ଏକ ଲୋକପ୍ରିୟ ସ୍ଲୋଗାନ ବୋଲି ସେ କହିଛନ୍ତି। ସେହିଭଳି ଅନ୍ୟ ଏକ ଫଟୋରେ ତାଙ୍କ ଝିଅ ରହିଛନ୍ତି। ତାଙ୍କ ମୁହଁରେ ହୃଦୟ ଇମୋଜି ସହ ହାତରେ ପତାକା ରହିଛି। ପୋଷ୍ଟରେ ହାପି ରିପବ୍ଲିକ ଡେ ଇଣ୍ଡିଆ ଲେଖାଯାଇଛି। ଏହି ଦୁଇ ପୋଷ୍ଟ କିଭଳି ଭାବେ କପିରାଇଟ୍ ଉଲ୍ଲଂଘନ କରୁଛି ବୋଲି ସ୍ବରା ଟୁଇଟରକୁ ପଚାରିଛନ୍ତି।
The post ସବୁଦିନ ଲାଗି ସସ୍ପେଣ୍ଡ ହୋଇଗଲା ସ୍ବରା ଭାସ୍କରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ appeared first on Dharitri Odia News.