ଉପବାଚସ୍ପତି ହେଲେ ଭବାନୀ ଭୋଇ

ଭୁବନେଶ୍ୱର,୨୪ା୭:  ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ତଳସରାରୁ ସେ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ଭବାନୀଙ୍କ ନାଁ ଘୋଷଣା କରିଥିଲେ। ସେ ନିର୍ଦ୍ୱନ୍ଦ୍ୱରେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ଭବାନୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଥିଲେ। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ତାଙ୍କୁ ସମ୍ମତି ଜଣାଇଛନ୍ତି। ସେହିପରି କଂଗ୍ରେସ ବି ସମର୍ଥନ ଜଣାଇଛନ୍ତି। ସୂଚନା […] The post ଉପବାଚସ୍ପତି ହେଲେ ଭବାନୀ ଭୋଇ appeared first on Dharitri Odia News.

ଉପବାଚସ୍ପତି ହେଲେ ଭବାନୀ ଭୋଇ

ଭୁବନେଶ୍ୱର,୨୪ା୭:  ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ତଳସରାରୁ ସେ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି।

ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ଭବାନୀଙ୍କ ନାଁ ଘୋଷଣା କରିଥିଲେ। ସେ ନିର୍ଦ୍ୱନ୍ଦ୍ୱରେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ଭବାନୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଥିଲେ। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ତାଙ୍କୁ ସମ୍ମତି ଜଣାଇଛନ୍ତି। ସେହିପରି କଂଗ୍ରେସ ବି ସମର୍ଥନ ଜଣାଇଛନ୍ତି।

ସୂଚନା ଥାଉକି, ୨୦୧୯ ଓ ୨୦୨୪ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଭବାନୀଙ୍କୁ ଉପବାଚସ୍ପତି ଭାବେ ଭାଜପା ବାଛିଥିଲା। ସର୍ବସମ୍ମତି କ୍ରମେ ସେ ଆଜି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

The post ଉପବାଚସ୍ପତି ହେଲେ ଭବାନୀ ଭୋଇ appeared first on Dharitri Odia News.