ଦିବଙ୍ଗତ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ମହମ୍ମଦ ଅସଲମ୍ ସ୍ମୃତିସଭା ଅନୁଷ୍ଠିତ।

କଳାହାଣ୍ଡି:୧୫/୧୨ ରିପୋର୍ଟ—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା ର ଯୁବ ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ମହମ୍ମଦ ଅସଲମ୍ ସ୍ମୃତି କମିଟି ତରଫରୁ ଭବାନୀପାଟଣା ଅମଲା ଭବନ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି। ଏହି ଅବସରରେ ପାରା ଏଥଲେଟ ଖେଳାଳୀ ଆକାଶ ମୁଣ୍ଡ, ଓଟିଭି ର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ, ସଫେଇ କର୍ମଚାରୀ ବସନ୍ତ ନାଏକଙ୍କୁ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର […] The post ଦିବଙ୍ଗତ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ମହମ୍ମଦ ଅସଲମ୍ ସ୍ମୃତିସଭା ଅନୁଷ୍ଠିତ। appeared first on Odisha.News.

ଦିବଙ୍ଗତ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ମହମ୍ମଦ ଅସଲମ୍ ସ୍ମୃତିସଭା ଅନୁଷ୍ଠିତ।

କଳାହାଣ୍ଡି:୧୫/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ର ଯୁବ ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ମହମ୍ମଦ ଅସଲମ୍ ସ୍ମୃତି କମିଟି ତରଫରୁ ଭବାନୀପାଟଣା ଅମଲା ଭବନ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି। ଏହି ଅବସରରେ ପାରା ଏଥଲେଟ ଖେଳାଳୀ ଆକାଶ ମୁଣ୍ଡ, ଓଟିଭି ର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ, ସଫେଇ କର୍ମଚାରୀ ବସନ୍ତ ନାଏକଙ୍କୁ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ହୋଇଥିବା ଇଂରାଜୀ ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରବାନ, ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ପୁରୁଷୋତ୍ତମ ସିଂ ଠାକୁର, ମନୋରଞ୍ଜନ ଯୋଷୀ, ସମାଜସେବା ଭାରତ ଠାକୁର, ଶିକ୍ଷାବିତ ଡଃ ଅଜୟ ମିଶ୍ର, ଡଃ ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ। ସେହି ପରି ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ,ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ସାମ୍ବାଦିକା ଅରୁନ୍ଧତୀ ମହାନ୍ତି ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ନିଜର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବନେତା ଅବିନାଶ ଠାକୁର ପରିଚାଳନା କରିଥିବାବେଳେ ସନ୍ତୋଷ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ମହମ୍ମଦ୍ ଅସଲମ୍ ସ୍ମୃତି କମିଟି ର ବିଜୟ ସାହୁ, ଅଜିତ ସିଂ, ତାପସ ମହାନ୍ତି ,ମନ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ସୁଭମ ରୋହିଲା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

The post ଦିବଙ୍ଗତ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ମହମ୍ମଦ ଅସଲମ୍ ସ୍ମୃତିସଭା ଅନୁଷ୍ଠିତ। appeared first on Odisha.News.