ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ଭାବେ କରେନ୍ଦ୍ର ମାଝୀ ନିଯୁକ୍ତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ): ବିଜେପି ସର୍ବ ଭାରତୀୟ ସ୍ତରରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା ବେଳେ ଜାତୀୟ ଏସଟି ମୋର୍ଚ୍ଚା କାର୍ଯ୍ୟାଳୟ ନୂଆଦିଲ୍ଲୀର ନିର୍ଦ୍ଦେଶ ଅନୁଯାୟୀ, ବିଜେପି ଏସଟି ମୋର୍ଚ୍ଚା ଓଡିଶା ପ୍ରଦେଶ ସଭାପତି ତଥା ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବାଲିଗୁଡା ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କୁ ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ନିଯୁକ୍ତି କରିଛନ୍ତି । ଯାହାକୁ ନେଇ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ […] The post ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ଭାବେ କରେନ୍ଦ୍ର ମାଝୀ ନିଯୁକ୍ତ appeared first on Odisha.News.

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ): ବିଜେପି ସର୍ବ ଭାରତୀୟ ସ୍ତରରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା ବେଳେ ଜାତୀୟ ଏସଟି ମୋର୍ଚ୍ଚା କାର୍ଯ୍ୟାଳୟ ନୂଆଦିଲ୍ଲୀର ନିର୍ଦ୍ଦେଶ ଅନୁଯାୟୀ, ବିଜେପି ଏସଟି ମୋର୍ଚ୍ଚା ଓଡିଶା ପ୍ରଦେଶ ସଭାପତି ତଥା ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବାଲିଗୁଡା ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କୁ ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ନିଯୁକ୍ତି କରିଛନ୍ତି । ଯାହାକୁ ନେଇ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଶ୍ରୀ ମାଝି ଙ୍କୁ ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ନିଯୁକ୍ତି ପରେ ଶ୍ରୀ ମାଝି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଭେଟି ତାଙ୍କ ଉପରେ ଦଳ ଓ ସେ ଅସ୍ତା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ କିଭଳି ରାଜ୍ୟରେ ବିଜେପି ରେ ଅଧିକରୁ ଅଧିକ ଆଦିବାସୀ ଲୋକ ସଦସ୍ୟତା ମାଧ୍ୟମରେ ଯୋଡି ହେବେ ସେ ନେଇ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି । ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନ- ୨୦୨୪ ଯୋଜନାରେ ରେ ରାଜ୍ୟ କନଭେନର କରେନ୍ଦ୍ର ମାଝି ,ସହ – କନଭେନର ଧୃବ କାଲୋ ରହିଥିବା ବେଳେ ଗୋବୋର୍ଦ୍ଧନ ଭୋଇ ,ମାମିତା ନାୟକ ,ଫଗୁ ହଂସଦା,ରାମ ଚନ୍ଦ୍ର ହଂସଦା ଓ ବିହାରୀ ମାଝି ଙ୍କୁ ସଦସ୍ୟ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି ।
The post ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ଭାବେ କରେନ୍ଦ୍ର ମାଝୀ ନିଯୁକ୍ତ appeared first on Odisha.News.