ରିୟାଙ୍କୁ ଦିଲ୍ଲୀ ପୋଲିସ୍‌ର ନୋଟିସ୍‌, ୫୦୦ କୋଟି ଠକେଇ ମାମଲରେ ଫସିଲେ ଅଭିନେତ୍ରୀ

ମୁମ୍ଵାଇ ୦୬।୧୦: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଅଡୁଆରେ । HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଠକେଇ ମାମଲାରେ ପୋଲିସ୍‌ ନୋଟିସ୍ ଜାରି କରିଛି। ଏହି ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି ଦିଲ୍ଲୀ ପୋଲିସ୍‌। ରିୟା ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଏହି ଆପରେ ବିନିଯୋଗ କରିବାକୁ କହିଥିବା ଅଭିଯୋଗ ହୋଇଛି । ଯାହା ଏକ ଜାଲିଆତି ଆପ୍ ।ଦିଲ୍ଲୀ ପୋଲିସ ନୋଟିସ ପଠାଇଛିସୂଚନା ଅନୁସାରେ, ରିୟାଙ୍କୁ ଅକ୍ଟୋବର ୯ରେ ଦ୍ୱାରକା ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ପୂର୍ବରୁ ୟୁଟ୍ୟୁବର ଏଲଭିଶ୍‌ ଯାଦବ ଏବଂ କେମେଡିଆନ ଅଭିନେତ୍ରୀ ଭାରତୀ ସିଂହଙ୍କୁ ମଧ୍ୟ ସମନ କରିଥିଲା ପୋଲିସ।  କାହିଁକି ନା ସେମାନେ ଆପ୍ ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଜେରା ହେବେ। ସେହିପରି ଅନ୍ୟ ତିନି ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ନୋଟିସ୍ କରିଥିଲା ଦିଲ୍ଲୀ ପୁଲିସ। ଏନେଇ ପୋଲିସ ଏହି ମାମଲାର ମାଷ୍ଟରମାଇଣ୍ଡ ଶିବରାମଙ୍କୁ ଗିରଫ କରିଛି। ତାଙ୍କର ବିଭିନ୍ନ ଆକାଉଣ୍ଟରୁ ୧୮ କୋଟି ଟଙ୍କା ଜବତ କରାଯାଇଛି। ହାଇବକ୍ସ ୟୁଜର୍ସଙ୍କ ଠାରୁ ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ୫୦୦ରୁ ଅଧିକ ଅଭିଯୋଗ ଦାଖଲ କରାଯାଇଛି। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବର୍ସ ସେମାନଙ୍କ ପେଜରେ ଏହି ମୋବାଇଲ ଆପ୍ଲିକେସନକୁ ଡାଉନଲୋଡ କରିବା ସହ ଆପ୍ ମାଧ୍ୟମରେ ନିବେଶ କରିବାକୁ ପ୍ରବର୍ତ୍ତାଉଥ

ରିୟାଙ୍କୁ ଦିଲ୍ଲୀ ପୋଲିସ୍‌ର ନୋଟିସ୍‌, ୫୦୦ କୋଟି  ଠକେଇ ମାମଲରେ ଫସିଲେ ଅଭିନେତ୍ରୀ

ମୁମ୍ଵାଇ ୦୬।୧୦: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଅଡୁଆରେ । HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଠକେଇ ମାମଲାରେ ପୋଲିସ୍‌ ନୋଟିସ୍ ଜାରି କରିଛି। ଏହି ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି ଦିଲ୍ଲୀ ପୋଲିସ୍‌। ରିୟା ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଏହି ଆପରେ ବିନିଯୋଗ କରିବାକୁ କହିଥିବା ଅଭିଯୋଗ ହୋଇଛି । ଯାହା ଏକ ଜାଲିଆତି ଆପ୍ ।

ଦିଲ୍ଲୀ ପୋଲିସ ନୋଟିସ ପଠାଇଛି

ସୂଚନା ଅନୁସାରେ, ରିୟାଙ୍କୁ ଅକ୍ଟୋବର ୯ରେ ଦ୍ୱାରକା ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ପୂର୍ବରୁ ୟୁଟ୍ୟୁବର ଏଲଭିଶ୍‌ ଯାଦବ ଏବଂ କେମେଡିଆନ ଅଭିନେତ୍ରୀ ଭାରତୀ ସିଂହଙ୍କୁ ମଧ୍ୟ ସମନ କରିଥିଲା ପୋଲିସ।  କାହିଁକି ନା ସେମାନେ ଆପ୍ ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଜେରା ହେବେ। ସେହିପରି ଅନ୍ୟ ତିନି ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ନୋଟିସ୍ କରିଥିଲା ଦିଲ୍ଲୀ ପୁଲିସ। ଏନେଇ ପୋଲିସ ଏହି ମାମଲାର ମାଷ୍ଟରମାଇଣ୍ଡ ଶିବରାମଙ୍କୁ ଗିରଫ କରିଛି। ତାଙ୍କର ବିଭିନ୍ନ ଆକାଉଣ୍ଟରୁ ୧୮ କୋଟି ଟଙ୍କା ଜବତ କରାଯାଇଛି। 

ହାଇବକ୍ସ ୟୁଜର୍ସଙ୍କ ଠାରୁ ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ୫୦୦ରୁ ଅଧିକ ଅଭିଯୋଗ ଦାଖଲ କରାଯାଇଛି। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବର୍ସ ସେମାନଙ୍କ ପେଜରେ ଏହି ମୋବାଇଲ ଆପ୍ଲିକେସନକୁ ଡାଉନଲୋଡ କରିବା ସହ ଆପ୍ ମାଧ୍ୟମରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା।

HIBOX ଆପ୍ କ’ଣ?

ହାଇବକ୍ସ ଆପ୍ ଏକ ବିନିଯୋଗ ଯୋଜନା ଭାବରେ ପରିଚିତ ହୋଇଛି । ୟୁଜର୍ସମାନେ ଏହି ଆପରେ ସାଇନ୍ ଅପ୍ କରି ସେମାନଙ୍କର ଟଙ୍କା ବିନିଯୋଗ କରନ୍ତି । ଆପ୍ ଦାବି କରିଛି ଯେ ଏହା ଏକରୁ ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଇଥାଏ। ଏହା ବ୍ୟତୀତ, ଏହା ମଧ୍ୟ ଏକ ମାସରେ ୩୦-୯୦ ପ୍ରତିଶତ ରିଟର୍ଣ୍ଣ ନିଶ୍ଚିତ କରେ। ପ୍ରାରମ୍ଭରେ ଏହି ଆପ୍ ରିଟର୍ନ ଦେଇଥିଲା, କିନ୍ତୁ ଜୁଲାଇ ୨୦୨୪ରେ ବୈଷୟିକ ତ୍ରୃଟି ଯୋଗୁଁ ଏବଂ ଆଇନଗତତା ଦର୍ଶାଇ ଦେୟ ବନ୍ଦ ହୋଇଗଲା ।  ଏହା ପରେ ଅନେକ ୟୁଜର୍ସ ଏହା ବିରୋଧରେ ଅଭିଯୋଗ କରିଥିଲେ।