ବାତ୍ୟା 'ଦାନା' ପାଇଁ ପ୍ରସ୍ତୁତି, ଗଞ୍ଜାମରେ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର

ଗଞ୍ଜାମ: ଗଞ୍ଜାମରେ ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି ।  ଜିଲ୍ଲା ପ୍ରଶାସନ ସଜାଗ ରହିଛି ।  ବାତ୍ୟା ସମୟରେ ଗଞ୍ଜାମରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜିରୋ କାଜୁଆଲଟି ମୁଖ୍ୟ ଫୋକସ ରହିଛି । ଏହାକୁ ଦୃଷ୍ଟିରେ ରଖି ପାହାଡିଆ ଅଂଚଳ, ନଦୀ କୁଳିଆ, ଚିଲିକା କୁଳିଆ ଓ କଚ୍ଚା ଘରେ ରହୁଥିବା ଲୋକ ହେବେ ଆଜି ସନ୍ଧ୍ୟା ସୁଦ୍ଧା ହେବେ ସ୍ଥାନାନ୍ତର ।  ଜିଲ୍ଲାରେ ଆନୁମାନିକ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର ବୋଲି ବୈଠକ କୁହାଯାଇଛି ।  ସେଠାରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ପିଲାଙ୍କ ଖାଦ୍ୟ ମଧ୍ୟ୍ୟ ଯୋଗାଇ ଦିଆଯିବ ।  ୧୬୭୮ ଗର୍ଭବତୀ ଚିହ୍ନଟ ବେଳେ ୧୯୨ ଗର୍ଭବତୀ ମହିଳା ମେଡିକାଲକୁ ହୋଇଛନ୍ତି ସ୍ଥାନାନ୍ତରିତ  । ଜିଲ୍ଲାରେ ୧୦୯ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳି ରହିଥିବା ବେଳେ ଅତିରିକ୍ତ ୭୦୦ ଆଶ୍ରୟସ୍ଥଳି ଚିହ୍ନଟ ହୋଇଛି। ସମସ୍ତ ଆଶ୍ରୟସ୍ଥଳରେ ଆନୁସାଙ୍ଗିକ ବ୍ୟବସ୍ଥା ରଖିବାକୁ କୁହାଯାଇଛି ।    ଚିଲିକା, ସମୁଦ୍ର ଓ ନଦୀରେ ମାଛ ଧରିବାକୁ ବାରଣ କରାଯାଇଛି।  ଏହି ସବୁ ଅଂଚଳରେ ଏକ ଟିମ୍ ଗଠନ ହୋଇ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  କଳା ବଜାରୀକୁ ରୋକିବା ନେଇ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରିବାକୁ କୁହାଯାଇଛି ।  ବୈଠକରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆୟୁଷ ପତି, ଜି

ବାତ୍ୟା 'ଦାନା' ପାଇଁ ପ୍ରସ୍ତୁତି, ଗଞ୍ଜାମରେ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର

ଗଞ୍ଜାମ: ଗଞ୍ଜାମରେ ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି ।  ଜିଲ୍ଲା ପ୍ରଶାସନ ସଜାଗ ରହିଛି ।  ବାତ୍ୟା ସମୟରେ ଗଞ୍ଜାମରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜିରୋ କାଜୁଆଲଟି ମୁଖ୍ୟ ଫୋକସ ରହିଛି । ଏହାକୁ ଦୃଷ୍ଟିରେ ରଖି ପାହାଡିଆ ଅଂଚଳ, ନଦୀ କୁଳିଆ, ଚିଲିକା କୁଳିଆ ଓ କଚ୍ଚା ଘରେ ରହୁଥିବା ଲୋକ ହେବେ ଆଜି ସନ୍ଧ୍ୟା ସୁଦ୍ଧା ହେବେ ସ୍ଥାନାନ୍ତର । 


 ଜିଲ୍ଲାରେ ଆନୁମାନିକ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର ବୋଲି ବୈଠକ କୁହାଯାଇଛି ।  ସେଠାରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ପିଲାଙ୍କ ଖାଦ୍ୟ ମଧ୍ୟ୍ୟ ଯୋଗାଇ ଦିଆଯିବ ।  ୧୬୭୮ ଗର୍ଭବତୀ ଚିହ୍ନଟ ବେଳେ ୧୯୨ ଗର୍ଭବତୀ ମହିଳା ମେଡିକାଲକୁ ହୋଇଛନ୍ତି ସ୍ଥାନାନ୍ତରିତ  । ଜିଲ୍ଲାରେ ୧୦୯ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳି ରହିଥିବା ବେଳେ ଅତିରିକ୍ତ ୭୦୦ ଆଶ୍ରୟସ୍ଥଳି ଚିହ୍ନଟ ହୋଇଛି। ସମସ୍ତ ଆଶ୍ରୟସ୍ଥଳରେ ଆନୁସାଙ୍ଗିକ ବ୍ୟବସ୍ଥା ରଖିବାକୁ କୁହାଯାଇଛି ।    ଚିଲିକା, ସମୁଦ୍ର ଓ ନଦୀରେ ମାଛ ଧରିବାକୁ ବାରଣ କରାଯାଇଛି।  ଏହି ସବୁ ଅଂଚଳରେ ଏକ ଟିମ୍ ଗଠନ ହୋଇ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  କଳା ବଜାରୀକୁ ରୋକିବା ନେଇ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରିବାକୁ କୁହାଯାଇଛି ।  ବୈଠକରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆୟୁଷ ପତି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସମେତ ଲାଇନ ବିଭାଗ ଓ ବିଭାଗୀୟ ଅଧିକାରୀମାନେ ଜୁମ୍ ମାଧ୍ୟ୍ୟମରେ ଉପସ୍ଥିତ ଥିଲେ । 

Also Read- 

୨୪ ଓ ୨୫ରେ ହବିଷ୍ୟାଳୀଙ୍କୁ ଜଗା ଦର୍ଶନ ମନା; ଭକ୍ତଙ୍କୁ ବି ବାରଣ