ଆମ୍ୱୁଲାନ୍ସକୁ ଛାଡିଲେନି ରାସ୍ତା, ପଡିଗଲା ଅଢ଼େଇ ଲକ୍ଷର ଫାଇନ

ତ୍ରିଶୂର ୧୮/୧୦: ମହଙ୍ଗା ପଡ଼ିଛି ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା । ଗୋଟିଏ କାର ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍ । ୨.୫ ଲକ୍ଷ ଟଙ୍କା ଜରିମାନା ସହ କାର ଚାଳକଙ୍କ ଲାଇସେନ୍ସ ରଦ୍ଦ କରିଛି କେରଳ ପୋଲିସ । କେରଳର ସ୍ଥାନୀୟ ପ୍ରଶାସନ କାର ମାଲିକଙ୍କ ଘରକୁ ଯାଇ ହାତରେ ଧରାଇଛନ୍ତି ଏହି ନୋଟିସ । କେରଳର ଚଲାକୁଡିରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । Such an insane & inhuman act.A car owner in Kerala has been fined Rs/- 2.5 Lakh and their license has been cancelled for not giving away the path for an ambulance.Well done @TheKeralaPolice pic.twitter.com/RYGqtKj7jZ— Vije (@vijeshetty) November 16, 2024ସୂଚନା ଥାଉକି, ତ୍ରିଶୂର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ନଥିଲେ କାର ଚାଳକ । ଆମ୍ବୁଲାନ୍ସରେ ବସିଥିବା ପାରାମେଡିକାଲ ଷ୍ଟାଫ ଏହି ସମୟର ଭିଡିଓ ରେକର୍ଡ କରିଥିଲେ । ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ସଂକୀର୍ଣ୍ଣ, ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଯାଉଥିବାବେଳେ ଆମ୍ବୁଲାନ୍ସ ଆଗରେ ଏକ ଧଳା ମାରୁତି ସୁଜୁକି ସିଆଜ କାର ଯାଉଥିଲା । ଆମ୍ବୁଲାନ୍ସର ସାଇରନ୍ ଓ ଡ୍ରାଇଭରଙ୍କ ବାରମ୍ବାର ହର୍ଣ୍ଣକୁ କାର ଚାଳକ ଖାତିର୍ କରିନଥିଲେ । ଦୁଇ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମ୍ବୁ

ଆମ୍ୱୁଲାନ୍ସକୁ ଛାଡିଲେନି ରାସ୍ତା, ପଡିଗଲା ଅଢ଼େଇ ଲକ୍ଷର ଫାଇନ

ତ୍ରିଶୂର ୧୮/୧୦: ମହଙ୍ଗା ପଡ଼ିଛି ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା । ଗୋଟିଏ କାର ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍ । ୨.୫ ଲକ୍ଷ ଟଙ୍କା ଜରିମାନା ସହ କାର ଚାଳକଙ୍କ ଲାଇସେନ୍ସ ରଦ୍ଦ କରିଛି କେରଳ ପୋଲିସ । କେରଳର ସ୍ଥାନୀୟ ପ୍ରଶାସନ କାର ମାଲିକଙ୍କ ଘରକୁ ଯାଇ ହାତରେ ଧରାଇଛନ୍ତି ଏହି ନୋଟିସ । କେରଳର ଚଲାକୁଡିରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 


ସୂଚନା ଥାଉକି, ତ୍ରିଶୂର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ନଥିଲେ କାର ଚାଳକ । ଆମ୍ବୁଲାନ୍ସରେ ବସିଥିବା ପାରାମେଡିକାଲ ଷ୍ଟାଫ ଏହି ସମୟର ଭିଡିଓ ରେକର୍ଡ କରିଥିଲେ । ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ସଂକୀର୍ଣ୍ଣ, ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଯାଉଥିବାବେଳେ ଆମ୍ବୁଲାନ୍ସ ଆଗରେ ଏକ ଧଳା ମାରୁତି ସୁଜୁକି ସିଆଜ କାର ଯାଉଥିଲା । ଆମ୍ବୁଲାନ୍ସର ସାଇରନ୍ ଓ ଡ୍ରାଇଭରଙ୍କ ବାରମ୍ବାର ହର୍ଣ୍ଣକୁ କାର ଚାଳକ ଖାତିର୍ କରିନଥିଲେ । ଦୁଇ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମ୍ବୁଲାନ୍ସ ଆଗେ ଆଗେ ଯାଇଥିଲେ । 

ଶେଷରେ ଡାହାଣପଟେ ସାମାନ୍ୟ ଫାଙ୍କା ରାସ୍ତା ଦେଖି ଆମ୍ବୁଲାନ୍ସ ଚାଳକ ଏହାକୁ ଓଭର-ଟେକ୍ କରିଥିଲେ। ଏହି ପ୍ରମାଣ ସାମ୍ନାକୁ ଆସିବା ପରେ କେରଳ ପୋଲିସ ତୁରନ୍ତ ନେଇଛି କାର୍ଯ୍ୟାନୁଷ୍ଠାନ । କାର ଚାଳକଙ୍କ ବିରୋଧରେ ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ ପ୍ରଶଂସା କରାଯାଇଛି । ସେପଟ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି ୟୁଜର୍ସ।