ଦେବୀ, ଧ୍ରୁବ ତୁ ତୁ ମେଁ ମେଁ
ଭୁବନେଶ୍ୱର,୧୫।୪: କେନ୍ଦ୍ରାପଡ଼ା ଜିଲା ବିଜେଡି ସଭାପତି ନିର୍ବାଚନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିଧାୟକ ଧ୍ରୁବ ସାହୁ ଓ ଦେବୀ ମିଶ୍ରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଶଙ୍ଖ ଭବନରେ ଉଚ୍ଚବାଚ ପରେ ପ୍ରତିକ୍ରିୟା ନ ଦେଇ ପଳାଇଲେ ଧ୍ରୁବ। ପୂର୍ବରୁ ଦେବୀ କହିଥିଲେ, ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ସାଂଗଠନିକ ନିର୍ବାଚନ। ୧୩ ତାରିଖ ଭିତରେ ଜିଲା ସଭାପତି ପାଇଁ ନାମାଙ୍କନ ସରିବ। ରାଜ୍ୟ କାର୍ଯ୍ୟକାରିଣୀ ହେବା ପରେ ସଭାପତି […] The post ଦେବୀ, ଧ୍ରୁବ ତୁ ତୁ ମେଁ ମେଁ appeared first on Dharitri Odia News.
ଭୁବନେଶ୍ୱର,୧୫।୪: କେନ୍ଦ୍ରାପଡ଼ା ଜିଲା ବିଜେଡି ସଭାପତି ନିର୍ବାଚନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିଧାୟକ ଧ୍ରୁବ ସାହୁ ଓ ଦେବୀ ମିଶ୍ରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଶଙ୍ଖ ଭବନରେ ଉଚ୍ଚବାଚ ପରେ ପ୍ରତିକ୍ରିୟା ନ ଦେଇ ପଳାଇଲେ ଧ୍ରୁବ।
ପୂର୍ବରୁ ଦେବୀ କହିଥିଲେ, ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ସାଂଗଠନିକ ନିର୍ବାଚନ। ୧୩ ତାରିଖ ଭିତରେ ଜିଲା ସଭାପତି ପାଇଁ ନାମାଙ୍କନ ସରିବ। ରାଜ୍ୟ କାର୍ଯ୍ୟକାରିଣୀ ହେବା ପରେ ସଭାପତି ବଛାଯିବ।
ଏହା ସହ ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର କଡ଼ା ଜବାବ ଦେଇଥିଲେ ବିଜେଡି ନେତା ଦେବୀ ମିଶ୍ର। ସେ କହିଥିଲେ, ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ। ବାବା ବିଜେଡିରେ ଥିବାବେଳେ ଦଣ୍ଡଧରି ଦଳର ଦଉଡ଼ିକୁ ସମ୍ଭାଳି ଥିଲେ। ଯୁଆଡ଼େ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ। ବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ ।
ସୂଚନା ଥାଉକି, ପ୍ରସନ୍ନ ପାଟ୍ଟଶାଣୀ ନବୀନଙ୍କୁ ମିଛ କହୁଥିବା କହିଥିବାବେଳେ ଏହାର ଜବାବ ଦେଇଛନ୍ତି ଦେବୀ ମିଶ୍ର। ପାଟ୍ଟଶାଣୀ କହିଥିଲେ, ନବୀନ ଭୀଷଣ ମିଛ କହୁଛନ୍ତି। ପାଣ୍ଡିଆନଙ୍କ କଥାରେ ନବୀନ ମିଛ କହି ଚାଲିଛନ୍ତି। ଦଳରେ କ’ଣ ଅଛି ଯେ, ସେ ଦଳ ଗଢ଼ିବେ। ବିଜେଡିରେ ଏବେ ଷଡ଼ଯନ୍ତ୍ର ଚାଲିଛି। ମୋ’ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିବା ପାଟ୍ଟଶାଣୀ ଏତେ ଦିନରେ ତୁଣ୍ଡ ଖୋଲି କହିଛନ୍ତି।
The post ଦେବୀ, ଧ୍ରୁବ ତୁ ତୁ ମେଁ ମେଁ appeared first on Dharitri Odia News.