ମେଣ୍ଟ ନେଇ ବଡ଼ ବୟାନ ଦେଲେ ପାଣ୍ଡିଆନ୍, କହିଲେ…
ଭୁବନେଶ୍ୱର,୧୯।୩: ରାଜ୍ୟରେ ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏହା ସହ ସେ ଦେଶରେ ମୋଦି ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକ ହିଁ ସରକାର ଗଢିବେ କହିଛନ୍ତି। ନବୀନ-ମୋଦି ଜଣେ ଜଣେ ଉତ୍ତମ ରାଜନେତା । ଲୋକଙ୍କ ପାଇଁ ସବୁବେଳେ କାମ କରୁଛନ୍ତି । ତେବେ ଆଗକୁ କ’ଣ ହେବ ତାହା ଖୁବଶୀଘ୍ର ଜଣାପଡିବ […] The post ମେଣ୍ଟ ନେଇ ବଡ଼ ବୟାନ ଦେଲେ ପାଣ୍ଡିଆନ୍, କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୯।୩: ରାଜ୍ୟରେ ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏହା ସହ ସେ ଦେଶରେ ମୋଦି ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକ ହିଁ ସରକାର ଗଢିବେ କହିଛନ୍ତି। ନବୀନ-ମୋଦି ଜଣେ ଜଣେ ଉତ୍ତମ ରାଜନେତା । ଲୋକଙ୍କ ପାଇଁ ସବୁବେଳେ କାମ କରୁଛନ୍ତି । ତେବେ ଆଗକୁ କ’ଣ ହେବ ତାହା ଖୁବଶୀଘ୍ର ଜଣାପଡିବ ବୋଲି ସେ କହିଛନ୍ତି ।
ଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ରାଜ୍ୟ ଏବଂ ଦେଶରେ ଆଗାମୀ ନିର୍ବାଚନ ନେଇ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ମୋ ଗୁରୁ। ତାଙ୍କୁ ଠାରୁ ମୁଁ ବହୁତ କିଛି ଶିଖିଛି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ ମୁଁ କାମ କରିଆସୁଛି । ଆଗକୁ ମଧ୍ୟ କରିଚାଲିବି । ସର୍ବଦା ରାଜ୍ୟବାସୀଙ୍କ ପାଇଁ କାମ କରିଆସିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଠାରୁ ଆହୁରି ବହୁତ କିଛି ଶିଖିବାର ଅଛି । ଗଣତନ୍ତ୍ର ପଦ୍ଧତିରେ ସର୍ବାଧିକ ଥର ଜିତିଥିବା ନେତା ।
The post ମେଣ୍ଟ ନେଇ ବଡ଼ ବୟାନ ଦେଲେ ପାଣ୍ଡିଆନ୍, କହିଲେ… appeared first on Dharitri Odia News.