ମେ ୨୯ରୁ ଅଲ୍ଟିମେଟ ଟେବୁଲ ଟେନିସର ଷଷ୍ଠ ସିଜନ

ନୂଆଦିଲ୍ଲୀ,୨୮ା୨: ଅଲ୍ଟିମେଟ ଟେବୁଲ ଟେନିସ (ୟୁଟିଟି)ର ଷଷ୍ଠ ସଂସ୍କରଣ ଅହମ୍ମଦାବାଦରେ ଆସନ୍ତା ମେ ୨୯ରୁ ଜୁନ ୧୫ ପର୍ଯ୍ୟନ୍ତ ଖେଳାଯିବ। ଏ ନେଇ ଆୟୋଜକଙ୍କ ପକ୍ଷରୁ ଶୁକ୍ରବାର କୁହାଯାଇଛି। କବାଡି ବିଶ୍ୱକପ ଓ ୨୦୧୯ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିଥିବା ଭେନ୍ୟୁ ଷ୍ଟେଟ-ଅଫ-ଦି ଆର୍ଟ ଏକା ଆରେନାକୁ ଭେନ୍ୟୁ ଭାବେ ଧାର୍ଯ୍ୟ କରାଯାଇଛି। ଭାରତୀୟ ଓ ଅନ୍ତର୍ଜାତୀୟ ତାରକାଙ୍କୁ ନେଇ ଗଠିତ ୮ ଦଳ ଟାଇଟଲ ଲାଗି ମୁକାବିଲା କରିବେ। ଲିଗରେ ଭାଗ ନେଉଥିବା […] The post ମେ ୨୯ରୁ ଅଲ୍ଟିମେଟ ଟେବୁଲ ଟେନିସର ଷଷ୍ଠ ସିଜନ appeared first on Dharitri Odia News.

ମେ ୨୯ରୁ ଅଲ୍ଟିମେଟ ଟେବୁଲ ଟେନିସର ଷଷ୍ଠ ସିଜନ

ନୂଆଦିଲ୍ଲୀ,୨୮ା୨: ଅଲ୍ଟିମେଟ ଟେବୁଲ ଟେନିସ (ୟୁଟିଟି)ର ଷଷ୍ଠ ସଂସ୍କରଣ ଅହମ୍ମଦାବାଦରେ ଆସନ୍ତା ମେ ୨୯ରୁ ଜୁନ ୧୫ ପର୍ଯ୍ୟନ୍ତ ଖେଳାଯିବ। ଏ ନେଇ ଆୟୋଜକଙ୍କ ପକ୍ଷରୁ ଶୁକ୍ରବାର କୁହାଯାଇଛି।

କବାଡି ବିଶ୍ୱକପ ଓ ୨୦୧୯ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିଥିବା ଭେନ୍ୟୁ ଷ୍ଟେଟ-ଅଫ-ଦି ଆର୍ଟ ଏକା ଆରେନାକୁ ଭେନ୍ୟୁ ଭାବେ ଧାର୍ଯ୍ୟ କରାଯାଇଛି। ଭାରତୀୟ ଓ ଅନ୍ତର୍ଜାତୀୟ ତାରକାଙ୍କୁ ନେଇ ଗଠିତ ୮ ଦଳ ଟାଇଟଲ ଲାଗି ମୁକାବିଲା କରିବେ।

ଲିଗରେ ଭାଗ ନେଉଥିବା ୮ ଦଳକୁ ଦୁଇଟି ଗ୍ରୁପରେ ଭାଗ ଭାଗ କରାଯାଇଛି। ପ୍ରତ୍ୟେକ ଦଳ ଲିଗ ପର୍ଯ୍ୟାୟରେ ୫ଟି ଲେଖାଏ ମ୍ୟାଚ ଖେଳିବେ। ପ୍ରତ୍ୟେକ ଦଳ ନିଜ ଗ୍ରୁପର ଅନ୍ୟ ୩ଟି ଦଳ ସହିତ ଏବଂ ଅନ୍ୟ ଗ୍ରୁପର ୨ଟି ଦଳ ସହିତ ମ୍ୟାଚ ଖେଳିବେ। ଲିଗ ପର୍ଯ୍ୟାୟ ପରେ ଦୁଇଟି ଗ୍ରୁପର ଟପ ଦୁଇ ଦଳ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଜୁନ ୧୫ ତାରିଖରେ ଫାଇନାଲ ଖେଳାଯିବ। ପ୍ରତ୍ୟେକ ଦଳରେ ଦୁଇ ଜଣ ଅନ୍ତର୍ଜାତୀୟ ତାରକାଙ୍କ ସହିତ ମୋଟ ୬ ଖେଳାଳି ରହିବେ।

The post ମେ ୨୯ରୁ ଅଲ୍ଟିମେଟ ଟେବୁଲ ଟେନିସର ଷଷ୍ଠ ସିଜନ appeared first on Dharitri Odia News.