ମଣିଶଙ୍କରଙ୍କ ବିବୃତ୍ତିକୁ ନେଇ ରାଗିଲା ଭାଜପା, କହିଲା…

ନୂଆଦିଲ୍ଲୀ,୨୯ା୫ କଂଗ୍ରେସ ନେତା ମଣିଶଙ୍କର ଆୟାର ୧୯୬୨ରେ ହୋଇଥିବା ଚାଇନା ଆକ୍ରମଣ ପାଇଁ କିଛି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଭାଜପା ମଣିଶଙ୍କରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ନିରବତା ଉପରେ ଭାଜପା ପ୍ରଶ୍ନ ଉଠାଇ କହିଛି, ତାଙ୍କୁ ଜବାବ ରଖିବାକୁ ପଡ଼ିବ। ଭାଜପା ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଗୌରବ ଭାଟିଆ କହିଛନ୍ତି, ଜବାହରଲାଲ ନେହେରୁଙ୍କ ସମୟରେ ୪୩ ହଜାର ବର୍ଗ କିଲୋମିଟର ଭାରତୀୟ […] The post ମଣିଶଙ୍କରଙ୍କ ବିବୃତ୍ତିକୁ ନେଇ ରାଗିଲା ଭାଜପା, କହିଲା… appeared first on Dharitri Odia News.

ମଣିଶଙ୍କରଙ୍କ ବିବୃତ୍ତିକୁ ନେଇ ରାଗିଲା ଭାଜପା, କହିଲା…

ନୂଆଦିଲ୍ଲୀ,୨୯ା୫ କଂଗ୍ରେସ ନେତା ମଣିଶଙ୍କର ଆୟାର ୧୯୬୨ରେ ହୋଇଥିବା ଚାଇନା ଆକ୍ରମଣ ପାଇଁ କିଛି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଭାଜପା ମଣିଶଙ୍କରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ନିରବତା ଉପରେ ଭାଜପା ପ୍ରଶ୍ନ ଉଠାଇ କହିଛି, ତାଙ୍କୁ ଜବାବ ରଖିବାକୁ ପଡ଼ିବ।

ଭାଜପା ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଗୌରବ ଭାଟିଆ କହିଛନ୍ତି, ଜବାହରଲାଲ ନେହେରୁଙ୍କ ସମୟରେ ୪୩ ହଜାର ବର୍ଗ କିଲୋମିଟର ଭାରତୀୟ ଜମି ଚାଇନା ଦ୍ୱାରା କବ୍‌ଜା କରାଯାଇଥିଲା। ଏହି ଜମିକୁ ଚାଇନା ଦଖଲ କରିଛି। ମଣିଶଙ୍କର ଆୟାର ଚାଇନାକୁ କ୍ଲନ୍‌ଚିଟ୍‌ ଦେଇଥିଲେ। ରାହୁଲଙ୍କ ସମ୍ମତି ବିନା ଏହା ହୋଇପାରେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଇନା ଉପରେ ବୀଣା ବଜାଇବା ବନ୍ଦ କର ବୋଲି ମଣିଶଙ୍କର କହିଥିଲେ। ଏହାକୁ ନେଇ ଭାଜପା ରାଗିଯାଇଥିଲା।

ଗୌରମ କହିଛନ୍ତି, ଖାର୍ଗେ ନିରବତା ରକ୍ଷା କରୁଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ଏଭଳି ବିବୃତ୍ତି ଦିଆଯାଇଛି। ଭାରତ ଗର୍ବର ସହିତ ଠିଆ ହୋଇଛି ଏବଂ ଚାଇନାକୁ ନିଜର ସ୍ଥାନ ଦେଖାଉଛି। ମଣିଶଙ୍କରଙ୍କ ବିବୃତ୍ତିରେ କଂଗ୍ରେସର ଭାରତ ବିରୋଧୀ ଆଭିମୁଖ୍ୟ ଦର୍ଶାଯାଇଛି।

କଂଗ୍ରେସ ଏବଂ ରାହୁଲ ମଣିଶଙ୍କର ଆୟାରଙ୍କୁ ସାହସୀ ବାହିନୀକୁ ହତାଶ କରିବାକୁ କାହିଁକି ଅନୁମତି ଦେଉଛନ୍ତି ବୋଲି ଗୌରବ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଦ୍ୱାରା ପାକିସ୍ତାନ ଏବଂ ଚାଇନାକୁ ଏକ ସଙ୍କେତ ଦିଆଯାଉଛି କି?

ପ୍ରକାଶ ଥାଉକି, ୧୯୬୨ରେ ଚାଇନାର ଆକ୍ରମଣ ପାଇଁ ଅଭିଯୋଗ ହୋଇଥିବା ଶବ୍ଦକୁ ଭୁଲ୍‌ ଭାବେ ବ୍ୟବହାର କରି ମଣିଶଙ୍କର କ୍ଷମା ମାଗିଛନ୍ତି।

The post ମଣିଶଙ୍କରଙ୍କ ବିବୃତ୍ତିକୁ ନେଇ ରାଗିଲା ଭାଜପା, କହିଲା… appeared first on Dharitri Odia News.