ନନ୍ଦିଗ୍ରାମରେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା, ଉତ୍ତେଜନା

କୋଲକାତା,୨୩ା୫: ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ଜଣେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଭାଜପା କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨୫ ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଆସନ ତମଲୁକ ମଧ୍ୟରେ ନନ୍ଦିଗ୍ରାମ ରହିଛି। ହତ୍ୟାକାଣ୍ଡ ପରେ ଭାଜପା କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନନ୍ଦିଗ୍ରାମର ଦୋକାନବଜାର ବନ୍ଦ କରିଛନ୍ତି। ରଥିବାଳା ଅର୍‌ହି […] The post ନନ୍ଦିଗ୍ରାମରେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା, ଉତ୍ତେଜନା appeared first on Dharitri Odia News.

ନନ୍ଦିଗ୍ରାମରେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା, ଉତ୍ତେଜନା

କୋଲକାତା,୨୩ା୫: ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ଜଣେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଭାଜପା କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

୨୫ ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଆସନ ତମଲୁକ ମଧ୍ୟରେ ନନ୍ଦିଗ୍ରାମ ରହିଛି। ହତ୍ୟାକାଣ୍ଡ ପରେ ଭାଜପା କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନନ୍ଦିଗ୍ରାମର ଦୋକାନବଜାର ବନ୍ଦ କରିଛନ୍ତି। ରଥିବାଳା ଅର୍‌ହି (୩୮)ଙ୍କ ହତ୍ୟା ପଛରେ ଟିଏମ୍‌ସିର ଅପରାଧୀମାନେ ସମ୍ପୃକ୍ତ ଥିବା ଭାଜପା ଅଭିଯୋଗ କରିଛି।

ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେଠାକୁ ବହୁସଂଖ୍ୟାରେ ପୋଲିସ ଓ ଆର୍‌ଏଏଫ୍‌ ଯବାନଙ୍କୁ ପଠାଯାଇଛି। ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ କାହାକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭାଜପା ବିଭାଜନର ମଞ୍ଜି ବୁଣୁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। କୋଲକାତା ଉତ୍ତରର ଟିଏମ୍‌ସି ପ୍ରାର୍ଥୀ ସୁଦୀପ ବନ୍ଦୋପାଧ୍ୟାୟଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧନ କରି ମମତା ଏହା କହିଥିଲେ।

The post ନନ୍ଦିଗ୍ରାମରେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା, ଉତ୍ତେଜନା appeared first on Dharitri Odia News.