କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ

କୋରାପୁଟ/ନାରାୟଣପାଟଣା,୧୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ଲକ୍ଷ୍ମୀପୁରରୁ ବୁଧବାର ରାତିରେ ଦାମନଯୋଡ଼ି ଯାଉଥିବା ଏକ କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ବିପୁଳ ପରିମାଣର ଟଙ୍କା ଚାଲାଣ କରାଯାଉଥିବା ନେଇ ସୂଚନା ପାଇ ଲକ୍ଷ୍ମୀପୁର ବିଡିଓ ଗୁରେଶ୍ୱର ଭୋଇଙ୍କ ନେତୃତ୍ୱରେ ଏକ ଫ୍ଲାଇଂ ସ୍କ୍ବାଡ ଲକ୍ଷ୍ମୀପୁର ଡିଡି ଘାଟ ନିକଟରେ ଗାଡ଼ିମୋଟର ଯାଞ୍ଚ କରୁଥିଲେ। ଏହି ସମୟରେ ଉପରୋକ୍ତ କାର୍‌ରୁ ଜଣେ ବ୍ୟବସାୟୀଙ୍କଠାରୁ ଏହି ଟଙ୍କା ଜବତ ହୋଇଛି। ନେଉଥିବା […] The post କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ appeared first on Dharitri Odia News.

କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ

କୋରାପୁଟ/ନାରାୟଣପାଟଣା,୧୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ଲକ୍ଷ୍ମୀପୁରରୁ ବୁଧବାର ରାତିରେ ଦାମନଯୋଡ଼ି ଯାଉଥିବା ଏକ କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ବିପୁଳ ପରିମାଣର ଟଙ୍କା ଚାଲାଣ କରାଯାଉଥିବା ନେଇ ସୂଚନା ପାଇ ଲକ୍ଷ୍ମୀପୁର ବିଡିଓ ଗୁରେଶ୍ୱର ଭୋଇଙ୍କ ନେତୃତ୍ୱରେ ଏକ ଫ୍ଲାଇଂ ସ୍କ୍ବାଡ ଲକ୍ଷ୍ମୀପୁର ଡିଡି ଘାଟ ନିକଟରେ ଗାଡ଼ିମୋଟର ଯାଞ୍ଚ କରୁଥିଲେ। ଏହି ସମୟରେ ଉପରୋକ୍ତ କାର୍‌ରୁ ଜଣେ ବ୍ୟବସାୟୀଙ୍କଠାରୁ ଏହି ଟଙ୍କା ଜବତ ହୋଇଛି। ନେଉଥିବା ଟଙ୍କା ସମ୍ପର୍କରେ ବ୍ୟବସାୟୀ ଜଣକ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଏହାକୁ ଜବତ କରାଯାଇଥିଲା। ଜବତ ଏହି ଟଙ୍କା ଗୁରୁବାର କୋରାପୁଟ ଟ୍ରେଜେରିରେ ଦାଖଲ କରାଯିବ ବୋଲି ବିଡିଓ ଭୋଇ କହିଛନ୍ତି।

The post କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ appeared first on Dharitri Odia News.