ଦୋହଲିଯିବ ମାଟି, ଧ୍ୱସ୍ତ ବିଧସ୍ତ ହେବ ଦେଶ, ଭୟରେ ଥରିବେ ଲୋକେ, ମାଡିଆସିବ ସୁନାମୀ !

ବେଜିଂ ୦୮/୦୪: ଜନବହୁଳ ରାଷ୍ଟ୍ରକୁ ଭୂମିକମ୍ପ ଭୟ । ମିଆଁମାର ପରେ ଚୀନ୍ ପ୍ରତି ବଡ଼ ବିପଦ। ଗ୍ରାସିପାରେ ମହାଭୂକମ୍ପ। ଫାଟିଯିବ ମାଟି, ଭୁଶୁଡିବ ଆକାଶ ଛୁଆଁ ବିଲ୍ଡିଂ। ପୂର୍ବାନୁମାନ କରିଛନ୍ତି ଚୀନ୍ ବୈଜ୍ଞାନିକ । ଦାବି ମୁତାବକ ଯେକୌଣସି ସମୟରେ ହୋଇପାରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ରହିବ ୮.୦ । ଆଉ ଯଦି ଏହି ଭବିଷ୍ୟବାଣୀ ସତ ହୁଏ,ତେବେ ମାଟିରେ ମିଶିବ ଟେକ୍ନୋସାଭି ସହର । ଧ୍ୱଂସ ହୋଇଯିବ ଅନେକ ଅଞ୍ଚଳ । କେବଳ ସେତିକି ନୁହେଁ ପ୍ରଭାବିତ ହେବ ହିମାଳୟ ଅଞ୍ଚଳ। ଫଳରେ ଉତ୍ତର ଭାରତରେ ମଧ୍ୟ ଆସିପାରେ ପ୍ରଳୟଙ୍କାରୀ ଭୂକମ୍ପ।ଭୂକମ୍ପ ପଛରେ ନୂଆ କାରଣ ଚିହ୍ନଟ କରିଛନ୍ତି ବୈଜ୍ଞାନିକ । ମୁଖ୍ୟ କାରଣ ହେଉଛି ଏଠାରେ ଟେକ୍ଟୋନିକ୍ ପ୍ଲେଟଗୁଡ଼ିକ ମଧ୍ୟରେ ବଢିଯାଇଛି ଘର୍ଷଣ । ବେଜିଂ ବୈଜ୍ଞାନିକଙ୍କ ଝୁ ହଙ୍ଗବିନଙ୍କ ଭବିଷ୍ୟବାଣୀ ନେଇ ବଢିଲା ଚିନ୍ତା । ୧୫୦ ବର୍ଷ ତଳେ ଚେତାଇଥିଲେ, ଏବେ ଘାରିଛି ଆଶଙ୍କା । ଗତ ୧୫୦ ବର୍ଷ ମଧ୍ୟରେ ପୂର୍ବ ଏସିଆର ପାମିର-ବାଇକାଲ ଭୂକମ୍ପୀୟ ବେଲ୍ଟରେ ଅନୁଭୂତ ହୋଇଛି ୧୨ ଥର ଶକ୍ତିଶାଳୀ ଭୂମିକମ୍ପ ।ରିପୋର୍ଟ ସାମାନକୁ ଆସିବା ପରେ ଚୀନ ସରକାରଙ୍କ ବଢିଛି ଚିନ୍ତା । ରିପୋର୍ଟରେ କୁହାଯାଇଛି ଏଥିମଧ୍ୟରୁ କେବଳ ଚୀନ୍‌ରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏବେ, ଏହାର ଷଷ୍ଠ ଚକ୍ର ଯୋଗୁଁ, ଚୀନ୍ ଚାରିପାଖରେ ଭୂମିକମ୍ପର ଝଟକା ଅନୁଭୂତ ହେବ। ବେଶି ପ୍ରଭାବିତ ହୋଇପାରେ ସିଚୁଆନ୍, ୟୁନାନ୍

ଦୋହଲିଯିବ ମାଟି, ଧ୍ୱସ୍ତ ବିଧସ୍ତ ହେବ ଦେଶ, ଭୟରେ ଥରିବେ ଲୋକେ, ମାଡିଆସିବ ସୁନାମୀ !

ବେଜିଂ ୦୮/୦୪: ଜନବହୁଳ ରାଷ୍ଟ୍ରକୁ ଭୂମିକମ୍ପ ଭୟ । ମିଆଁମାର ପରେ ଚୀନ୍ ପ୍ରତି ବଡ଼ ବିପଦ। ଗ୍ରାସିପାରେ ମହାଭୂକମ୍ପ। ଫାଟିଯିବ ମାଟି, ଭୁଶୁଡିବ ଆକାଶ ଛୁଆଁ ବିଲ୍ଡିଂ। ପୂର୍ବାନୁମାନ କରିଛନ୍ତି ଚୀନ୍ ବୈଜ୍ଞାନିକ । ଦାବି ମୁତାବକ ଯେକୌଣସି ସମୟରେ ହୋଇପାରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ରହିବ ୮.୦ । ଆଉ ଯଦି ଏହି ଭବିଷ୍ୟବାଣୀ ସତ ହୁଏ,ତେବେ ମାଟିରେ ମିଶିବ ଟେକ୍ନୋସାଭି ସହର । ଧ୍ୱଂସ ହୋଇଯିବ ଅନେକ ଅଞ୍ଚଳ । କେବଳ ସେତିକି ନୁହେଁ ପ୍ରଭାବିତ ହେବ ହିମାଳୟ ଅଞ୍ଚଳ। ଫଳରେ ଉତ୍ତର ଭାରତରେ ମଧ୍ୟ ଆସିପାରେ ପ୍ରଳୟଙ୍କାରୀ ଭୂକମ୍ପ।

ଭୂକମ୍ପ ପଛରେ ନୂଆ କାରଣ ଚିହ୍ନଟ କରିଛନ୍ତି ବୈଜ୍ଞାନିକ । ମୁଖ୍ୟ କାରଣ ହେଉଛି ଏଠାରେ ଟେକ୍ଟୋନିକ୍ ପ୍ଲେଟଗୁଡ଼ିକ ମଧ୍ୟରେ ବଢିଯାଇଛି ଘର୍ଷଣ । ବେଜିଂ ବୈଜ୍ଞାନିକଙ୍କ ଝୁ ହଙ୍ଗବିନଙ୍କ ଭବିଷ୍ୟବାଣୀ ନେଇ ବଢିଲା ଚିନ୍ତା । ୧୫୦ ବର୍ଷ ତଳେ ଚେତାଇଥିଲେ, ଏବେ ଘାରିଛି ଆଶଙ୍କା । ଗତ ୧୫୦ ବର୍ଷ ମଧ୍ୟରେ ପୂର୍ବ ଏସିଆର ପାମିର-ବାଇକାଲ ଭୂକମ୍ପୀୟ ବେଲ୍ଟରେ ଅନୁଭୂତ ହୋଇଛି ୧୨ ଥର ଶକ୍ତିଶାଳୀ ଭୂମିକମ୍ପ ।


ରିପୋର୍ଟ ସାମାନକୁ ଆସିବା ପରେ ଚୀନ ସରକାରଙ୍କ ବଢିଛି ଚିନ୍ତା । ରିପୋର୍ଟରେ କୁହାଯାଇଛି ଏଥିମଧ୍ୟରୁ କେବଳ ଚୀନ୍‌ରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏବେ, ଏହାର ଷଷ୍ଠ ଚକ୍ର ଯୋଗୁଁ, ଚୀନ୍ ଚାରିପାଖରେ ଭୂମିକମ୍ପର ଝଟକା ଅନୁଭୂତ ହେବ। ବେଶି ପ୍ରଭାବିତ ହୋଇପାରେ ସିଚୁଆନ୍, ୟୁନାନ୍ ଏବଂ ହିମାଳୟ ଅଞ୍ଚଳ । 

ବୈଜ୍ଞାନିକଙ୍କ ଏହି ସର୍ଭେ ୨୦ ମାର୍ଚ୍ଚ, ୨୦୨୫ରେ ଜର୍ଣ୍ଣାଲ ଅଫ୍ ଜିଓଡେସି ଆଣ୍ଡ ଜିଓଡାଇନାମିକ୍ସରେ ପ୍ରକାଶିତ ହୋଇଛି । ଆହୁରି ବି ୧୮୭୯ ରୁ ୨୦୨୪ ପର୍ଯ୍ୟନ୍ତ ଛଅଟି ପ୍ରମୁଖ ଭୂକମ୍ପଗତ ସକ୍ରିୟ ଗତିବିଧି ବି ଚିହ୍ନଟ କରିଛି । ତେବେ ଚୀନ୍‌ର ସରକାରୀ ବୈଜ୍ଞାନିକ ଏଭଳି ଦାବିକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ କିଛି ଘଟିପାର ବୋଲି ଏଯାଏଁ କୌଣସି ସଙ୍କେତ ନାହିଁ। 

୨୦୦୮ରେ ସିଚୁଆନରେ ଅନୁଭୂତ ହୋଇଥିଲା ଭୂମିକମ୍ପ । ଯଦି ଏହି ପୂର୍ବାନୁମାନ ସହ ହୁଏ ଚୀନ୍ ସହ ହିମାଳୟ ଅଞ୍ଚଳରେ ଆସିପାରେ ବିନାଶ । ବିଶେଷକରି ଭାରତର ଉତ୍ତର ପୂର୍ବ ରାଜ୍ୟ, ଉତ୍ତରାଖଣ୍ଡ, ନେପାଳର ସୀମା ଓ ଅରୁଣାଚଳ ପ୍ରଦେଶ ଭଳି ଅଞ୍ଚଳରେ ହୋଇଫାରେ ଅନେକ କ୍ଷୟକ୍ଷତି । 

ନିକଟରେ, ୭.୬ ତୀବ୍ରତାର ଥରିଥିଲା ମିଆଁମାର ମାଟି । ଏମିତିକି ଥାଇଲାଣ୍ଡରେ ବି ହୋଇଥିଲା କମ୍ପନ । ପାଖାପାଖି ଯାଇଥିଲା ୩୦୦୦ ରୁ ଅଧିକ ଜୀବନ । ଅନେକ ସୁନ୍ଦର ସହର ବି ମିଶିଯାଇଛି ମାଟିରେ । ଏବେ ବି ଭଗ୍ନାବଶେଷ ତଳେ ଅନେକ । ଏହାରି ଭିତରେ ଆଉ ଏକ ଚେତାବନୀ ନିଶ୍ଚିତ ଭାବେ ବଢାଇଛି ଭୟ । ଯଦି ଚୀନରେ କମ୍ପନ ହେବ ତେବେ ଭାରତର ଅବସ୍ଥା କଣ ହେବ ଏବେଠୁ ପଡିଲାଣି ଭାଳେଣି ।