ବାବା ସିଦ୍ଦିକିଙ୍କୁ ନେଇ ଏମିତି ଟୁଇଟ କଲେ KRK ବଢୁଛି ଉତ୍ତେଜନା

ମୁମ୍ବାଇ,୧୩।୧୦: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଅର୍ଥାତ୍‌ ଏନସିପି ଅଜିତ ପାୱାରଙ୍କ ଦଳର ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ଅନେକ ବଲିଉଡ ସେଲିବ୍ରିଟି ବାବାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସିଦ୍ଦିକିଙ୍କ ମୃତ୍ୟୁ ଖବର ଶୁଣିବା ପରେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ତାଙ୍କ ରିଆଲିଟି ସୋ ‘ବିଗ ବସ’ର ସୁଟିଂକୁ ବାତିଲ କରି ଡାକ୍ତରଖାନାରେ ପହଞ୍ଚିଥିଲେ। ପରେ ସଞ୍ଜୟ ଦତ୍ତ, ପ୍ରିୟା ଦତ୍ତ, ଜହିର ଇକବାଲଙ୍କ ସମେତ ଅନେକ […] The post ବାବା ସିଦ୍ଦିକିଙ୍କୁ ନେଇ ଏମିତି ଟୁଇଟ କଲେ KRK ବଢୁଛି ଉତ୍ତେଜନା appeared first on Dharitri Odia News.

ବାବା ସିଦ୍ଦିକିଙ୍କୁ ନେଇ ଏମିତି ଟୁଇଟ କଲେ KRK ବଢୁଛି ଉତ୍ତେଜନା

ମୁମ୍ବାଇ,୧୩।୧୦: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଅର୍ଥାତ୍‌ ଏନସିପି ଅଜିତ ପାୱାରଙ୍କ ଦଳର ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ଅନେକ ବଲିଉଡ ସେଲିବ୍ରିଟି ବାବାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସିଦ୍ଦିକିଙ୍କ ମୃତ୍ୟୁ ଖବର ଶୁଣିବା ପରେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ତାଙ୍କ ରିଆଲିଟି ସୋ ‘ବିଗ ବସ’ର ସୁଟିଂକୁ ବାତିଲ କରି ଡାକ୍ତରଖାନାରେ ପହଞ୍ଚିଥିଲେ। ପରେ ସଞ୍ଜୟ ଦତ୍ତ, ପ୍ରିୟା ଦତ୍ତ, ଜହିର ଇକବାଲଙ୍କ ସମେତ ଅନେକ ସେଲିବ୍ରିଟି ଡାକ୍ତରଖାନାରେ ପହଞ୍ଚିଥିଲେ। ରିତେଶ ଦେଶମୁଖଙ୍କ ସମେତ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ଏମିତି ଏକ ଖବରକୁ ନେଇ ଦୁଃଖ ପ୍ରକାଶ କରି ଅଭିଯୁକ୍ତଙ୍କୁ ଦଣ୍ଡ ଦାବି କରିଥିଲେ।

ଇତିମଧ୍ୟରେ ଫିଲ୍ମ କ୍ରିଟିକ ତଥା ଅଭିନେତା କମଲ ଆର ଖାନ ବା KRK ଏକ ଟୁଇଟ କରିଛନ୍ତି, ଯାହାକୁ ନେଇ ସେ ଟ୍ରୋଲ ହେବା ଆରମ୍ଭ କରିଛନ୍ତି। କାହାର ନାମ ନ ନେଇ ସେ ଏକ ଟୁଇଟରେ ଲେଖିଛନ୍ତି, ତୁମେ ଯେପରି କରୁଛ, ସେପରି ପାଇବ। କିଏ ଜାଣେ ସେ କେତେ ଲୋକଙ୍କ ସମ୍ପତ୍ତି ଜବରଦଖଲ କରରିଥିଲେ। କୁକୁର ଭଳି ମରିଗଲା! ଆଜି ସେହି ସମସ୍ତ ଦଳିତ ଲୋକଙ୍କୁ ଆରାମ ମିଳିଥିବ!
ଯଦିଓ କମଲ ଆର ଖାନ ଏହି ଟୁଇଟରେ ବାବା ସିଦ୍ଦିକିଙ୍କ ନାମ ନେଇ ନାହାଁନ୍ତି, ତେବେ ଟୁଇଟର ସମୟ ଏହା ସହ ଜଡିତ। ଲୋକମାନେ ଏହାକୁ ବାବା ସିଦ୍ଦିକିଙ୍କ ସହ ଯୋଡଇ ଦେଖୁଛନ୍ତି। ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କଲେଣି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, କେଆରକେ ବାବା ସିଦ୍ଦିକି ତାଙ୍କ କାର୍ଯ୍ୟକ୍ରମରେ କେବେ ନିମନ୍ତ୍ରିତ ହୋଇନଥିଲେ, ସେଥିପାଇଁ ସେ ଆଜି ଉତ୍ସବ ପାଳନ କରୁଛନ୍ତି। ପରାମର୍ଶ ଦେବାବେଳେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ରସିଦ ଭାଇ, ଯେତେବେଳେ କେହି ମରିଯାଏ, ସେପରି କଥା ହୁଅ ନାହିଁ। ଏହା ଖରାପ ହୋଇପାରେ, କିନ୍ତୁ ମୃତ୍ୟୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ।

The post ବାବା ସିଦ୍ଦିକିଙ୍କୁ ନେଇ ଏମିତି ଟୁଇଟ କଲେ KRK ବଢୁଛି ଉତ୍ତେଜନା appeared first on Dharitri Odia News.