ଜମ୍ମୁରେ ଥାନା ଉପରେ ଆକ୍ରମଣ: ୧୬ ଯବାନଙ୍କ ନାଁରେ ମାମଲା ରୁଜୁ, ହତ୍ୟା ଉଦ୍ୟମ ଏବଂ ଡକାୟତି ଅଭିଯୋଗ

କନକ ବ୍ୟୁରୋ: କୁପୱାଡା ଥାନାରେ ହୋଇଥିବା ହିଂସାତ୍ମକ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପୁଲିସ ତିନି ଜଣ ଲେଫ୍ଟନାଂଟ କର୍ଣ୍ଣେଲଙ୍କ ସମେତ ୧୬ ଜଣ ଯବାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଡକାୟତି ମାମଲା ରୁଜୁ କରିଛି । ମଙ୍ଗଳବାର ଓ ବୁଧବାର ମଧ୍ୟରାତ୍ରିରେ ଘଟିଛି ଏହି ଘଟଣା । ଏକ ଡ୍ରଗ୍ସ ମାମଲାରେ ଜମ୍ମୁ-କଶ୍ମୀର ପୁଲିସ ଜଣେ ଯବାନଙ୍କୁ ପଚରାଉଚରା କରିବା ପରେ ସେନା ଥାନା ଉପରେ ଆକ୍ରମଣ କରିଥିବା କୁହାଯାଉଛି । ଭିଡିଓ […] The post ଜମ୍ମୁରେ ଥାନା ଉପରେ ଆକ୍ରମଣ: ୧୬ ଯବାନଙ୍କ ନାଁରେ ମାମଲା ରୁଜୁ, ହତ୍ୟା ଉଦ୍ୟମ ଏବଂ ଡକାୟତି ଅଭିଯୋଗ first appeared on Kanak News.

ଜମ୍ମୁରେ ଥାନା ଉପରେ ଆକ୍ରମଣ: ୧୬ ଯବାନଙ୍କ ନାଁରେ ମାମଲା ରୁଜୁ, ହତ୍ୟା ଉଦ୍ୟମ ଏବଂ ଡକାୟତି ଅଭିଯୋଗ

କନକ ବ୍ୟୁରୋ: କୁପୱାଡା ଥାନାରେ ହୋଇଥିବା ହିଂସାତ୍ମକ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପୁଲିସ ତିନି ଜଣ ଲେଫ୍ଟନାଂଟ କର୍ଣ୍ଣେଲଙ୍କ ସମେତ ୧୬ ଜଣ ଯବାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଡକାୟତି ମାମଲା ରୁଜୁ କରିଛି । ମଙ୍ଗଳବାର ଓ ବୁଧବାର ମଧ୍ୟରାତ୍ରିରେ ଘଟିଛି ଏହି ଘଟଣା । ଏକ ଡ୍ରଗ୍ସ ମାମଲାରେ ଜମ୍ମୁ-କଶ୍ମୀର ପୁଲିସ ଜଣେ ଯବାନଙ୍କୁ ପଚରାଉଚରା କରିବା ପରେ ସେନା ଥାନା ଉପରେ ଆକ୍ରମଣ କରିଥିବା କୁହାଯାଉଛି । ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ ୧୬୦ ଟେରିଟୋରିଆଲ ଆର୍ମିର କିଛି ସଶସ୍ତ୍ର ଏବଂ ୟୁନିଫର୍ମଧାରୀ ଯବାନ ଇଣ୍ଡିଆନ ଆର୍ମିର ବରିଷ୍ଠ ଅଧିକାରୀଙ୍କ ସହ ଥାନାରେ ପଶିଛନ୍ତି । ଟେରିଟୋରିଆଲ ଆର୍ମି ହେଉଛି ଏକ ସାମରିକ ରିଜର୍ଭ ଫୋର୍ସ ଯିଏ ପାର୍ଟ ଟାଇମ୍ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଗଠିତ । ଯେଉଁମାନେ ଭାରତୀୟ ସେନାକୁ ସହାୟତା ସେବା ପ୍ରଦାନ କରନ୍ତି ।

ଏଫଆଇଆରରେ କୁହାଯାଇଛି ଯେ ଲେଫ୍ଟନାଂଟ କର୍ଣ୍ଣେଲ ଅଙ୍କିତ ସୁଦ, ରାଜୀବ ଚୌହାନ ଏବଂ ନିଖିଲଙ୍କ ନେତୃତ୍ୱରେ ସଶସ୍ତ୍ର ଗୋଷ୍ଠୀ ପୋଲିସ ଷ୍ଟେସନ ପରିସରରେ ବଳପୂର୍ବକ ପ୍ରବେଶ କରିଥିଲେ । ଏହାପରେ ସେମାନେ ରାଇଫଲ, ବାଡ଼ି ଓ ଲାଠି ବ୍ୟବହାର କରି ଉପସ୍ଥିତ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଯବାନମାନେ ଅସ୍ତ୍ରଶସ୍ତ୍ର ଦେଖାଇ ଆହତ ପୁଲିସ ଅଧିକାରୀଙ୍କ ଠାରୁ ମୋବାଇଲ୍ ଫୋନ୍ ଜବତ କରିବା ସହ ଜଣେ ପୁଲିସ କନଷ୍ଟେବଳଙ୍କୁ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇଥିଲା । ତେବେ ବରିଷ୍ଠ ପୁଲିସ ଅଧିକାରୀମାନେ ଏହାର ଜବାବ ଦେଇ ଅପହରଣର ଶିକାର ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗେଇ ଆସିଥିଲେ । ରୁଜୁ ହୋଇଥିବା ଏଫଆଇଆରରେ ଦଫା ୧୮୬ (ସରକାରୀ କାର୍ଯ୍ୟରେ ସରକାରୀ କର୍ମଚାରୀଙ୍କୁ ବାଧା ଦେବା), ୩୩୨ (ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରୁ ଦୂରେଇ ରଖିବା ପାଇଁ ସ୍ୱେଚ୍ଛାକୃତ ଭାବରେ କ୍ଷତି ପହଂଚାଇବା), ୩୦୭ (ହତ୍ୟା ଉଦ୍ୟମ), ୩୪୨ (ଭୁଲ ଭାବରେ ଅଟକ ରଖିବା) ଏବଂ ଦଫା ୧୪୭ (ଦଙ୍ଗା ପାଇଁ ଦଣ୍ଡ) ଲଗାଯାଇଛି ।

କୁପୱାଡାର ଡେପୁଟି ସୁପରିଟେଣ୍ଡେଂଟ ଅଫ୍ ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ଅଧିକାରୀମାନେ କହିଛନ୍ତି ଯେ କର୍ତ୍ତୃପକ୍ଷ ଅପରାଧର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ କରିବା ଏବଂ ଅଭିଯୁକ୍ତମାନଙ୍କୁ ନ୍ୟାୟ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ପୁଲିସ ଓ ସେନା କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ସେଥିରେ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଖବର ମିଥ୍ୟା ଓ ଭୁଲ୍ । ସେ କହିଛନ୍ତି, ପୁଲିସ କର୍ମଚାରୀ ଓ ଟେରିଟୋରିଆଲ୍ ଆର୍ମି ୟୁନିଟ୍ ମଧ୍ୟରେ ସାମାନ୍ୟ ମତଭେଦ ପରେ ଆପୋସ ସମାଧାନ ହୋଇଛି ।

The post ଜମ୍ମୁରେ ଥାନା ଉପରେ ଆକ୍ରମଣ: ୧୬ ଯବାନଙ୍କ ନାଁରେ ମାମଲା ରୁଜୁ, ହତ୍ୟା ଉଦ୍ୟମ ଏବଂ ଡକାୟତି ଅଭିଯୋଗ first appeared on Kanak News.