କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦାବି ପୂରଣ ନ ହେଲେ…

ଛତ୍ରପୁର,୨୬ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଗତ ୬ ମାସ ହେଲା ଦରମା ମିଳିନି। ଉକ୍ତ ବକେୟା ପାରିଶ୍ରମିକ ପ୍ରଦାନ ଦାବି ନେଇ ଏମାନେ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଏମାନଙ୍କ ପକ୍ଷରୁ ଲିଖିତ ଭାବେ ପ୍ରଶାସନକୁ ଜଣାଇ ଦିଆଯାଇଛି। ଗୁରୁବାର ୬ଟି କମ୍ୟୁନିଟି ଷ୍ଟାଫ୍‌କୁ ନେଇ ଗଠିତ ଗଞ୍ଜାମ ଜିଲାସ୍ତରୀୟ ଜିପିଏଲ୍‌ଏଫ୍‌ ମିଶନ ଶକ୍ତି କର୍ମୀ ସଂଘ […] The post କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦାବି ପୂରଣ ନ ହେଲେ… appeared first on Dharitri Odia News.

କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦାବି ପୂରଣ ନ ହେଲେ…

ଛତ୍ରପୁର,୨୬ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଗତ ୬ ମାସ ହେଲା ଦରମା ମିଳିନି। ଉକ୍ତ ବକେୟା ପାରିଶ୍ରମିକ ପ୍ରଦାନ ଦାବି ନେଇ ଏମାନେ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଏମାନଙ୍କ ପକ୍ଷରୁ ଲିଖିତ ଭାବେ ପ୍ରଶାସନକୁ ଜଣାଇ ଦିଆଯାଇଛି। ଗୁରୁବାର ୬ଟି କମ୍ୟୁନିଟି ଷ୍ଟାଫ୍‌କୁ ନେଇ ଗଠିତ ଗଞ୍ଜାମ ଜିଲାସ୍ତରୀୟ ଜିପିଏଲ୍‌ଏଫ୍‌ ମିଶନ ଶକ୍ତି କର୍ମୀ ସଂଘ ପକ୍ଷରୁ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏମ୍‌ବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର,ବନମିତ୍ର ଭଳି ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଦୀର୍ଘ ୫ ବର୍ଷ ଧରି ନୀରବଚ୍ଛିନ୍ନ ଭାବେ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ଦିଆଯାଇଥିବା ତୃଣମୂଳ ସ୍ତରରେ କାର୍ଯ୍ୟ କରିଆସୁଛନ୍ତି। ତେବେ ଗତ ୬ ମାସ ହେଲା ଏମାନଙ୍କୁ ପାରିଶ୍ରମିକ ମିଳୁନି। ଏନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇନି। ଏଣୁ ବୁଧବାରଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଏମାନଙ୍କ ପକ୍ଷରୁ ଆରମ୍ଭ କରାଯାଇଛି। ସଂଘର ସଭାନେତ୍ରୀ ମମତା କୁମାରୀ ସୁବୁଦ୍ଧି, ସମ୍ପାଦିକା ମିନତୀ କୁମାରୀ ଦେବୀ ପ୍ରମୁଖ ସାମିଲ ଥିଲେ।

The post କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦାବି ପୂରଣ ନ ହେଲେ… appeared first on Dharitri Odia News.