ପିଇବା ପାଣିକୁ ନେଇ ମହାଭାରତ: ୨ ମାମଲା ରୁଜୁ
ଧରାକୋଟ,୨୧।୧୧: ଗଞ୍ଜାମ ଜିଲା ଧରାକୋଟ ଥାନ ଅନ୍ତର୍ଗତ ନନ୍ଦିଗୋର ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ଆସୁଥିବା ପାଣି ଓ ଭଙ୍ଗା ଟେପ୍କୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ବଚସାରୁ ଗଣ୍ଡଗୋଳକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ୨ଟି ପୃଥକ ପୃଥକ ଭାବେ ୩୮୮/୨୪ଓ ୩୮୯/୨୪ ପ୍ରକାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ବିବରଣୀ ଅନୁଯାୟୀ, ଗ୍ରାମର କୈଳାସ ସେଠୀଙ୍କ ସ୍ତ୍ରୀ ଝିଲି ସେଠୀ ତାଙ୍କ ଘର ଆଗରେ ଥିବା ପାଣି ଟେପ୍ରେ କଣ ପାଇଁ ପାଣି […] The post ପିଇବା ପାଣିକୁ ନେଇ ମହାଭାରତ: ୨ ମାମଲା ରୁଜୁ appeared first on Dharitri Odia News.
ଧରାକୋଟ,୨୧।୧୧: ଗଞ୍ଜାମ ଜିଲା ଧରାକୋଟ ଥାନ ଅନ୍ତର୍ଗତ ନନ୍ଦିଗୋର ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ଆସୁଥିବା ପାଣି ଓ ଭଙ୍ଗା ଟେପ୍କୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ବଚସାରୁ ଗଣ୍ଡଗୋଳକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ୨ଟି ପୃଥକ ପୃଥକ ଭାବେ ୩୮୮/୨୪ଓ ୩୮୯/୨୪ ପ୍ରକାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ମିଳିଥିବା ବିବରଣୀ ଅନୁଯାୟୀ, ଗ୍ରାମର କୈଳାସ ସେଠୀଙ୍କ ସ୍ତ୍ରୀ ଝିଲି ସେଠୀ ତାଙ୍କ ଘର ଆଗରେ ଥିବା ପାଣି ଟେପ୍ରେ କଣ ପାଇଁ ପାଣି ଆସୁ ନ ଥିବା ଦେଖିବା ପରେ ଟେପ୍ ଗୋଟି ଭାଙ୍ଗି ଯାଇଥିବା ଯୋଗୁ ପଡୋଶୀ ଲୋକନାଥ ବେହେରାଙ୍କୁ ପଚାରିବାରୁ ଏ ନେଇ ବଚସାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏଥିରେ ଲୋକନାଥ ସେଠୀ ଓ ତାଙ୍କ ପୁଅ ରାକେଶ ସେଠୀ ଝିଲିକୁ ମାଡ ମାରିଥିଲେ। ଏଥିରେ ଝିଲିଙ୍କର ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବାରୁ ତାଙ୍କ ସାମୀ କୈଳାସ ତାଙ୍କୁ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଲୋକନାଥ ବେହେରାଙ୍କ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ଧରାକୋଟ ଥାନାରେ ଅଭିଯୋଗ କରାଯାଇଛି। ଉଭୟ ଅଭିଯୋଗ ମିଳିବା ପରେ ଏହି ଘଟଣାକୁ ନେଇ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ପ୍ରକାଶ କରିଛନ୍ତି।
The post ପିଇବା ପାଣିକୁ ନେଇ ମହାଭାରତ: ୨ ମାମଲା ରୁଜୁ appeared first on Dharitri Odia News.