ମହିଳା ଯାତ୍ରୀଙ୍କୁ ଧକ୍କା ଦେଇ ଛାତି ଉପରେ ଚଢ଼ିଗଲା ‘ମୋ ବସ୍’
କଟକ,୨୯ା୧୦ (କାର୍ତ୍ତିକ ସାହୁ) କଟକ ନେତାଜୀ ବସ୍ ଟର୍ମିନାଲ (ସିଏନ୍ବିଟି) ଭିତରେ ମୋ ବସ୍ (ଓଡି-୩୩-ଭି-୨୮୯୫) ଚଢ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସିଡିଏ ମର୍କତନଗର ଅଞ୍ଚଳର ସରସ୍ବତୀ ଗୋଚ୍ଛାୟତ(୬୦)। ଏହି ବିଷାଦପୂର୍ଣ୍ଣ ଘଟଣାଟି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଥିବା ଜଣାଯାଇଛି। ପୋଲିସ ସୂଚନା ଅନୁସାରେ, ମୃତ ମହିଳା ସରସ୍ବତୀ ଗୋଚ୍ଛାୟତ ତାଙ୍କ ସ୍ବାମୀଙ୍କ ସହ ମୋ ବସ୍ରେ ଚଢ଼ି ସିଡିଏ ଅଞ୍ଚଳରୁ ଆସି ସିଏନ୍ବିଟିରେ ଓହ୍ଲାଇଥିଲେ। ମୋ ବସ୍ରୁ […] The post ମହିଳା ଯାତ୍ରୀଙ୍କୁ ଧକ୍କା ଦେଇ ଛାତି ଉପରେ ଚଢ଼ିଗଲା ‘ମୋ ବସ୍’ appeared first on Dharitri Odia News.
କଟକ,୨୯ା୧୦ (କାର୍ତ୍ତିକ ସାହୁ) କଟକ ନେତାଜୀ ବସ୍ ଟର୍ମିନାଲ (ସିଏନ୍ବିଟି) ଭିତରେ ମୋ ବସ୍ (ଓଡି-୩୩-ଭି-୨୮୯୫) ଚଢ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସିଡିଏ ମର୍କତନଗର ଅଞ୍ଚଳର ସରସ୍ବତୀ ଗୋଚ୍ଛାୟତ(୬୦)। ଏହି ବିଷାଦପୂର୍ଣ୍ଣ ଘଟଣାଟି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଥିବା ଜଣାଯାଇଛି।
ପୋଲିସ ସୂଚନା ଅନୁସାରେ, ମୃତ ମହିଳା ସରସ୍ବତୀ ଗୋଚ୍ଛାୟତ ତାଙ୍କ ସ୍ବାମୀଙ୍କ ସହ ମୋ ବସ୍ରେ ଚଢ଼ି ସିଡିଏ ଅଞ୍ଚଳରୁ ଆସି ସିଏନ୍ବିଟିରେ ଓହ୍ଲାଇଥିଲେ। ମୋ ବସ୍ରୁ ଓହ୍ଲାଇବା ପରେ ଦୁହେଁ ବସ୍ର ପଛ ଦେଇ ଯାଉଥିଲେ। ଏତିକି ବେଳେ ଉକ୍ତ ମୋ ବସ୍ଟି ପଛକୁ ଆସୁଥିବା ସେମାନେ ଜାଣିପାରି ନ ଥିଲେ। ବସ୍ ପଛରେ ବି କେହି କର୍ମଚାରୀ ନଥିବାରୁ ବସ୍ ଡ୍ରାଇଭର ସେମାନଙ୍କୁ ଦେଖିପାରିନଥିଲେ। ଫଳରେ ବସ୍ଟି ମହିଳାଙ୍କୁ ଧକ୍କା ଦେବା ପରେ ପଛ ଚକଟି ତାଙ୍କ ଛାତି ଉପରେ ଚଢ଼ିଯାଇଥିଲା। ମାତ୍ର ସୌଭାଗ୍ୟକ୍ରମେ ତାଙ୍କ ସ୍ବାମୀ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ। ତୁରନ୍ତ ଲୋକମାନେ ସେଠାରେ ରୁଣ୍ଡ ହେବା ସହ ପୋଲିସକୁ ଖବର ଦେଇଥିଲେ। ବାଦାମବାଡ଼ି ଥାନା ପୋଲିସ ସେଠାରେ ପହଞ୍ଚତ୍ ମହିଳାଙ୍କୁ ଏସ୍ସିବି ମେଡିକାଲ ପଠାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲରେ ରଖାଯାଇଛି। ବୁଧବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବାଦାମବାଡ଼ି ଆଇଆଇସି ଅଜୟ ରାଉଳ କହିଛନ୍ତି।
The post ମହିଳା ଯାତ୍ରୀଙ୍କୁ ଧକ୍କା ଦେଇ ଛାତି ଉପରେ ଚଢ଼ିଗଲା ‘ମୋ ବସ୍’ appeared first on Dharitri Odia News.