ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ
ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର ଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ। ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ମଧ୍ୟ ସୁବିଧା ନାହିଁ। କହିବାକୁ ଗଲେ ବିକାଶର ଚିହ୍ନବର୍ଣ୍ଣ ବି ଏହି ଗ୍ରାମରେ ପଡ଼ିନାହିଁ। ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବେଳେ ରାତିରେ ବାଧ୍ୟ ହୋଇ ଜଙ୍ଗଲକୁ ଯାଇ […] The post ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ appeared first on Dharitri Odia News.
ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର ଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ। ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ମଧ୍ୟ ସୁବିଧା ନାହିଁ। କହିବାକୁ ଗଲେ ବିକାଶର ଚିହ୍ନବର୍ଣ୍ଣ ବି ଏହି ଗ୍ରାମରେ ପଡ଼ିନାହିଁ। ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବେଳେ ରାତିରେ ବାଧ୍ୟ ହୋଇ ଜଙ୍ଗଲକୁ ଯାଇ ଚୁଆ ପାଣି ଆଣି ବ୍ୟବହାର କରୁଛନ୍ତି। ଦିନସାରା ମୂଲ ଲାଗିବାକୁ ବାହାରକୁ ଚାଲିଯାଉଥିବାରୁ ଫେରିବା ପରେ ରାତିରେ ବାଧ୍ୟ ହୋଇ ପାଣି ଆଣିବାକୁ ବାହାରନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ ପଞ୍ଚାୟତର ଲୁରୁ ଗ୍ରାମରେ।
ଗାଁରେ ପାଖାପାଖି ୨୦୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଗ୍ରାମରେ ପିଇବା ପାଣି ଟୋପାଏ ନାହିଁ। ଯେଉଁଥିପାଇଁ ପାଇଁ ରାତିରେ ଜଙ୍ଗଲରୁ ଚୁଆ ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଜଙ୍ଗଲକୁ ରାତିରେ ଯାଇ ଅତ୍ୟନ୍ତ ଦୂଷିତ ପାଣି, ଯେଉଁ ପାଣିରେ ସାପ, ବେଙ୍ଗ, ବିଭିନ୍ନ ପୋକ ମାଛି ରହୁଛନ୍ତି ସେହି ପାଣି ହିଁ ଗ୍ରାମବାସୀ ବ୍ୟବହାର ପାଇଁ ଆଣୁଛନ୍ତି। ଗାଁରେ ଦୀର୍ଘ ଦିନ ହେଲା ବିଦ୍ୟୁତ ମଧ୍ୟ ନାହଁ। ଅନ୍ଧାରରେ ବିତୁଛି ଏମାନଙ୍କ ଜୀବନ। ପିଲାଙ୍କ ପାଠପଢା ପାଇଁ ଭରସା ଡିବିରି ଆଲୁଅ। ଦୀପରେ ଜାଳି ରୋଷେଇ, ପିଲାଙ୍କ ପାଠପଢା ମଧ୍ୟ ହୋଇଥାଏ। ଦୀପରେ ତେଲ ସରିଲେ ପୁଣି ଅନ୍ଧାର ରାଇଜକୁ ଫେରିଯାଆନ୍ତି ଗ୍ରାମବାସୀ। ସ୍ଥାନୀୟ ମହିଳାମାନେ କହଛନ୍ତି ଯେ ରାତିରେ ପିଇବା ପାଣି ପାଇଁ ଜଙ୍ଗଲକୁ ଆସୁଛୁ। ପାଣି ଆଣିବା ପାଇଁ ଯିବାବେଳେ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଛି। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ରାଜନେତା, ନେତା ସମସ୍ତଙ୍କୁ କହି କହି ନିରାଶ ହୋଇଛୁ। ବାଧ୍ୟ ହୋଇ ଏହି ଦୂଷିତ ପାଣିକୁ ନେଇ ବ୍ୟବହାର କରୁଛୁ। ଏହି ପାଣି ବ୍ୟବହାର ଯୋଗୁଁ ଲୋକେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଡାକ୍ତରଖାନାକୁ ଯିବା ପାଇଁ ମଧ୍ୟ ଭଲ ରାସ୍ତା ନାହିଁ। ଭଗବାନଙ୍କ ଭରସାରେ ଜୀବନ ବିତାଉଛୁ। ସରକାରଙ୍କୁ ଏ ନେଇ ବାରମ୍ବାର ଅବଗତ କରାଇଛୁ। କିନ୍ତୁ ଆମ ଆଦିବାସୀ ଲୋକେ ବୋଲି ଦୃଷ୍ଟି ଦେଉନାହାନ୍ତି ବୋଲି ଗ୍ରାମର ଜନିତ ଭୂୟାଁ, ଜିର୍ମିୟ ଗମାଙ୍ଗ ପ୍ରମୁଖ କହିଛନ୍ତି। ସେହିପରି ପକ୍କା ଘର ପାଇଁ ମଧ୍ୟ ବାରମ୍ବାର ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ତଥାପି ଘର କଥା ଛାଡ଼ନ୍ତୁ କେବେ ମଧ୍ୟ ଅଧିକାରୀ ଗାଁକୁ ଆସିନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଶିକ୍ଷା ପାଇଁ ମଧ୍ୟ ଗାଁର ଛୋଟ ଛୋଟ ପିଲାମାନଙ୍କୁ ଅନ୍ୟ ଗ୍ରାମକୁ ଯିବାକୁ ପଡେ ବୋଲି ସଞ୍ଜୟ ଭୂୟାଁ, ଲୁଖ ଭୂୟାଁ ପ୍ରମୁଖ ଗାଁର ଯୁବକମାନେ କହିଛନ୍ତି।
The post ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ appeared first on Dharitri Odia News.