ଏସ୍ବିଆଇର ନୂତନ ଡିଜିଟାଲ ସେବା
ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସ୍ବିଆଇ)ର ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ମ୍ୟୁଚୁଆଲ ଫଣ୍ଡ ବଦଳରେ ଅନ୍ଲାଇନ ଋଣ ସୁବିଧାର ଶୁଭାରମ୍ଭ କରାଯାଇଛି। ଏସ୍ବିଆଇର ଇଣ୍ଟଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ୟୋନୋ ଆପ୍ ଜରିଆରେ ଗ୍ରାହକ ଏହି ନୂତନ ସୁବିଧା ପାଇପାରିବେ। ସେହିଭଳି ଗ୍ରାହକମାନଙ୍କୁ ଡିଜିଟାଲ ସଶକ୍ତ କରାଯାଉଥିବାବେଳେ ସେମାନଙ୍କ ଲାଗି ନୂତନ ସୁବିଧାରେ ମଧ୍ୟ ବୃଦ୍ଧି କରାଯାଇଛି। ଏହି ନୂତନ ଡିଜିଟାଲ ସେବା ଜରିଆରେ […] The post ଏସ୍ବିଆଇର ନୂତନ ଡିଜିଟାଲ ସେବା appeared first on Dharitri Odia News.
ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସ୍ବିଆଇ)ର ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ମ୍ୟୁଚୁଆଲ ଫଣ୍ଡ ବଦଳରେ ଅନ୍ଲାଇନ ଋଣ ସୁବିଧାର ଶୁଭାରମ୍ଭ କରାଯାଇଛି। ଏସ୍ବିଆଇର ଇଣ୍ଟଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ୟୋନୋ ଆପ୍ ଜରିଆରେ ଗ୍ରାହକ ଏହି ନୂତନ ସୁବିଧା ପାଇପାରିବେ। ସେହିଭଳି ଗ୍ରାହକମାନଙ୍କୁ ଡିଜିଟାଲ ସଶକ୍ତ କରାଯାଉଥିବାବେଳେ ସେମାନଙ୍କ ଲାଗି ନୂତନ ସୁବିଧାରେ ମଧ୍ୟ ବୃଦ୍ଧି କରାଯାଇଛି। ଏହି ନୂତନ ଡିଜିଟାଲ ସେବା ଜରିଆରେ ଗ୍ରାହକମାନେ ୧୦୦% କାଗଜବିହୀନ ଏବଂ ୨୪ ଘଣ୍ଟା ଡିଜିଟାଲ ସେବା ଓ ସୁବିଧା ପାଇପାରିବେ। ସେହିପରି ସିଏଏମ୍ଏସ୍ରେ ପଞ୍ଜୀକୃତ ହୋଇଥିବା ସମସ୍ତ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀର ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ଉପର ଆକର୍ଷଣୀୟ ସୁଧ ସହ ଏହି ନୂଆ ଋଣ ସୁବିଧା ପ୍ରଦାନ କରାଯାଉଛି। ପୂର୍ବରୁ କେବଳ ଏସ୍ବିଆଇ ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ଉପରେ କିମ୍ବା ଶାଖା ପରିଦର୍ଶନ କରୁଥିବା ଗ୍ରାହକଙ୍କୁ ଋଣ ସୁବିଧା ନିୟମ ଅନୁଯାୟୀ ଯୋଗାଇ ଦିଆଯାଉଥିବାବେଳେ ବର୍ତ୍ତମାନ ସେହି ସୁବିଧାର ସମ୍ପ୍ରସାରଣ କରାଯାଇଛି।
ଏ ସମ୍ପର୍କରେ ଏସ୍ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ମ୍ୟୁଚୁଆଲ ଫଣ୍ଡ ବଦଳରେ ଋଣ ସୁବିଧାର ଶୁଭାରମ୍ଭକରି ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ୟୋନୋ ଆପ୍ ଜରିଆରେ ଗ୍ରାହକମାନଙ୍କ ପାଇଁ ଏହି ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ହୋଇଯାଇଛି। ସେହିଭଳି ଆମେ ଗ୍ରାହକଙ୍କ ଶାଖା ପରିଦର୍ଶନକୁ କମ୍ କରିବା ପାଇଁ ସେମାନଙ୍କୁ ପ୍ରଯୁକ୍ତିଭିତ୍ତିକ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବାକୁ ନିରନ୍ତର ଉଦ୍ୟମ କରୁଛୁ।
The post ଏସ୍ବିଆଇର ନୂତନ ଡିଜିଟାଲ ସେବା appeared first on Dharitri Odia News.