ପୁଣି ବିଜେଡି ଛାଡ଼ି ଭାଜପାରେ ଯୋଗଦେଲେ ବହୁ ନେତାକର୍ମୀ

ଛତ୍ରପୁର,୧୨।୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ଶିଖରପଲ୍ଲୀଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଆୟୋଜନ ହୋଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ, ବିଜୁ ଜନତା ଦଳର ନେତା ଓକର୍ମୀ ମାନେ ଭାଜପାରେ ବିଧିବଦ୍ଧ ଭାବେ ଯୋଗଦେଇଥିଲେ। ଏମାନଙ୍କୁ ବିଧାୟକ ଦଳୀୟ ଉତ୍ତରୀଣୟ ଓ ଟୋପି ପିନ୍ଧାଇ ଭାଜପାକୁ ସ୍ବାଗତ କରିଥିଲେ। ଏହାଦ୍ୱାରା ଆଗାମୀ ଦିନରେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଭାଜପା ତୃଣମୂଳ ସ୍ତରରେ […] The post ପୁଣି ବିଜେଡି ଛାଡ଼ି ଭାଜପାରେ ଯୋଗଦେଲେ ବହୁ ନେତାକର୍ମୀ appeared first on Dharitri Odia News.

ପୁଣି ବିଜେଡି ଛାଡ଼ି ଭାଜପାରେ ଯୋଗଦେଲେ ବହୁ ନେତାକର୍ମୀ

ଛତ୍ରପୁର,୧୨।୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ଶିଖରପଲ୍ଲୀଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଆୟୋଜନ ହୋଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ, ବିଜୁ ଜନତା ଦଳର ନେତା ଓକର୍ମୀ ମାନେ ଭାଜପାରେ ବିଧିବଦ୍ଧ ଭାବେ ଯୋଗଦେଇଥିଲେ। ଏମାନଙ୍କୁ ବିଧାୟକ ଦଳୀୟ ଉତ୍ତରୀଣୟ ଓ ଟୋପି ପିନ୍ଧାଇ ଭାଜପାକୁ ସ୍ବାଗତ କରିଥିଲେ। ଏହାଦ୍ୱାରା ଆଗାମୀ ଦିନରେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଭାଜପା ତୃଣମୂଳ ସ୍ତରରେ ଆହୁରି ସଶକ୍ତ, ସମୃଦ୍ଧିହେବ ବୋଲି ବିଧାୟକ କହିଥିଲେ। କେନ୍ଦ୍ରରେ ମୋଦି ଓ ରାଜ୍ୟରେ ମୋହନ ସରକାରଙ୍କ ଜନ କଲ୍ୟାଣୀକାରୀ ଯୋଜନା, ସୁଶାସନରେ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପାରେ ଯୋଗଦେଇଥିବା ଦଳରେ ସାମିଲ ହୋଇଥିବା ବିଭିନ୍ନ ଦଳରୁ ଆସି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ନେତାମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଜପାର ବରିଷ୍ଠ ନେତା ପ୍ରଦୀପ ପାଢ଼ୀ, ପଦ୍ମଚରଣ ସାହୁ, ଛତ୍ରପୁର ଭାଜପା ମଣ୍ଡଳ ସଭାପତି ସଞ୍ଜିତ ରାଉଳ, ବସନ୍ତ ବେହେରା, ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ ପ୍ରମୁଖ ଉପସ୍ଥିତଥିଲେ।

The post ପୁଣି ବିଜେଡି ଛାଡ଼ି ଭାଜପାରେ ଯୋଗଦେଲେ ବହୁ ନେତାକର୍ମୀ appeared first on Dharitri Odia News.