ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା: ଦଳ ଛାଡିଲେ ବରିଷ୍ଠ ନେତା
ପୁଣେ,୧୬।୮: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଭାଜପାରୁ ବଡ଼ ଝଟ୍କା ଲାଗିଛି। ମହାରାଷ୍ଟ୍ରର ଭଣ୍ଡାରର ପୂର୍ବତନ ଏମ୍ପି ଶିଶୁପାଲ ପାଟଲେ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ଭାଜପା ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। କଂଗ୍ରେସରେ ଯୋଗଦେବା ଘୋଷଣା କରି ସେ କହିଛନ୍ତି, ନାନା ପାଟୋଲଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ଭାଜପା ସଭାପତି ବାୱାନକୁଲେଙ୍କୁ ଇସ୍ତଫା ପତ୍ର ପଠାଇ ଶିଶୁପାଲ ଭାରି ହୃଦୟ ସହ […] The post ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା: ଦଳ ଛାଡିଲେ ବରିଷ୍ଠ ନେତା appeared first on Dharitri Odia News.
ପୁଣେ,୧୬।୮: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଭାଜପାରୁ ବଡ଼ ଝଟ୍କା ଲାଗିଛି। ମହାରାଷ୍ଟ୍ରର ଭଣ୍ଡାରର ପୂର୍ବତନ ଏମ୍ପି ଶିଶୁପାଲ ପାଟଲେ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ଭାଜପା ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। କଂଗ୍ରେସରେ ଯୋଗଦେବା ଘୋଷଣା କରି ସେ କହିଛନ୍ତି, ନାନା ପାଟୋଲଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।
ମହାରାଷ୍ଟ୍ର ଭାଜପା ସଭାପତି ବାୱାନକୁଲେଙ୍କୁ ଇସ୍ତଫା ପତ୍ର ପଠାଇ ଶିଶୁପାଲ ଭାରି ହୃଦୟ ସହ ଦଳ ଛାଡିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭାଜପାରେ ଅଟଳ ବିହାରୀ ବାଜପେୟୀ ଏବଂ ଲାଲ କୃଷ୍ଣ ଆଡଭାନୀଙ୍କ ଯୁଗ ଶେଷ ହୋଇଛି।
ଭଣ୍ଡାରା ଜିଲା ପରିଷଦର ସଭାପତି ଥିବା ପାଟଲେ ୨୦୦୪ ଲୋକ ସଭା ନିର୍ବାଚନରେ ଜାତୀୟତାବାଦୀ କଂଗ୍ରେସ ଦଳର ପ୍ରଫୁଲ୍ଲ ପଟେଲଙ୍କୁ ପରାସ୍ତ କରିଥିଲେ। ଭଣ୍ଡାରା-ଗୋଣ୍ଡିଆ ଜିଲା ରାଜନୀତିରେ ତାଙ୍କୁ ପାୱାର ସମ୍ପ୍ରଦାୟର ଏକ ବଡ଼ ଚେହେରା ଭାବେ ବିବେଚନା କରାଯାଏ।
ମହାରାଷ୍ଟ୍ର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୮୮ ଅଟେ। ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ସବୁଠୁ ବଡ ଦଳ ଭାବରେ ଉଭା ହୋଇଥିଲା। ବର୍ତ୍ତମାନ ଶାସକ ମହାଯୁତିର ୨୧୮ଟି ଆସନ ଏବଂ ବିରୋଧୀ ମହାବିକାଶ ଅଗାଡିର ୭୮ଟି ଆସନ ରହିଛି।
The post ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା: ଦଳ ଛାଡିଲେ ବରିଷ୍ଠ ନେତା appeared first on Dharitri Odia News.