ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ
କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ଦେଖି ସ୍ଥାନୀୟ ଚାଷୀ ଭୟଭିତ ହୋଇପଡିଛନ୍ତି। କିଛି ଦିନ ତଳେ କନ୍ଦାବୁଟ୍ରା ଗାଁର ଚାଷୀ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଭାଲୁ ଆକ୍ରମଣ କରିଥିଲ। ବର୍ତ୍ତମାନ ସେ ଭବାନୀପାଟଣା ସରକାରୀ ମେଡ଼ିକାଲରେ ଚିକତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷେ ଦିନ ଦ୍ୱିପ୍ରହରରେ ଜନବସିତି ଅଞ୍ଚଳରେ ଭାଲୁ ବିଚରଣ କରୁଥିବା ଦେଖି ଲୋକେ ଆତଙ୍କିତ ହୋଇ […] The post ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ appeared first on Dharitri Odia News.
କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ଦେଖି ସ୍ଥାନୀୟ ଚାଷୀ ଭୟଭିତ ହୋଇପଡିଛନ୍ତି। କିଛି ଦିନ ତଳେ କନ୍ଦାବୁଟ୍ରା ଗାଁର ଚାଷୀ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଭାଲୁ ଆକ୍ରମଣ କରିଥିଲ। ବର୍ତ୍ତମାନ ସେ ଭବାନୀପାଟଣା ସରକାରୀ ମେଡ଼ିକାଲରେ ଚିକତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷେ ଦିନ ଦ୍ୱିପ୍ରହରରେ ଜନବସିତି ଅଞ୍ଚଳରେ ଭାଲୁ ବିଚରଣ କରୁଥିବା ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଲୋକଙ୍କୁ ସୁରକ୍ଷା ଏବଂ ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ କୋକସରା ଫରେଷ୍ଟର ରଶ୍ମି ରଞ୍ଜିତା ନାଏକଙ୍କୁ ପଚରିବାରୁ ଘଟଣା ସମ୍ପର୍କରେ ଖବର ମିଳିଛି। ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଭାଲୁ ଚଲାପଥରେ ଯିବା ପାଇଁ ବାରଣ କରାଯାଇଛି ବୋଲି ସେ କହିଛନ୍ତି।
The post ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ appeared first on Dharitri Odia News.