କାମାକ୍ଷା ଦେବୀ ମନ୍ଦିର ରାମ ଧ୍ୱନୀରେ କମ୍ପିଲା

ସମ୍ବଲପୁର:ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବୈଦାରନୂଆପାଲି ସ୍ଥିତ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ଆଜି ମାଁଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ହୋମ ଅନୁଷ୍ଠିତ ହୋଇଥିଲା। ହନୁମାନ ଚାଳିଶା ପାଠ, ରାମଚରିତ ମାନସ, ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆରଙ୍କ ତତ୍ବାବଧାନରେ ପ୍ରତାପ ବିଶ୍ବାଳ ଓ ପ୍ରିୟଦର୍ଶିନୀ ବିଶ୍ବାଳ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ହୋମରେ ସବ୍ୟସାଚୀ ସାହୁ, ଶମ୍ଭୁ ପ୍ରସାଦ ପାଢ଼ୀ, ଜଗଦୀଶ ବିଶ୍ବାଳ, ଶ୍ୟାମ ବିଶ୍ବାଳ,ନିମର୍ଲ ମାଇତି, […] The post କାମାକ୍ଷା ଦେବୀ ମନ୍ଦିର ରାମ ଧ୍ୱନୀରେ କମ୍ପିଲା appeared first on Odisha.News.

କାମାକ୍ଷା ଦେବୀ ମନ୍ଦିର ରାମ ଧ୍ୱନୀରେ କମ୍ପିଲା

ସମ୍ବଲପୁର:ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବୈଦାରନୂଆପାଲି ସ୍ଥିତ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ଆଜି ମାଁଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ହୋମ ଅନୁଷ୍ଠିତ ହୋଇଥିଲା। ହନୁମାନ ଚାଳିଶା ପାଠ, ରାମଚରିତ ମାନସ, ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆରଙ୍କ ତତ୍ବାବଧାନରେ ପ୍ରତାପ ବିଶ୍ବାଳ ଓ ପ୍ରିୟଦର୍ଶିନୀ ବିଶ୍ବାଳ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ହୋମରେ ସବ୍ୟସାଚୀ ସାହୁ, ଶମ୍ଭୁ ପ୍ରସାଦ ପାଢ଼ୀ, ଜଗଦୀଶ ବିଶ୍ବାଳ, ଶ୍ୟାମ ବିଶ୍ବାଳ,ନିମର୍ଲ ମାଇତି, ଲକ୍ଷ୍ମୀ କାନ୍ତ ସାହୁ,ତାପସ ପରିଡ଼ା, ଦିପକ ଭୁୟାଁ,ଶିବ ମେହେର ଆହୁତି ପ୍ରଦାନ କରିଥିଲେ।ସନ୍ଧ୍ୟା ରେ ସାମୁହିକ ଦୀପଦାନ କରି ଜୟ ଶ୍ରୀ ରାମ ଧ୍ବନି ରେ ମନ୍ଦିର କମ୍ପି ଉଠିଥିଲା। ମହିଳା ମାନେ ସୁନ୍ଦରାକାଣ୍ଡ ଓ ରାମଚରିତ ମାନସ ପାଠ କରିଥିଲେ।ଝରଣା ବିଶ୍ବାଳ, ଇନ୍ଦ୍ରାଣୀ ପାଢ଼ୀ, ପ୍ରଭାସିନୀ ବିଶ୍ବାଳ, ଜୋସ୍ନାରାଣି ସାହୁ, ବାସନ୍ତୀ ବିଶ୍ବାଳ, ସୁଜାତା ଭରଦ୍ୱାଜ, ସାବିତ୍ରୀ ମାଇତି, ନିର୍ମଳା ବେହେରା,ପ୍ରମୁଖ ସହଯୋଗ କରିଥିଲେ। ମଧ୍ୟାହ୍ନରେ ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ନିଗମାନନ୍ଦ ପଟ୍ଟନାୟକ, ଘନଶ୍ୟାମ ସାହୁ, ଚିତ୍ତରଞ୍ଜନ ଦାସ, ବୈଦାରନୂଆପାଲି ନିବାସୀ, ପରିଚାଳନା କମିଟିର ସମସ୍ତ ସଭ୍ଯ ସହଯୋଗ କରିଥିଲେ।

The post କାମାକ୍ଷା ଦେବୀ ମନ୍ଦିର ରାମ ଧ୍ୱନୀରେ କମ୍ପିଲା appeared first on Odisha.News.