ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ, ଓଡିଶାର ନିର୍ବାଚନ ନେଇ ହେବ ଆଲୋଚନା
ଭୁବନେଶ୍ୱର ୦୯।୦୩ : ରାଜ୍ୟ ବିଜେପି ନେଇ ଦିଲ୍ଲୀରେ ଆଜି ବି ବୈଠକ ବସିବ । ସୋମବାର ରାତି ଗୋଟାଏ ଯାଏ ଓଡ଼ିଶାର କୋର କମିଟି ବୈଠକ ହୋଇଥିଲା । ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ଜେ ପି ନଡ୍ଡା,,ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ଜୁଏଲ ଓରାମ,ସୁନୀଲ ବଂଶଲ,ସମ୍ବିତ ପାତ୍ର,ଲତା ଉସେଣ୍ଡି, ବିଜୟପାଲ ସିଂ ତୋମାର, ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ Iତେବେ ବୈଠକ ପରେ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମଙ୍ଗଳବାର ପୁଣି ଥରେ ଦିଲ୍ଲୀରେ ବୈଠକ ବସିବ। ସାମବାର ନିର୍ବାଚନ ପରିଚାଳନା ସଂପର୍କରେ ଆଲୋଚନା ହୋଇଛି । ନିର୍ବାଚନ ଏକ ଗମ୍ଭୀର ବିଷୟ । ତେଣୁ ଆଜି ବି ବୈଠକ ହେବ । ଏହି ବୈଠକରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ । ସୂଚନାଯୋଗ୍ୟ ଯେ, ଦେଶରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ । ଚଳିତ ଥର ମୋଟ ସାତୋଟି ପର୍ଯ୍ୟାୟରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଏହାପରେ ଜୁନ ୪ରେ ଘୋଷଣା ହେବ ନିର୍ବାଚନ ରେଜଲ୍ଟ।
ଭୁବନେଶ୍ୱର ୦୯।୦୩ : ରାଜ୍ୟ ବିଜେପି ନେଇ ଦିଲ୍ଲୀରେ ଆଜି ବି ବୈଠକ ବସିବ । ସୋମବାର ରାତି ଗୋଟାଏ ଯାଏ ଓଡ଼ିଶାର କୋର କମିଟି ବୈଠକ ହୋଇଥିଲା । ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ଜେ ପି ନଡ୍ଡା,,ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ଜୁଏଲ ଓରାମ,ସୁନୀଲ ବଂଶଲ,ସମ୍ବିତ ପାତ୍ର,ଲତା ଉସେଣ୍ଡି, ବିଜୟପାଲ ସିଂ ତୋମାର, ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I
ତେବେ ବୈଠକ ପରେ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମଙ୍ଗଳବାର ପୁଣି ଥରେ ଦିଲ୍ଲୀରେ ବୈଠକ ବସିବ। ସାମବାର ନିର୍ବାଚନ ପରିଚାଳନା ସଂପର୍କରେ ଆଲୋଚନା ହୋଇଛି । ନିର୍ବାଚନ ଏକ ଗମ୍ଭୀର ବିଷୟ । ତେଣୁ ଆଜି ବି ବୈଠକ ହେବ । ଏହି ବୈଠକରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ସୂଚନାଯୋଗ୍ୟ ଯେ, ଦେଶରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ । ଚଳିତ ଥର ମୋଟ ସାତୋଟି ପର୍ଯ୍ୟାୟରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଏହାପରେ ଜୁନ ୪ରେ ଘୋଷଣା ହେବ ନିର୍ବାଚନ ରେଜଲ୍ଟ।