ଗୃହିଣୀରୁ ସଫଳ ଜନପ୍ରତିନିଧି: ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଗୀତାଞ୍ଜଳି
ରାଇକିଆ,୮।୩(ପ୍ରଦୀପ ବେହେରା): ଗୃହିଣୀରୁ ସଫଳ ଜନପ୍ରତିନିଧି। ଜନସାଧାରଣଙ୍କ ସେବା ପାଇଁ ରାଜନୀତି କ୍ଷେତ୍ରରେ ପାଦ ଦେଇଥିବା ରାଇକିଆ ଗ୍ରାମ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ଗୀତାଞ୍ଜଳି ନାୟକ ୧୩ବର୍ଷ ହେଲା ପ୍ରତ୍ୟକ୍ଷ ରାଜନୀତିରେ ଅଛନ୍ତି। ୨୦୧୨ରେ ପ୍ରଥମ ଥର ପାଇଁ ରାଇକିଆ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟ ରେ ୨୦୧୭ରେ ସମିତି ସଭ୍ୟ ଭାବେ ଏବଂ ୨୦୨୨ରେ ପୁଣି ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ରାଜନୀତିରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ସେ […] The post ଗୃହିଣୀରୁ ସଫଳ ଜନପ୍ରତିନିଧି: ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଗୀତାଞ୍ଜଳି appeared first on Dharitri Odia News.
ରାଇକିଆ,୮।୩(ପ୍ରଦୀପ ବେହେରା): ଗୃହିଣୀରୁ ସଫଳ ଜନପ୍ରତିନିଧି। ଜନସାଧାରଣଙ୍କ ସେବା ପାଇଁ ରାଜନୀତି କ୍ଷେତ୍ରରେ ପାଦ ଦେଇଥିବା ରାଇକିଆ ଗ୍ରାମ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ଗୀତାଞ୍ଜଳି ନାୟକ ୧୩ବର୍ଷ ହେଲା ପ୍ରତ୍ୟକ୍ଷ ରାଜନୀତିରେ ଅଛନ୍ତି। ୨୦୧୨ରେ ପ୍ରଥମ ଥର ପାଇଁ ରାଇକିଆ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟ ରେ ୨୦୧୭ରେ ସମିତି ସଭ୍ୟ ଭାବେ ଏବଂ ୨୦୨୨ରେ ପୁଣି ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ରାଜନୀତିରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ସେ ସଫଳତାର ସହ ମୁକାବିଲା କରିଛନ୍ତି । ଜଣେ ମହିଳା ଭାବେ ଦୀର୍ଘ ବର୍ଷ ହେଲା ସାମାଜିକ କାର୍ଯ୍ୟ ରେ ନିଜକୁ ଉତ୍ସର୍ଗ କରିଛନ୍ତି।
ସକାଳୁ ଘର ପାଇଁ ସମୟ ଦେବା, ପିଲାଙ୍କ ପାଠ ପଢା ବୁଝିବା, ରୋଷେଇ ଠାରୁ ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟ କରିବା ଏବଂ ପରେ ଅଫିସ କାର୍ଯ୍ୟ କରିବା ସହ ଲୋକଙ୍କ ସମସ୍ୟା ବୁଝିବା ପାଇଁ ବିଭିନ୍ନ ସ୍ଥାନ ବୁଲି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସମୟ ବାହାର କରନ୍ତି। ଦୀର୍ଘବର୍ଷ ହେଲା ଏହା ତାଙ୍କର ଦୈନନ୍ଦିନ କାର୍ଯ୍ୟ ବୋଲି କୁହନ୍ତି। ଯେତେ ବେଳେ ଜନସାଧାରଣଙ୍କ ଆବଶ୍ୟକତାକୁ ଅନୁଭବ କରି କିଛି ନୂତନ ଯୋଜନା କାର୍ଯ୍ୟକାରୀ କରନ୍ତି ଓ ଏହାର ସଫଳ ରୂପାୟନ ହୁଏ ତାହା ତାଙ୍କୁ ଖୁସି ଦେଇଥାଏ। ସମସ୍ୟାର ସମାଧାନ ଏବଂ ସମସ୍ତଙ୍କ ସହଯୋଗରେ ଉନ୍ନୟନମୂଳକ କାର୍ଯ୍ୟକୁ କରିବାକୁ ସେ ପ୍ରାଥମିକତା ଦିଅନ୍ତି ବୋଲି କୁହନ୍ତି ଗୀତାଞ୍ଜଳି।
The post ଗୃହିଣୀରୁ ସଫଳ ଜନପ୍ରତିନିଧି: ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଗୀତାଞ୍ଜଳି appeared first on Dharitri Odia News.