ଯଦି ଭାରତ ଉପରେ ଆମେରିକା ଆକ୍ରମଣ କରେ, ତେବେ କେଉଁ କେଉଁ ଦେଶ ଭାରତକୁ କରିବେ ସମର୍ଥନ

ନୂଆଦିଲ୍ଲୀ,୯।୧୧: ଆମେରିକା ଏବଂ ଭାରତ ମଧ୍ୟରେ ଗଭୀର ସମ୍ପର୍କ ଅଛି । ଏହା ସମସ୍ତେ ଜାଣନ୍ତି । ଉଭୟ ଦେଶ ପରସ୍ପରକୁ ରଣନୀତି ଓ କୂଟନୀତିର ଅଂଶୀଦାର ଭାବରେ ବିବେଚନା କରନ୍ତି । ବାଇଡେନ ହେଉ କି ଟ୍ରମ୍ପ ଦୁହେଁ ସେମାନଙ୍କ କାର୍ଯ୍ୟକାଳ ସମୟରେ ଭାରତର ଉତ୍ତର ବନ୍ଧୁ ବୋଲି କହିସାରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଆମେରିକା ଭାରତ ଉପରେ ଆକ୍ରମଣ କରିବା କଷ୍ଟକର । ତଥାପି, ଯଦି ଆମେରିକା ଭାରତ ଉପରେ ଆକ୍ରମଣ କଲେ କଣ […] The post ଯଦି ଭାରତ ଉପରେ ଆମେରିକା ଆକ୍ରମଣ କରେ, ତେବେ କେଉଁ କେଉଁ ଦେଶ ଭାରତକୁ କରିବେ ସମର୍ଥନ appeared first on Dharitri Odia News.

ଯଦି ଭାରତ ଉପରେ ଆମେରିକା ଆକ୍ରମଣ କରେ, ତେବେ କେଉଁ କେଉଁ ଦେଶ ଭାରତକୁ କରିବେ ସମର୍ଥନ

ନୂଆଦିଲ୍ଲୀ,୯।୧୧: ଆମେରିକା ଏବଂ ଭାରତ ମଧ୍ୟରେ ଗଭୀର ସମ୍ପର୍କ ଅଛି । ଏହା ସମସ୍ତେ ଜାଣନ୍ତି । ଉଭୟ ଦେଶ ପରସ୍ପରକୁ ରଣନୀତି ଓ କୂଟନୀତିର ଅଂଶୀଦାର ଭାବରେ ବିବେଚନା କରନ୍ତି । ବାଇଡେନ ହେଉ କି ଟ୍ରମ୍ପ ଦୁହେଁ ସେମାନଙ୍କ କାର୍ଯ୍ୟକାଳ ସମୟରେ ଭାରତର ଉତ୍ତର ବନ୍ଧୁ ବୋଲି କହିସାରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଆମେରିକା ଭାରତ ଉପରେ ଆକ୍ରମଣ କରିବା କଷ୍ଟକର । ତଥାପି, ଯଦି ଆମେରିକା ଭାରତ ଉପରେ ଆକ୍ରମଣ କଲେ କଣ ଘଟିବ ଆସନ୍ତୁ ଜାଣିବା?

ଯଦି ଆମେରିକା ଏବଂ ଭାରତ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଏହା ବିଶ୍ୱ ସ୍ତରରେ ଅସ୍ଥିରତା ବୃଦ୍ଧି କରିବ । ଏହା ବିଶ୍ୱର ଦୁଇଟି ବୃହତ ଅର୍ଥନୀତି ମଧ୍ୟରେ ଏକ ବିରାଟ ଯୁଦ୍ଧ ହେବ ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ । ଏହା ବ୍ୟତୀତ ଦକ୍ଷିଣ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବ। ଚାଇନା ଭଳି ଦେଶ ଏହି ପରିସ୍ଥିତିର ସୁଯୋଗ ନେବାକୁ ଚେଷ୍ଟା କରିପାରନ୍ତି । ଏଥିସହ ଏହି ଯୁଦ୍ଧ ଉଭୟ ଦେଶର ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଇବ । ଏହା ବିଶ୍ୱ ଅର୍ଥନୀତିରେ ମଧ୍ୟ ଖରାପ ପ୍ରଭାବ ପକାଇବ । ଏହି ଯୁଦ୍ଧ ଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବେ । ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହେବ ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯିବେ । ଯଦି ଏହି ଯୁଦ୍ଧ ହୁଏ, ତେବେ ଏହା ଉଭୟ ଦେଶ ଉପରେ ବଡ ପ୍ରଭାବ ପକାଇବ ।

ତେବେ ଯୁଦ୍ଧ ହେଲେ ଏହିସବୁ ଦେଶ ଭାରତ ସପକ୍ଷରେ ପାହାରିବେ।

ଋଷିଆ: ଭାରତ ଏବଂ ଋଷିଆ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରତିରକ୍ଷା ସହଯୋଗ ରହିଆସିଛି । ଋଷିଆ ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ଯୋଗାଇଥାଏ ।

ଫ୍ରାନ୍ସ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗ ମଧ୍ୟ ଅଛି । ଫ୍ରାନ୍ସ ମଧ୍ୟ ଭାରତକୁ ଅନେକ ପ୍ରକାରର ସାମରିକ ଉପକରଣ ଯୋଗାଇଥାଏ ।

ଇସ୍ରାଏଲ: ଇସ୍ରାଏଲ ଏବଂ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ବେଷୟିକ ସହଯୋଗ ଅଛି । ଏଭଳି ପରିସ୍ଥିତିରେ ଭାରତ ଏବଂ ଆମେରିକା ମଧ୍ୟରେ ଯୁଦ୍ଧରେ ଇସ୍ରାଏଲ ଭାରତକୁ ସମର୍ଥନ କରିବ ।

ଅଷ୍ଟ୍ରେଲିଆ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି । ଉଭୟ ଦେଶ ପରସ୍ପରକୁ ରଣନୀତିକ ଅଂଶୀଦାର ଭାବରେ ବିବେଚନା କରନ୍ତି ।

ଜାପାନ: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି । ଚାଇନାର ବଢୁଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

The post ଯଦି ଭାରତ ଉପରେ ଆମେରିକା ଆକ୍ରମଣ କରେ, ତେବେ କେଉଁ କେଉଁ ଦେଶ ଭାରତକୁ କରିବେ ସମର୍ଥନ appeared first on Dharitri Odia News.