ବିଦେଶ ଖେଳିବାକୁ ଯାଇ ମହିଳାଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନୀ ଖେଳାଳି

ଇସଲାମବାଦ,୫।୩: ଦେବାଳିଆ ପରିସ୍ଥିତିରେ ଜୁଝୁଛି ପାକିସ୍ତାନ। ଅର୍ଥନତିକ ସଙ୍କଟ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି। କରଜରେ ବୁଡି ରହିଛି ଦେଶ। ଖାଇବାକୁ ପାଉ ନ ଥିବାବେଳେ ଦେଶର ନାଗରିକ ଏବେ ଚୋରି କରିବାକୁ ପଛାଉ ନାହାନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି। ଯାହାକୁ ନେଇ ପୁରା ଦେଶର ସମ୍ମାନ ପୁରା ଦୁନିଆରେ ପଦାରେ ପଡିଛି। ପାକିସ୍ତାନର ଜଣେ ଖେଳାଳି ବିଦେଶରେ ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବାର ଲଜ୍ଜାକର ଘଟଣା ଘଟିଛି। […] The post ବିଦେଶ ଖେଳିବାକୁ ଯାଇ ମହିଳାଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନୀ ଖେଳାଳି appeared first on Dharitri Odia News.

ବିଦେଶ ଖେଳିବାକୁ ଯାଇ ମହିଳାଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନୀ ଖେଳାଳି

ଇସଲାମବାଦ,୫।୩: ଦେବାଳିଆ ପରିସ୍ଥିତିରେ ଜୁଝୁଛି ପାକିସ୍ତାନ। ଅର୍ଥନତିକ ସଙ୍କଟ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି। କରଜରେ ବୁଡି ରହିଛି ଦେଶ। ଖାଇବାକୁ ପାଉ ନ ଥିବାବେଳେ ଦେଶର ନାଗରିକ ଏବେ ଚୋରି କରିବାକୁ ପଛାଉ ନାହାନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି। ଯାହାକୁ ନେଇ ପୁରା ଦେଶର ସମ୍ମାନ ପୁରା ଦୁନିଆରେ ପଦାରେ ପଡିଛି। ପାକିସ୍ତାନର ଜଣେ ଖେଳାଳି ବିଦେଶରେ ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବାର ଲଜ୍ଜାକର ଘଟଣା ଘଟିଛି।

ସୂଚନାଯୋଗ୍ୟ, ବକ୍ସର ଜୋହେବ ରାସିଦ ୫ଜଣ ସଦସ୍ୟ ଥିବା ପାକିସ୍ତାନ ଟିମ୍‌ ସହିତ ଇଟାଲିର ଅଲମ୍ପିକ କ୍ବାଲିଫିକେସନ ଇଭେଣ୍ଟରେ ଖେଳିବା ପାଇଁ ଯାଇଥିଲେ। ଏହି ସମୟରେ ଜୋହେବ ମହିଳା ସାଥୀ ଖେଳାଳି ଲେରା ଇକରାମଙ୍କ ପର୍ସରୁ ଟଙ୍କା ଚୋରି କରିଥିଲେ। ଏହାପରେ ଟିମକୁ ଛାଡି ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଏହି ଚୋରି ଘଟଣାକୁ କେନ୍ଦ୍ର କରି ପାକିସ୍ତାନ ବକ୍ସିଂ ଫେଡରେସନର ଜଣେ ଅଧିକାରୀ ଇଟାଲିରେ ପାକିସ୍ତାନ ଦୂତାବାସଙ୍କୁ ସୂଚନା ଦେଇଛନ୍ତି। ପୋଲିସ ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

 

The post ବିଦେଶ ଖେଳିବାକୁ ଯାଇ ମହିଳାଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନୀ ଖେଳାଳି appeared first on Dharitri Odia News.