ନଷ୍ଟ ଧାନ ଦେଖି କ୍ଷେତରୁ ଘରକୁ ଫେରିଲା ପରେ ସବୁ ଦିନ ପାଇଁ ଟଳି ପଡ଼ିଲେ ଭାବଗ୍ରାହୀ

ମାର୍ଶାଘାଇ: ବନ୍ୟା ହେଉ କି ବାତ୍ୟା କି ଲଘୁଚାପ ପ୍ରଭାବରେ ଅଦିନିଆ ବର୍ଷା ବିତ୍ପାତ ସବୁବେଳେ ଚାଷୀଙ୍କ ଫସଲ ଉଜାଡ଼ି ଦେଉଛି । କିଛି ଉପାୟ ନପାଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି ଚାଷୀ । ଏଭଳି ଆଖି ସାମ୍ନାରେ ଫସଲ ହାନୀ ହେଉଥିବା ଦେଖି କେତେ ଚାଷୀଙ୍କ ଜୀବନ ଯାଉଛି ତାହା ଆମ କଳ୍ପନା ବାହାରେ । କିଏ ଜମିରୁ ଫେରି ଜୀବନ ହାରୁଛି ତ କିଏ ହୃଦଘାତରେ ଟଳି ପଡୁଛନ୍ତି । ସବୁବେଳେ ଦେଖିବା […] The post ନଷ୍ଟ ଧାନ ଦେଖି କ୍ଷେତରୁ ଘରକୁ ଫେରିଲା ପରେ ସବୁ ଦିନ ପାଇଁ ଟଳି ପଡ଼ିଲେ ଭାବଗ୍ରାହୀ appeared first on KNews Odisha.

ନଷ୍ଟ ଧାନ ଦେଖି କ୍ଷେତରୁ ଘରକୁ ଫେରିଲା ପରେ ସବୁ ଦିନ ପାଇଁ ଟଳି ପଡ଼ିଲେ ଭାବଗ୍ରାହୀ

ମାର୍ଶାଘାଇ: ବନ୍ୟା ହେଉ କି ବାତ୍ୟା କି ଲଘୁଚାପ ପ୍ରଭାବରେ ଅଦିନିଆ ବର୍ଷା ବିତ୍ପାତ ସବୁବେଳେ ଚାଷୀଙ୍କ ଫସଲ ଉଜାଡ଼ି ଦେଉଛି । କିଛି ଉପାୟ ନପାଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି ଚାଷୀ । ଏଭଳି ଆଖି ସାମ୍ନାରେ ଫସଲ ହାନୀ ହେଉଥିବା ଦେଖି କେତେ ଚାଷୀଙ୍କ ଜୀବନ ଯାଉଛି ତାହା ଆମ କଳ୍ପନା ବାହାରେ । କିଏ ଜମିରୁ ଫେରି ଜୀବନ ହାରୁଛି ତ କିଏ ହୃଦଘାତରେ ଟଳି ପଡୁଛନ୍ତି । ସବୁବେଳେ ଦେଖିବା ପାଇଁ ମିଳୁଛି ଚାଷୀଙ୍କ ମୃତ୍ୟୁ । ଏହାର ମୁଖ୍ୟ କାରଣ ହେଉଛି ଋଣଭାର ।

ତେବେ ଚାଷୀଟିଏ କରଜ କରି ତା ଚାଷ କାମ କରିଥାଏ । କିନ୍ତୁ ଯେତେବେଳେ ତା ସୁନାର ଫସଲ ବର୍ଷାରେ ଉଜୁଡ଼ି ଯାଏ ସେତେବେଳେ ସେ କଣ କରିବ ଜାଣିପାରେନା । ଏ କରଜର ବୋଝ ମୁଣ୍ଡାଇ କେମିତି ସେ ଦିନ କାଟିବ ଏଇ ଚିନ୍ତାରେ ବୁଡ଼ିଯାଏ । କିନ୍ତୁ ଏହି ଚିନ୍ତା ଯେ, ନିରିହ ଚାଷୀର ଜୀବନ ନେଇଯିବ ସେକଥା କାହାକୁ ଜଣାନଥାଏ ।

ଚଳିତ ଲଘୁଚାପ ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନ କ୍ଷେତ ଦେଖି ଘରକୁ ଫେରିବା ପରେ ଭାବଗ୍ରାହୀ ନାମକ ଚାଷୀ ଛାତିରେ ଯନ୍ତ୍ରଣା ଅନୁଭବ ହେଲା ଆଉ ସଂଗେ ସଂଗେ ତାଙ୍କର ମୃତ୍ୟୁ ଘଟିଲା ।ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ସନ୍ଥପୁରା ଗାଁ ରେ.। ସନ୍ଥପୁରା ଗାଁ ର ହରିଜନ ସାହିର ୫୫ ବର୍ଷୀୟ ଭାବଗ୍ରାହୀ ମଳିକ ଅନେକ ଜମି ମlଳିକଙ୍କ ଠୁ ଭାଗ ଆଣି ୭ ଏକର ଜମିରେ ଧାନ ଭାଗ ଚାଷ କରିଥିଲେ। ଋଣ ଆଣି ଧାନ ଚାଷ କରି ବେଶ ଲାଭବାନ ହେବାର ଆଶା ରଖିଥିଲେ ଭାବଗ୍ରାହୀ। କିନ୍ତୁ ଦଇବ ସାଜିଲା ଦାଉ । ଧାନ କଟା ବେଳେ ଅଦିନିଆ ବର୍ଷା ହେବାରୁ ସେ ଚାଷ କରିଥିବା ୭ ଏକର ଜମି ରେ ଧାନ ଫସଲ ବର୍ଷା ରେ ଭିଜି ଭିଜି ନଷ୍ଟ ହୋଇଯାଉଥିଲl। ଏହାକୁ ଦେଖି ଦୁଇ ଦିନ ହେବ ଚାଷୀ ଭାବଗ୍ରାହୀ ମଳିକ ଦୁଶ୍ଚିନ୍ତା ରେ ଥିଲେ। ବର୍ଷକର ପରିଶ୍ରମ ତଥା ବର୍ଷକର ଆହାର ଅlଖି ଆଗରେ ନଷ୍ଟ ହେଉଥିବା ଦେଖି ମନ ଦୁଖରେ ଘରକୁ ଫେରିଥିଲେ । ଧାନ କ୍ଷେତ କଥା ମନେ ପକାଇ ଭାବଗ୍ରାହୀ ଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସେ ସେଠାରେ ଟଳି ପଡିଲେ । ପଡୋଶୀ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଲା ।

ଅଦିନିଆ ବର୍ଷା ଓ ଉଜୁଡା ଧାନ କ୍ଷେତ ଆଉ ମୁଣ୍ଡ ଉପରେ ଥିବା ଋଣ ଭାର ଯୋଗୁଁ ଭାବଗ୍ରାହୀ ମଳିକଙ୍କ ମୃତୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଗରିବ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗାଁ ଲୋକେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି ତହସିଲଦାର,ଡାକ୍ତର,ପୋଲିସ ପଠାଇ ତଦନ୍ତ କରାଯିବ । ଯଦି ଭାବଗ୍ରାହୀ ଫସଲ କ୍ଷତି ପାଇଁ ମୃତ୍ୟୁ ବରଣ କରିଥିବେ ତେବେ କ୍ଷତି ପୁରଣ ଦିଆଯିବ ।

The post ନଷ୍ଟ ଧାନ ଦେଖି କ୍ଷେତରୁ ଘରକୁ ଫେରିଲା ପରେ ସବୁ ଦିନ ପାଇଁ ଟଳି ପଡ଼ିଲେ ଭାବଗ୍ରାହୀ appeared first on KNews Odisha.