ବାଘକୁ ନେଇ ବିଧାୟକ ବିବ୍ରତ

ବାରିପଦା,୨୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଘ କବଳରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ଉଦଳା ବିଧାୟକ ଭାସ୍କର ମଢ଼େଇ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି। ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ସୁରକ୍ଷା ପାଇଁ ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ଗୁରୁବାର ଜିଲାସ୍ତରୀୟ […] The post ବାଘକୁ ନେଇ ବିଧାୟକ ବିବ୍ରତ appeared first on Dharitri Odia News.

ବାଘକୁ ନେଇ ବିଧାୟକ ବିବ୍ରତ

ବାରିପଦା,୨୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଘ କବଳରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ଉଦଳା ବିଧାୟକ ଭାସ୍କର ମଢ଼େଇ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି। ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ସୁରକ୍ଷା ପାଇଁ ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ଗୁରୁବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅଧାରୁ ବିଧାୟକ ମଢ଼େଇ ତରତରରେ ଉଠିଯାଇ ବାଘ ଆତଙ୍କ ଦେଖାଦେଇଥିବା ଗାଁକୁ ଯାଇଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ୪ ଦିନ ପୂର୍ବେ କପ୍ତିପଦା ରେଞ୍ଜ ଅସନବଣି ଗ୍ରାମସ୍ଥିତ କେନାଲରେ ବାଘର ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଘଟି ନିକଟସ୍ଥ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରୁ ବଫର ଅଞ୍ଚଳ ପାର ହୋଇ ଜନବସିତି ମୁହାଁ  ହୋଇଥିଲା। ଗାଁ ପାଖରେ ବାଘର ଉପସ୍ଥିତି ଜାଣି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବନ ବିଭାଗର କର୍ମଚାରୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଛନ୍ତି। ବାଘଟି ଶିମିଳିପାଳ ସଂଲଗ୍ନ କପ୍ତିପଦା ରେଞ୍ଜର ଦେବଳା ଓ ପିଙ୍ଗୁ ପଞ୍ଚାୟତର ଅସନବଣି, କଣ୍ଟାଗଡ଼ି, ସାରବସା, ଚୁଇପୋଷି, ହାଣ୍ଡିଫଟା, ଗଡ଼ପାଳ, ଅଡ଼ାସାହି, ଗଣ୍ଡିଦର ଓ ପୋଡ଼ାଡିହା ଅଞ୍ଚଳରେ ଘୂରି ବୁଲୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି। ଏହା ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀ ‘ଯମୁନା’ ବୋଲି ଲୋକେ ଆଶଙ୍କା କରୁଥିବା ବେଳେ ବନ ବିଭାଗ କର୍ମଚାରୀମାନେ ୨୪ ଘଣ୍ଟିଆ ସତର୍କତା ସହ ଅନୁଧ୍ୟାନ ଜାରି ରଖିଛନ୍ତି।

 

The post ବାଘକୁ ନେଇ ବିଧାୟକ ବିବ୍ରତ appeared first on Dharitri Odia News.