”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି ପଛୁଆ ହୋଇ ରହିଯାଇଛି। ଯଦି ବିଜେଡି ଓଡ଼ିଶାକୁ କିଛି ଦେଇଛି, ତାହା ହେଉଛି ଖଣି ମାଫିଆ, ବାଲି ମାଫିଆ, ଜମି ମାଫିଆ, କୋଇଲା ମାଫିଆ। ଏହା ସହିତ ଦଳର ବିଧାୟକ ମନ୍ତ୍ରୀ ମଧ୍ୟ ଭ୍ରଷ୍ଟାଚାରରେ ସବୁବେଳେ ଲିପ୍ତ ରହୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ବିକାଶ ଅସମ୍ଭବ। ଏହା ସହିତ ସେ […] The post ”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି ପଛୁଆ ହୋଇ ରହିଯାଇଛି। ଯଦି ବିଜେଡି ଓଡ଼ିଶାକୁ କିଛି ଦେଇଛି, ତାହା ହେଉଛି ଖଣି ମାଫିଆ, ବାଲି ମାଫିଆ, ଜମି ମାଫିଆ, କୋଇଲା ମାଫିଆ। ଏହା ସହିତ ଦଳର ବିଧାୟକ ମନ୍ତ୍ରୀ ମଧ୍ୟ ଭ୍ରଷ୍ଟାଚାରରେ ସବୁବେଳେ ଲିପ୍ତ ରହୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ବିକାଶ ଅସମ୍ଭବ।

ଏହା ସହିତ ସେ କହିଛନ୍ତି, ”ଓଡ଼ିଶାର ଏପରି କୌଣସି ବ୍ଲକ ନ ଥିବ ସେଠାରୁ ଲୋକ ଯାଇ ଗୁଜରାଟରେ ପେଟ ପୋଷୁ ନଥିବେ। ଯେଉଁ ପ୍ରଦେଶ ଏତେ ସମୃଧ, ଏହାକୁ ବରବାଦ କରିଥିବା ଲୋକଙ୍କୁ ସଜା ଦେବା ପାଇଁ ଏହି ନିର୍ବାଚନ ଆସିଛି। ତେବେ ମୋର କାର୍ଯ୍ୟକାଳ ସମୟରେ ରେକର୍ଡ ଟଙ୍କା ମୁଁ ଓଡିଶାକୁ ପଠାଇଥିଲା ବେଳେ ପିସି ନ ପାଇଲା ପର୍ଯ୍ୟନ୍ତ କାମ କରାଇ ଦେଉନାହାନ୍ତି ବିଧାୟକ ମନ୍ତ୍ରୀ। ଏଥିପାଇଁ କିଛି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇପାରୁନାହିଁ। ଏହା ସହିତ ବିଭିନ୍ନ ପ୍ରକଳ୍ପକୁ ନିଜର ନିକଟତର ଠିକାଦାରଙ୍କୁ ଦେଇ ସବୁଦିଗରୁ ଆପଣମାନଙ୍କୁ ଲୁଟୁଛନ୍ତି।”

”ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର, ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବେ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ, ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି। ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି। ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ।ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର। ବିଜେପିର ତାକତ ଅଛି, ଏସବୁ ବିଜେପି ହିଁ କରିପାରିବ। ଓଡ଼ିଶାର ହେବାକୁ ଥିବା ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ।”

The post ”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.